୮୫ ବୟସରେ ନିଜେ ଆରମ୍ଭ କରିଲେ ବ୍ୟବସାୟ,ସଙ୍ଗେ ସଙ୍ଗେ ମିଳିଗଲା ସଫଳତା, ଫେମସ ହୋଇଗଲେ ଦାଦୁ

କୁହନ୍ତିକି ବୟସ କେବଳ ଏକ ନମ୍ବର ଅଟେ। ଯଦି ଆପଣ ନିଜର ସ୍ଵପ୍ନକୁ ଡେଣା ସାହାଯ୍ୟରେ ଉଡିବାକୁ ଚାହାନ୍ତି ତେବେ ବିଳମ୍ବ କେବେ ହୁଏନାହିଁ। ସାଧାରଣତଃ ଲୋକ ଏକ ବୟସ ବଢିଯିବା ପରେ ନିଜର ସ୍ଵପ୍ନକୁ ମାରିଦିଅନ୍ତି। ସେମାନେ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛନ୍ତି ତାହାକୁ ସେ ନିଜର ଭାଗ୍ୟ ବୋଲି ବୁଝନ୍ତି। କିନ୍ତୁ ଆପଣ ନିଜର ଭାଗ୍ୟକୁ କେବେବି ପରିବର୍ତ୍ତନ କରିପାରିବେ। ଆପଣଙ୍କୁ କେବଳ ଆଗକୁ ବଢିବାକୁ ହେବ।

ବର୍ତ୍ତମାନ ୮୫ ବର୍ଷୀୟ ରାଧାକୃଷ୍ଣ ଚୌଧୁରୀଙ୍କ କଥା ନେଇନିଅନ୍ତୁ। ଲୋକ ତାଙ୍କୁ ପ୍ରେମରେ ନାନାଜି ବୋଲି ଡାକନ୍ତି। ଗୁଜୁରାଟରେ ରହୁଥିବା ଚୌଧୁରୀ ବାବୁ ସେହି ବୟସରେ ନିଜର ବ୍ୟବସାୟ ଆରମ୍ଭ କରିଲେ ଯେଉଁ ବୟସରେ ଲୋକ ଘରେ ବସି ମରିବାକୁ ଅପେକ୍ଷା କରନ୍ତି। ତାଙ୍କର କାହାଣୀ ଆପଣଙ୍କର ମଧ୍ୟ ଜୀବନକୁ ପରିବର୍ତ୍ତନ କରିପାରେ।

୮୫ ବର୍ଷ ବୟସରେ ଆରମ୍ଭ କରିଲେ ନିଜର ବ୍ୟବସାୟ:-

ରାଧାକୃଷ୍ଣ ଚୌଧୁରୀଙ୍କ ଉତ୍ସାହ ଓ ସାହାସ ଅନେକ ଯୁବକଙ୍କ ପ୍ରେରଣାର କାମ କରୁଅଛି। ସେ ୮୫ ବର୍ଷ ବୟସରେ ନିଜର ବ୍ୟବସାୟ ଆରମ୍ଭ କରି ବହୁତ ପ୍ରସିଦ୍ଧି ଲାଭ କରିଲେ। ସେ ଆୟୁର୍ବେଦିକ ଉତ୍ପାଦର ଏକ ଫ୍ୟାକ୍ଟ୍ରି ଆରମ୍ଭ କରିଲେ। ତାଙ୍କର କମ୍ପାନୀର ନାମ ଅବିମ ହର୍ବଲ ଅଟେ। ସେ କମ୍ପାନୀର ଇନଷ୍ଟାଗ୍ରାମ ଏକାଉଣ୍ଟରେ ନିଜର ଏହି ଜର୍ନୀ ଓ ପ୍ରଥମ କାରର ଭିଡିଓ ସେୟାର କରିଲେ।

