ଉତ୍ତରାଖଣ୍ଡରେ ଅଙ୍କିତା ଭଣ୍ଡାରି ମର୍ଡର ମିଷ୍ଟ୍ରୀର ସୂତ୍ର ଗୋଟିଏ ପରେ ଗୋଟିଏ ହୋଇ ଏପରି ଯୋଡ଼ି ହୋଇଚାଲିଛି ଯେ ସବୁକିଛି ଆଇନା ପରି ସଫା ହେବାକୁ ଲାଗିଛି । ମୃତ୍ୟୁ ପୂର୍ବରୁ ଅଙ୍କିତାଙ୍କ ନିଜ ସାଙ୍ଗକୁ ଚାଟ ମାଧ୍ୟମରେ ରିସର୍ଟରେ ହେଉଥିବା ସବୁ କାର୍ଯ୍ୟକଳାପ ବିଷୟରେ କହିବା, ମୃତ୍ୟୁ ପରେ ତାଙ୍କ ସାଙ୍ଗ ଏବଂ ପୁଲକିତଙ୍କ ମଧ୍ୟରେ କଥାବାର୍ତ୍ତା । ଏହାବ୍ୟତୀତ ସିସିଟିଭି ଫୁଟେଜରୁ ମିଳିଥିବା ପ୍ରମାଣ ଏହା ପ୍ରମାଣିତ କରୁଛି ଯେ କିପରି ଅଙ୍କିତାଙ୍କୁ ରିସର୍ଟର ମାଲିକ ନିଜର ଖରାପ ମାନସିକତାର ଶିକାର କରିବାକୁ ଷଡଯନ୍ତ୍ର କରୁଥିଲେ ଏବଂ ଯେତେବେଳେ ଅସଫଳ ହୋଇଗଲେ ସେତେବେଳେ ତାଙ୍କ ଜୀବନ ହିଁ ନେଇଗଲେ ।
ପ୍ରକୃତରେ ଅଙ୍କିତା ଭଣ୍ଡାରି ହତ୍ୟାକାଣ୍ଡର ଖୁଲାସା ହୋଇପାରି ନଥାନ୍ତା, ଯଦି ଶେଷ ଚାଟ ସାମ୍ନାକୁ ଆସିନଥାନ୍ତା । ଅଙ୍କିତା ଶେଷଥର ଜାମ୍ମୁରେ ରହୁଥିବା ନିଜ ସାଙ୍ଗ ସହ ଚାଟିଙ୍ଗ କରିଥିଲେ ଏବଂ ସେହି ତାରିଖ ଥିଲା ସେପ୍ଟେମ୍ବର 17 ତାରିଖ । ଅର୍ଥାତ୍ ହତ୍ୟାର ଗୋଟେ ଦିନ ପୂର୍ବରୁ ସେ କଥା ହୋଇଥିଲେ । ସେଦିନ ସନ୍ଧ୍ୟାରେ ଅଙ୍କିତା ବହୁତ୍ ଟେନସନରେ ଥିଲେ । ସେ ନିଜ ସାଙ୍ଗ ପୁଷ୍ପ ସାମ୍ନାରେ ସେହି ବନନ୍ତରା ରିସର୍ଟର ପୋଲ ଖୋଲିଥିଲେ, ଯେଉଁଠାରେ ସେ ରିସେପସନିଷ୍ଟ ଭାବେ କାମ କରୁଥିଲେ ।
ସେପ୍ଟେମ୍ବର 17 ତାରିଖ 2022, ରାତି 9 ଟା 35 ମିନିଟ୍ :-
ଅଙ୍କିତାଙ୍କ ଚାଟ ସାକ୍ଷୀ ଯେ ରିସର୍ଟର ମାଲିକ ପୁଲକିତ ଆର୍ଯ୍ୟଙ୍କ ଉଦ୍ଦେଶ୍ୟ କେତେ ଖରାପ ଥିଲା । ଅଙ୍କିତା ନିଜ ସାଙ୍ଗ ସହ ଚାଟିଙ୍ଗରେ କଣ କଣ କଥା ହୋଇଥିଲେ ଆପଣ ନିଜେ ଦେଖିନିଅନ୍ତୁ ।
ଅଙ୍କିତା ଭଣ୍ଡାରି – ଏହି ରିସର୍ଟରେ ବହୁତ୍ ଇନସିକ୍ୟୋର ଫିଲ ହୋଇଥାଏ । ମୁଁ ଆଉ କଣ୍ କହିବି, ଅଙ୍କିତ ମୋ ପାଖକୁ ଆସିଲା ଏହା କହିଲା କିଛି କଥା ହେବାର ଅଛି । ତାପରେ ମୁଁ ତା ସହ ଗଲି ।
ସାଙ୍ଗ ପୁଷ୍ପ – କଲ କରି କୁହ କଣ ହେଲା ?
