T-20 ବିଶ୍ଵକପ 2022 ଆରମ୍ଭ ହେବାକୁ ମାତ୍ର ଆଉ କିଛି ଦିନ ବାକି ଅଛି । ସମସ୍ତ ଟିମ ନିଜର ସ୍କ୍ୱାର୍ଡ ଘୋଷଣା କରିଦେଇଛନ୍ତି । ଭାରତୀୟ ଟିମ୍ ମଧ୍ୟ ନିଜ ଟିମ ଘୋଷଣା କରିଛନ୍ତି । ବିଶ୍ୱକପ ପୂର୍ବରୁ ଭାରତ ଭାରତ ଅଷ୍ଟ୍ରେଲିଆ ବିରୋଧରେ ଘରୋଇ ସିରିଜ ଖେଳୁଛି । ଏହା ମଧ୍ୟରେ ଅନେକ ପ୍ରଶ୍ନର ଉତ୍ତର ମିଳିବା ବାକି ରହିଛି ।
T-20 ବିଶ୍ଵକପରେ ଭାରତୀୟ ଟିମ୍ ପାଇଁ ଓପନିଙ୍ଗ କିଏ କରିବ, ଏହା ଗୋଟିଏ ତର୍କର ବିଷୟ ପାଲଟିଛି । ବର୍ତ୍ତମାନ T-20 ରେ କେଏଲ୍ ରାହୁଲ୍ ଓ ରୋହିତ ଶର୍ମାଙ୍କ ଯୋଡ଼ି ହିଁ ଓପନିଙ୍ଗ କରନ୍ତି, କିନ୍ତୁ ଦୀର୍ଘ ସମୟରୁ ଦୁହିଁଙ୍କ ଯୋଡ଼ିରେ ଟିକେ ବିବାଦ ଚାଲିଛି । ଏପରି ପରିସ୍ଥିତିରେ ଦାବି କରାଯାଉଥିଲା ଯେ ବିରାଟ କୋହଲିଙ୍କ ଦ୍ଵାରା ଓପନିଙ୍ଗ କରାଇବା ଉଚିତ୍ ।
ବିରାଟ କୋହଲି ଏବଂ ରୋହିତ ଶର୍ମା ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଓପନିଙ୍ଗ କରି ସାରିଛନ୍ତି ଏବଂ ଅନେକଥର ସଫଳ ମଧ୍ୟ ହୋଇଛନ୍ତି । ନିକଟରେ ଯେତେବେଳେ ବିରାଟ କୋହଲି ଏସିଆ କପରେ ଆଫଗାନିସ୍ତାନ ବିରୋଧରେ ଓପନିଙ୍ଗ କରିଥିଲେ, ସେତେବେଳେ ସେ ଶତକ ମଧ୍ୟ ହାସଲ କରିଥିଲେ ।
ବର୍ତ୍ତମାନ ଟିମ୍ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏ ବିଷୟରେ ନିଜର ମତ ଦେଇଛନ୍ତି । ରବି ଶାସ୍ତ୍ରୀ ସଫା ସଫା କହିଛନ୍ତି ଯେ ବିରାଟ କୋହଲିଙ୍କ ଦ୍ଵାରା ଓପନିଙ୍ଗ କରାଇବା ଉଚିତ୍ ନୁହେଁ । ସେ କହିଛନ୍ତି ଯେ ” ମୁଁ ଚାହୁଁଛି ଯେ ରୋହିତ ଶର୍ମା ଏବଂ କେଏଲ ରାହୁଲ୍ ହିଁ ଆପଣଙ୍କ ପାଇଁ ବିଶ୍ଵକପରେ ଓପନିଙ୍ଗ କରନ୍ତୁ ।”
ଓପନିଙ୍ଗ ମାମଲାରେ ରବି ଶାସ୍ତ୍ରୀ କହିଛନ୍ତି ଯେ ଯଦି କୌଣସି ପ୍ରକାରର ଏମରଜେନ୍ସି ଆସେ, ସେତେବେଳେ ଆପଣ ବିରାଟ କୋହଲିଙ୍କ ଦ୍ଵାରା ଓପନିଙ୍ଗ କରାଇପାରିବେ । କିନ୍ତୁ ଯଦି ଆପଣଙ୍କୁ ନିଜର ମିଡ଼ିଲ ଅର୍ଡର ମଜବୁତ୍ ଦରକାର୍, ଅଷ୍ଟ୍ରେଲିଆର ପିଞ୍ଚ ହିସାବରେ ବିରାଟ କୋହଲିଙ୍କ ଏକ୍ସପିରିଏନ୍ସ ମିଡିଲ ଅର୍ଡରରେ ବହୁତ୍ ଜରୁରୀ ଅଟେ ।
ଉଲ୍ଲେଖଯୋଗ୍ୟ ଯେ କ୍ୟାପଟେନ ରୋହିତ ଶର୍ମା ମଧ୍ୟ ସ୍ପଷ୍ଟ କହିଛନ୍ତି ଯେ T-20 ବିଶ୍ଵକପରେ କେଏଲ୍ ରାହୁଲ୍ ହିଁ ଟିମ୍ ଇଂଡିଆ ପାଇଁ ଓପନିଙ୍ଗ କରିବେ । ରୋହିତ କହିଛନ୍ତି ଯେ ରୋହିତ ଆମପାଇଁ ତୃତୀୟ ଓପନର ଭାବେ ଗୋଟିଏ ଅପ୍ସନ୍ ଅଟନ୍ତି, ଯଦି ଦରକାର୍ ପଡ଼ିବ ତାଙ୍କ ଦ୍ଵାରା ମଧ୍ୟ ଓପନିଙ୍ଗ କରାଯାଇପାରେ ।