ଏହି ଭିଡିଓରେ ଦେଖିପାରିବେକି ରାଧାକୃଷ୍ଣ ଚୌଧୁରୀ ନିଜର ପ୍ରଥମ କିଣାହୋଇଥିବା କାର ପାଖରେ ଛିଡା ହୋଇଛନ୍ତି। ଓ ପାଖରେ ପଣ୍ଡିତ ତାଙ୍କୁ ଟୀକା ଲଗାଉଛନ୍ତି। ଭିଡିଓ ସହିତ କ୍ୟାପସନରେ ସେ କହିଲେକି କେମିତି ସେ ୮୫ ବୟସରେ ତାଙ୍କୁ ସଫଳତା ମିଳିଲା। ତାଙ୍କ ଅନୁସାରେ ଏହି ସଫଳତାର ଶ୍ରେୟ ତାଙ୍କର କ୍ଲିୟର ଓ ପଜିଟିବ ଭିଜନ ଓ ମିଶନକୁ ଯାଏ। ସେ ଆୟୁର୍ବେଦ ଦ୍ଵାରା ଲୋକଙ୍କର ଛୁଟି ପୁଣିଥରେ ଉଠାଇବାକୁ ଚାହାନ୍ତି।

ଏମିତି ରାତାରାତି ମିଳିଲା ସଫଳତା:-

ତାଙ୍କର ଏହି ଯାତ୍ରାରେ ଅନେକ ଲୋକ ତାଙ୍କୁ ‘ସ୍କାମ’ ଏବଂ ‘ଠକ’ର ଟ୍ୟାଗ ମଧ୍ୟ ଦେଇଥିଲେ। ତଥାପି, ସେ ନିଜ ଉପରେ ବିଶ୍ୱାସ କରିବା ବନ୍ଦ କରିନଥିଲେ ଏବଂ ନିଜର କଠିନ ପରିଶ୍ରମ ଜାରି ରଖିଥିଲେ। କମ୍ପାନୀ ଆରମ୍ଭ କରିବାର ୬ ମାସ ମଧ୍ୟରେ ସେ ବହୁତ ବଡ ସଫଳତା ପାଇଲେ। କିନ୍ତୁ ଏହି ରାତାରାତି ସଫଳତା ପଛରେ ଗତ ୨୫ ବର୍ଷର କଠିନ ପରିଶ୍ରମ ଥିଲା। ଦଳଗତ କାର୍ଯ୍ୟ ଏବଂ ପରିବାର ସହାୟତା ପାଇଁ ସେ ତାଙ୍କର ସଫଳତାକୁ ମଧ୍ୟ ଶ୍ରେୟ ଦେଇଛନ୍ତି।

୮୫ ବର୍ଷର ବ୍ୟବସାୟୀ ରାଧାକୃଷ୍ଣ ଚୌଧୁରୀଙ୍କ ଏହି ସଫଳତାର କାହାଣୀ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଲୋକମାନେ ଏହି ବୃଦ୍ଧଙ୍କଠାରୁ ବହୁତ ପ୍ରେରଣା ନେଉଛନ୍ତି । ଯଦି ସେମାନେ ବୟସର ଏହି ପର୍ଯ୍ୟାୟରେ କିଛି କରିବାକୁ ନିଷ୍ପତ୍ତି ନେଇପାରନ୍ତି, ତେବେ ଆମ ଭଳି ଯୁବକମାନେ କିପରି ଶୀଘ୍ର ତ୍ୟାଗ କରି ଘରେ ବସିପାରିବେ। ତେବେ ଆସନ୍ତୁ ଏହି ବୃଦ୍ଧଙ୍କର ପ୍ରେରଣାଦାୟକ ଭିଡିଓ ଦେଖିବା। ଆଶା କରୁଛୁକି ଆପଣ ମଧ୍ୟ ଏହି କାହାଣୀରୁ ପ୍ରେରିତ ହୋଇଥିବେ ଓ ଜୀବନରେ କିଛି ବଡ କରିବେ।

odia sambada
Comments (0)
Add Comment