ଏଟିଏମ କାର୍ଡ ଅଛି ତ? ତେବେ ଆପଣଙ୍କୁ ବ୍ୟାଙ୍କ ୫ ଲକ୍ଷ ଟଙ୍କାର ଫାଇଦା ଦେବ, ଆବେଦନ କରନ୍ତୁ କରନ୍ତୁ

ଆପଣ ଯଦି ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ ଖୁସି ଖବର ଅଛି। ବ୍ୟାଙ୍କ କହିଛିକି ଯେଉଁ ଗ୍ରାହକ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ସେହି ଲୋକମାନଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ। ଆଜ୍ଞା ହଁ, ଆପଣ ଏହା ବିଷୟରେ ହୁଏତ ଜାଣିନଥିବେ। କାରଣ ଅନେକ ଲୋକମାନଙ୍କୁ ବ୍ୟାଙ୍କର ଏହି ସୁବିଧା ବିଷୟରେ ଆଦୌ ଜଣାନାହିଁ।

ଅଧିକାଂଶ ଗ୍ରାହକ ବର୍ତ୍ତମାନ ଏଟିଏମ କାର୍ଡର ବ୍ୟବହାର କରୁଛନ୍ତି। ଏମିତିରେ ଆପଣ କିପରି ଭାବରେ ୫ ଲକ୍ଷ ଟଙ୍କାର ଲାଭ ପାଇପାରିବେ ଏହା ଆପଣ ନିଶ୍ଚୟ ଭାବୁଥିବେ। ତେବେ ଆପଣମାନଙ୍କୁ ଜଣାଇଦେବାକୁ ଚାହିଁଛୁକି ବ୍ୟାଙ୍କ ତରଫରୁ ଏଟିଏମ କାର୍ଡ ବ୍ୟବହାର କରୁଥିବା ଲୋକମାନଙ୍କୁ ଇନସୁରାନ୍ସ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥାଏ।

ଏଟିଏମ କାର୍ଡ ନୁହେଁ ଏହା ସହିତ ଗ୍ରାହକମାନଙ୍କୁ ଅନେକ ପ୍ରକାରର ମାଗଣା ସୁବିଧା ମଧ୍ୟ ଦିଆଯାଇଥାଏ। ଏହି ସୁବିଧା ମଧ୍ୟରୁ ଗୋଟିଏ ହେଉଛି ଇନସୁରାନ୍ସ ସୁବିଧା। ଯେତେବେଳେ ବ୍ୟାଙ୍କ କଷ୍ଟମରଙ୍କୁ ଏଟିଏମ କାର୍ଡ ଜାରି କରେ ସେତେବେଳେ ଗ୍ରାହକମାନଙ୍କୁ ଆକ୍ସିଡେଣ୍ଟାଲ ଇନସୁରାନ୍ସର ସୁବିଧା ମଧ୍ୟ ମିଳିଯାଇଥାଏ। କିନ୍ତୁ ବହୁତ କମ ଲୋକମାନଙ୍କୁ ଏହି ଇନସୁରାନ୍ସ ବିଷୟରେ ସୂଚନା ଅଛି। ବ୍ୟାଙ୍କ କାର୍ଡ ଧାରକମାନଙ୍କୁ ଅଲଗା ଅଲଗା କ୍ୟାଟେଗରୀ ଭାବରେ ଇନସୁରାନ୍ସ ଦେଇଥାଏ। କାର୍ଡର କ୍ୟାଟୋଗରୀ କ୍ଲାସିକ, ପ୍ଲାଟିନମ ଏବଂ ସାମାନ୍ୟ ହୋଇଥାଏ।

ସାମ୍ୟାନ ମାଷ୍ଟର କାର୍ଡରେ ୫୦,୦୦୦ ଟଙ୍କା, କ୍ଲାସିକ ଏଟିଏମ କାର୍ଡ ଉପରେ ୧ ଲକ୍ଷ ଟଙ୍କା, ଭିଜା କାର୍ଡରେ ୧.୫ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା ଓ ପ୍ଲାଟିନମ କାର୍ଡ ଉପରେ ୫ ଲକ୍ଷ ଟଙ୍କାର ବୀମା ମଧ୍ୟ ମିଳିଥାଏ। ଆପଣଙ୍କୁ ଜଣାଇଦେଉଛୁକି ଯଦି ଏଟିଏମ କାର୍ଡ ୟୁଜର୍ସଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ, ତେବେ ୧ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବୀମା ମିଳିଥାଏ। ସେହିପରି ଯଦି ଗୋଟିଏ ଗୋଡ କ୍ଷତି ହେଉଛି ତେବେ ସେହି ସ୍ଥିତିରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତର ବୀମା ରାଶି ମିଳିଥାଏ। ଆପଣଙ୍କୁ ଏଥିପାଇଁ ବ୍ୟାଙ୍କରେ ଯାଇ ଆବେଦନ କରିବାକୁ ହେବ। କାର୍ଡଧାରକ ଯାହାକୁ ନମିନୀ ରଖିଥିବେ ସେ ଯାଇ ବ୍ୟାଙ୍କରେ ଏହାର ଆବେଦନ ଜମା କରିପାରିବେ।

odia sambada
Comments (0)
Add Comment