ଏହି ଫଟୋ ପ୍ରଥମେ ଦେଖନ୍ତୁ,ଏ ହେଉଛନ୍ତି ଆଥଲେଟ୍ ସରସ୍ଵତୀ ଚାନ୍ଦ|ହେଲେ ଲୋକଙ୍କ ପାଇଁ ସେ ହେଉଛନ୍ତି ଦୂତୀ ଚାନ୍ଦଙ୍କ ବଡ ଭଉଣୀ|ତାଙ୍କ ସହ ବିଭିନ୍ନ ପୋଜରେ ଫଟୋ ଉଠାଇଥିବା ବ୍ୟକ୍ତି ହେଉଛନ୍ତି ସରସ୍ୱତୀଙ୍କ ବାନ୍ଧବୀ, ଗାର୍ଲଫ୍ରେଣ୍ଡ ପରି ଅଭିଯୋଗ ହେଉଛି|ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଦୂତୀ|ସୋସିଆଲ ମିଡିଆରେ ଫଟୋ ସହ ପୋଷ୍ଟ କରି ଦୂତୀ ଲଗାଇଛନ୍ତି ବଡ ଅଭିଯୋଗ|
ଦୂତୀଙ୍କ କହିବାନୁଯାୟୀ ଏହି ମହିଳା ଜଣଙ୍କ ହେଲେ ବାଂଲାଦେଶୀ|ଭାରତରେ ପ୍ରବେଶ କରିଥିବା ଏହି ମହିଳାଙ୍କ ପାଖରେ ରହିଛି ଆଧାର କାର୍ଡ,ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଭୋଟର କାର୍ଡ|ସରସ୍ଵତୀ ଚାନ୍ଦ ପୋଲିସରେ ଚାକିରି କରୁଥିବାରୁ କ୍ଷମତାର ଅପବ୍ୟବହାର କରି ସେହି ମହିଳାଙ୍କୁ ସାହାଯ୍ୟ କରିଛନ୍ତି ବୋଲି ଦୂତୀ ଅଭିଯୋଗ କରିଛନ୍ତି|ନେପାଳୀ ଅନୁପ୍ରବେଶକାରୀ ଙ୍କ କାଗଜପତ୍ର ସରସ୍ଵତୀ କରିବାରେ ହାତ ରହିଛି ବୋଲି ଦୂତୀ କହିଛନ୍ତି|
ସରସ୍ଵତୀ ନିଜ ଫେସବୁକ୍ ଏକାଉଣ୍ଟରେ ଦୂତୀଙ୍କ ସମ୍ପର୍କ ଓ ତାଙ୍କ ବାନ୍ଧବୀକୁ ନେଇ ଟୁଇଟ କରିଵା ପରେ ବଡ ଭଉଣୀର ଗୋହି ତାଡିଥିଲେ ଦୂତୀ|
ଏହାକୁ ନେଇ ସୁଧୁରିଯିବା ସହ ମୁଁ ତୋର କ’ଣ କରି ପାରେ ବୋଲି ବଡ ଚ୍ୟାଲେଞ୍ଜ ଦେଇଛନ୍ତି|