ପ୍ରେମ କରି ମୋତେ ଅଇଁଠା କରିଦେଲୁ ..ମୋତେ କଣ ତୁ ଚୁଇଁଗମ ଭାବିଲୁ ..ମିଠା ସରିବା ପରେ ଫିଙ୍ଗିଦେଲୁ

ମୋତେ ପ୍ରେମ କରି ଅଇଁଠା କରିଦେଲୁ। ବର୍ତ୍ତମାନ ମୁଁ କାହା ପାଖକୁ ଯିବି। ମୋତେ ପ୍ରେମ କରିଲୁ ବାହା ହେବୁ ବୋଲି କହିଲୁ ଆଉ ତୋ ଉପରେ ଭରସା କରି ମୁଁ ମୋ ମନ ସହ ତୋତେ ଦେହ ମଧ୍ୟ ଦେଲି। ହେଲେ ମୁଁ ଥିଲି ପାଗେଳି। ମୁଁ ବୁଝିପାରିଲିନି ତୋର ଏହି ଷଡଯନ୍ତ୍ର। ଆଉ ତୋତେ ପାଗଳଙ୍କ ପରି ପ୍ରେମ କରିଲି। ଆଉ ତୁ ମୋ ପ୍ରେମର ଫାଇଦା ଉଠେଇ ମୋ ସହ ଶାରୀରିକ ସମ୍ପର୍କ ରଖିଲୁ। ବାରମ୍ବାର ଇଜ୍ଜତ ନେଲୁ। ମୋତେ ନେଇ ତୋ ପାଖରେ ମଧ୍ୟ ରଖିଲୁ। ଆଉ ଯେତେବେଳେ ତୋ ମନ ଭରିଗଲା ସେତେବେଳେ ତୁ ମୋର ଫୋପାଡି ଦେଲୁ। ତୋ ମୋତେ ଚୁଇଁଙ୍ଗମ ଭାବିଲୁ ଆଉ ଯେତେବେଳେ ମିଠା ସରିଗଲା ସେତେବେଳେ ମୋତେ ପାଟିରୁ କାଢି ଫୋପାଡି ଦେଲୁ। ଆରେ ମୁଁ ତୋର କି ଭୁଲ କରିଥିଲି? କି ପାପ କରିଥିଲି। ଏମିତି କିଛି ପ୍ରଶ୍ନ ପଚାରିଛନ୍ତି ଗାର୍ଲଫ୍ରେଣ୍ଡ।

ଆଜି ତୁ ମୋତେ ଏଇ ଦଣ୍ଡ ଦେଉଲୁ। ନାଇଁ ନାଇଁ କରୁଥିଲି ତୁ ମୋ ସହ ଜୋର ଜବରଦସ୍ତ କରିଲୁ। ବର୍ତ୍ତମାନ କହିଲୁ ମୁଁ ଏ ଅଇଁଠା ଦେହକୁ ନେଇ କୁଆଡେ ଯିବି। କିଏ ମୋତେ ସାହାରା ଦେବ? ତୋ ଉପରେ ତ ଭରସା କରିଥିଲି ଆଜି ତୁ ମୋର ଏଭଳି ଅବସ୍ଥା କରିଲୁ। ପୁଣି ମୁଁ ଆଉ କାହା ଉପରେ ଭରସା କରିବି। ବହୁତ କଷ୍ଟ ଲାଗୁଛି। ତୋ ଦୁଆର ବାହାରେ ତୋତେ ମୁଁ ଅପେକ୍ଷା କରିଛି। ତୁ ଫେରିଆସେ ଆଉ ମୋତେ ଆପେଣଇ ନେ। ମୁଁ ତୋ ବାଟକୁ ଅପେକ୍ଷା କରିରହିଛି। ଜାଣିଛୁ ତୋ ଗାଁ ଲୋକ ମୋତେ ଖରାପ ନଜରରେ ଦେଖୁଛନ୍ତି। ତୁ ଫେରିଆ ଧନ। ମୁଁ ତୋତେ ଅପେକ୍ଷା କରିଛି। ଯଦି ତୁ ନଆସିବୁ ତେବେ ଏ ଦୁନିଆ ସାମ୍ନାରେ ମୁଁ ଚରିତ୍ରହୀନ ହୋଇଜୀବୀ। ତୁ ଆସେ ଆଉ ମୋତେ କୋଳେଇ ନେ।

କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ମାର୍ଶାଘାଇ ଥାନା ଅନ୍ତର୍ଗତ ଖୁରୁସିଆ ପଞ୍ଚାୟତର ବାନ୍ଧକୁଦ ଗ୍ରାମର ରମେଶ ଚନ୍ଦ୍ର ଓଝାଙ୍କ ପୁଅ ରଞ୍ଜନ ଓଝା ଝାଡଖଣ୍ଡରେ କାମ କରନ୍ତି। ସେ ଯାଜପୁର ଥାନା ଅନ୍ତର୍ଗତ ଝାରପଡା ଗାଁର ଗୌତମ ନାୟକଙ୍କ ଝିଅ ପ୍ରତୀକ୍ଷା ନାୟକଙ୍କୁ ଇନଷ୍ଟାଗ୍ରାମ ଚାଟିଙ୍ଗରେ ୧୪ ମାସ ସମ୍ପର୍କ ରଖି ବିବାହର ପ୍ରଲୋଭନ ଦେଖାଇ ସବୁବେଳେ ହୋଟେଲ ଓ ନିଜ ଗାଁରେ ଶାରୀରକ ସମ୍ପର୍କ ରଖିଥିଲେ। ଓ ପରେ ବିବାହ କରିବାକୁ ପ୍ରତ୍ୟାଖାନ କରିଥିଲେ। ବର୍ତ୍ତମାନ ପ୍ରତୀକ୍ଷା ଆସି ରଞ୍ଜନଙ୍କ ଗହରେ ଆଗରେ ବସିଛନ୍ତି। ଯାହାକି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।

odia sambada
Comments (0)
Add Comment