ପୁଣି କନ୍ଧମାଳ ଆବାସିକ ବିଦ୍ୟାଳୟରେ କଳଙ୍କ, ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ପୋଲିସର ତଦନ୍ତ ଜାରି…

ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଲଜ୍ଜ୍ୟା। ଆବାସିକ ବିଦ୍ୟାଳୟରେ ପୁଣି ଲାଗିଲା କଳଙ୍କ। ତୁମିଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଞ୍ଚଳର ରାଙ୍ଗାପୁର ଆବାସିକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ଘଟଣା ଜଣାପଡିବା ପରେ ବିଦ୍ୟାଳୟ ତରଫରୁ ବେଲଘର ଥାନାରେ ଏକ ଏତଲା ଦିଆଯାଇଛି। ଏତଲା ଅନୁସାରେ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଜିଲ୍ଲାର ଆବାସିକ ବିଦ୍ୟାଳୟରେ ଏଭଳି ଘଟଣା ବାରମ୍ବାର ଘଟୁଥିବାର ନଜର ଆସୁଛି।

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ କୂଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ଵାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟରେ ୩୧୩ ଜଣ ଛାତ୍ର-ଛାତ୍ରୀ ପାଠ ପଢୁଛନ୍ତି। ଏହି ଘଟଣା ସାମନାକୁ ଆସିବା ପରେ ଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠୁଛି। ବେଲଘର ଥାନା ଅଧିକାରୀ ଏହି ମାମଲାକୁ ରୁଜ୍ଜୁ କରି ମାମଲାର ତଦନ୍ତ କରୁଛନ୍ତି।

odia sambada
Comments (0)
Add Comment