“ଶାରୀରିକ ସମ୍ପର୍କ ରଖିଲା, ତା ପରେ ମନ ଭରିଗଲା ତ ମୋତେ ଛାଡିଦେଲା,ଆପଣ ତାକୁ ଛାଡ଼ିବେ ନାହିଁ,ପ୍ଲିଜ୍…..”ସୁଇସାଇଡ ନୋଟରେ ଏମିତି ଲେଖି ଆତ୍ମହତ୍ୟା କଲେ ଯୁବତୀ

ପ୍ରେମରେ ଧୋକା ମିଳିବାରେ ଦୁଃଖିତ ହୋଇ ଯୁବତୀ ମୃତ୍ୟୁ ବରଣ କରିଥିଲେ|ମରିବା ପୂର୍ବରୁ ଯୁବତୀ ଆତ୍ମହତ୍ୟା ନୋଟ ଛାଡି ଯାଇଛନ୍ତି|ସେଥିରେ ପ୍ରେମୀ ଧୋକା ଦେଇଥିବା କୁହାଯାଇଛି|ମୃତକା ଏହା ସହ ଲେଖିଛନ୍ତି ସେ ମୋ ସହ ଶାରିରୀକ ସମ୍ପର୍କ ବନାଇଲା ଓ ମନ ଭରି ଯିବାରୁ ଛାଡିଦେଲା|ମାମଲା ୟୁପିର ଅଟେ|ପୋଲିସ କେଶ୍ ରୁଜ୍ଜୁ କରି ଆରୋପୀ ଯୁଵକକୁ ଖୋଜୁଛି|

ହରଦୋଇ ଜିଲ୍ଲାର ଏକ ଗାଁରେ ସୋମବାର ଦିନ ୧୮ ବର୍ଷାୟା ରାନି (ପରିବର୍ତ୍ତିତ ନାମ) ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ|ଯୁବତୀ ଆତ୍ମହତ୍ୟା କରିଥିବା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା|ଶବ ସ୍ଥାନରେ ସେ ଏକ ଆତ୍ମହତ୍ୟା ନୋଟ ପାଇଥିଲା|ଏଥିରେ କାରଣ ଲେଖାଯାଇଥିଲା|

ଆତ୍ମହତ୍ୟା ନୋଟରେ ଲେଖାଯାଇଥିଲା,”ମୋ ମୃତ୍ୟୁର ଦାୟୀ ପ୍ରତ୍ୟୁଷ”|ପ୍ରଥମେ ସେ ମୋ ସହ ପ୍ରେମ ନାଟକ କଲା|ପ୍ରଥମେ ସେ ମୋ ସହ ପ୍ରେମ ନାଟକ କଲା|ମୋ ସହ ଶାରୀରିକ ସମ୍ପର୍କ ବନାଇଲା ଓ ମନ ଭରିଗଲା ତ ଛାଡିଦେଲା|ଆପଣ ତାକୁ ଛାଡ଼ନ୍ତୁ ନାହିଁ ,ପ୍ଲିଜ୍|ମୁଁ ତା ବିନା ବଞ୍ଚି ପାରିବିନି, ମରିବି|

ରାନି ପରିବାର ଲୋକେ କହିଛନ୍ତି ପ୍ରତ୍ୟୁଷ ତାଙ୍କ ଗାଁର ଅଟେ|ତା ସହ ରାନୀର ପ୍ରେମ ପ୍ରସଙ୍ଗ ଥିଲା|ଆମକୁ ଜଣାନଥିଲା ଝିଅ ଆତ୍ମହତ୍ୟା କରିବ|ପ୍ରତ୍ୟୁଷ କୁ ନେବାପାଇଁ ରାଣୀ ବାରମ୍ବାର ନେବାକୁ କହୁଥିଲା କିନ୍ତୁ ସେ ମନା କରୁଥିଲା|

ପୋଲିସ ଘର ଲୋକଙ୍କ ଅଭିଯୋଗ କ୍ରମେ ଆରୋପୀ ପ୍ରେମି ବିରୁଦ୍ଧରେ ଅଭିଯୋଗ ଦାୟର କରିଥିଲେ ଓ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା|ପୋଲିସ ଅନୁସାରେ ଘଟଣାର ତଦନ୍ତ କରାଯାଉଛି ଓ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ|

odia sambada
Comments (0)
Add Comment