ଅଙ୍କିତା – ନାହିଁ, ଶବ୍ଦ ହେବ ।
ସାଙ୍ଗ – ହଉ, ଏମିତି ମେସେଜ କରି କୁହ ।
ଅଙ୍କିତା – ସେ କହିଲା ଯେ ସୋମବାର ଦିନ VIP ଗେଷ୍ଟ ଆସୁଛନ୍ତି, ତେଣୁ ସେମାନଙ୍କୁ ଏକ୍ସଟ୍ରା ସର୍ଭିସ ଦରକାର । ମୁଁ କହିଲି ମୁଁ କଣ କରିବି । ସେ କହିଲା ଯେ ତୁମେ କହୁଥିଲ କି ସ୍ପା କରିବ । ମୁଁ କହିଲି ଏକ୍ସଟ୍ରା ସର୍ଭିସ ବିଷୟରେ କଥା ହୋଇଥିଲା, ସ୍ପା କଥା କୁଆଡୁ ଆସିଲା ? ତାପରେ ସେ କହିଲା ଯେ ମୂର୍ଖଙ୍କ ପରି କଥା କୁହନି, ଗେଷ୍ଟ ଦେଖୁଛନ୍ତି ।
ସାଙ୍ଗ – ତୁମେ ସ୍ପା ବିଷୟରେ କଣ କହିଲ ?
ଅଙ୍କିତା – ଅଙ୍କିତ କହିଲା ଯେ ମୁଁ ଏହା କହୁନାହିଁ ଯେ ତୁମେ ଏପରି କର । ମୁଁ କହୁଛି ଯେ ଯଦି ତୁମର ଚିହ୍ନାଜଣା କେହି ଝିଅ ଅଛନ୍ତି, ତାହେଲେ କହିବ, କାରଣ ଗେଷ୍ଟ 10 ହଜାର ଟଙ୍କା ଦେଉଛନ୍ତି ।
ସାଙ୍ଗ – ତାକୁ କୁହ ଯେ ମୁଁ ଭଦ୍ରଘରର ଝିଅ । ମୁଁ ଏପରି ସର୍ଭିସ ଦେଇପାରିବି ନାହିଁ ।
ଅଙ୍କିତା – ହଁ, ମୁଁ ତାକୁ କହିଲି ଯେ ମୁଁ ଗରିବ, ସେଥିପାଇଁ ତୁମେ ଭାବିଲ ମୁଁ 10 ହଜାରରେ ବିକ୍ରି ହୋଇଯିବି । ମୁଁ ବୁଝିପାରୁଛି ଯେ ସେ ଭାବିଲା ମୁଁ ଅନ୍ୟ ଝିଅ ଭଳି 10 ହଜାର ଟଙ୍କା ଲୋଭରେ ମାନିଯିବି ।
ଅଙ୍କିତା – ଆଗକୁ ଯଦି କିଛି କହିବେ ମୁଁ ଏଠି କାମ କରିବିନି । ଏତେ ଖରାପ ହୋଟେଲ ।
ଅଙ୍କିତାଙ୍କର ନିଜ ସାଙ୍ଗ ପୁଷ୍ପ ସହ ପ୍ରତିଦିନ ସନ୍ଧ୍ୟାରେ କଥା ହେଉଥିଲା । ସେପ୍ଟେମ୍ବର 18 ତାରିଖ ସନ୍ଧ୍ୟା ସାଢ଼େ 8ଟା ସମୟରେ ଅଙ୍କିତାଙ୍କ ଫୋନ୍ ଲାଗିଲା ନାହିଁ । ତେଣୁ ପୁଷ୍ପଙ୍କୁ କିଛି ଗଡବଡ ଥିବାର ସନ୍ଦେହ ହେଲା । ସେ ରିସର୍ଟର ମାଲିକ ପୁଲକିତଙ୍କୁ କଲ୍ କଲେ, କିନ୍ତୁ ଉତ୍ତର ମିଳିଲା ଯେ ଅଙ୍କିତା ନିଜ ରୁମରେ ସୋଇଛି । ତାପର ଦିନ ପୁଲକିତର ଫୋନ୍ ସ୍ଵିଚ ଅଫ ହୋଇଗଲା । ଏହାପରେ ସାଙ୍ଗ ଜାମ୍ମୁରୁ ଋଷିକେଶରେ ପହଞ୍ଚିଲା ଏବଂ ମିଡ଼ିଆଠାରେ ଅଙ୍କିତାଙ୍କ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ କଲେ ।
ଏହାବ୍ୟତୀତ ଅଙ୍କିତାଙ୍କ ଶେଷ କଲ ମଧ୍ୟ ଅଛି । ଏହି କଲ୍ ସେ ହୋଟେଲ ଷ୍ଟାଫଙ୍କ ସହ କରିଥିଲେ । ଅଙ୍କିତା କାନ୍ଦି କାନ୍ଦି କହିଲେ ଯେ ତାଙ୍କର ବ୍ୟାଗ୍ ଆଣି ଦିଅ । କେବଳ ଶେଷ ଚାଟ ଏବଂ ଶେଷ କଲ୍ ନୁହେଁ ବରଂ ରିସର୍ଟରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ମଧ୍ୟ ରିସର୍ଟ ମାଲିକ ଏବଂ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କୁ ସାମ୍ନାକୁ ଆଣିଛି ।