ସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ ଦେଇଥିଲା ସୁପାରି, କିନ୍ତୁ କିଡନାପର ବାହାରିଲେ ସ୍ୱାମୀର ସାଙ୍ଗ, ଆଉ ତାପରେ ପ୍ରେମିକକୁ ଦେବାକୁ ପଡ଼ିଲା ଜୀବନ

ବାସ୍ତବରେ ଏହି ଘଟଣା ଗତ ଦୁଇ ମାସ ପୂର୍ବରୁ ବେଙ୍ଗାଲୁରୁର ଦୋଡ଼ାବିଦାରକଲୁ ଅଞ୍ଚଳରେ ଘଟିଥିଲା । ଯେଉଁଠାରେ ନବୀନ କୁମାର୍ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ପିଲାଙ୍କ ସହ ଦୁଇମାସ ପୂର୍ବ ପର୍ଯ୍ୟନ୍ତ ଶାନ୍ତିରେ ଜୀବନ ବିତାଉଥିଲେ । କୁହାଯାଉଛି ଯେ ନବୀନଙ୍କର୍ ନିଜର ଗୋଟେ ଛୋଟ ଅଟା ଚକି ଦୋକାନ ଥିଲା ଏବଂ ଏହାସହିତ ସେ ଗୋଟିଏ କ୍ୟାବର ମାଲିକ ଥିଲା, ଯାହାକୁ ସେ ନିଜେ ଚଳାଉଥିଲେ । ପ୍ରତିଦିନ ପରି ଅଟା ଚକି କାମ ସାରି ନବୀନ ଜଣେ ଯାତ୍ରୀକୁ ନେବାକୁ ବାହାରିଥିଲା, କିନ୍ତୁ ସେ ସେଦିନ ଆଉ ଫେରିନଥିଲା । କାରଣ ସେହି ସନ୍ଧ୍ୟାରେ ଯେଉଁ ଯାତ୍ରୀକୁ ସେ ନେବାକୁ ବାହାରିଥିଲା, ସେ ହିଁ ନବୀନକୁ ଅପରହରଣ କରିନେଲା ।

ଏପଟେ ଅଧିକ ରାତି ହେବାରୁ ନବୀନଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଗଲେ ଏବଂ ତାଙ୍କ ସ୍ତ୍ରୀ ସମ୍ପର୍କୀୟମାନଙ୍କୁ ଖବର ଦେଇଦେଲେ । କିନ୍ତୁ ତାର ସପ୍ତାହ ପରେ ମଧ୍ୟ ଯେତେବେଳେ ନବୀନ ଘରକୁ ଫେରିଲେ ନାହିଁ, ସେତେବେଳେ ତାଙ୍କ ସମ୍ପର୍କୀୟ ମାନେ ସନ୍ଦେହ କଲେ ଯେ ପ୍ରକୃତରେ ତା ସ୍ତ୍ରୀ ପୋଲିସକୁ ଏହାର ଖବର ଦେଇନାହିଁ କାହିଁକି । ଏପରି ପରିସ୍ଥିତିରେ ନବୀନଙ୍କ ଭଉଣୀ ସ୍ଥାନୀୟ ପୋଲିସ ଷ୍ଟେସନରେ ଭାଇ ନିଖୋଜ ହେବାର ରିପୋର୍ଟ୍ ଲେଖାଇଲେ ।

13 ଦିନ ଧରି ଅପହରଣ ପରେ ସ୍ୱାମୀ ଘରେ ପହଞ୍ଚିଲା :-

ଏହା ପରେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା, କିନ୍ତୁ ପୋଲିସର ତଦନ୍ତ ଜାରି ରହିଥିବା ସମୟରେ ଅଗଷ୍ଟ 6 ତାରିଖରେ ନବୀନ ହଠାତ୍ ତାଙ୍କ ଘରକୁ ଆସିଥିଲେ । ଏହା ଦେଖି ଭଉଣୀ ଏବଂ ତାଙ୍କ ପିଲାମାନଙ୍କର ଖୁସିର ଠିକଣା ନଥିଲା, କିନ୍ତୁ ସେଠାରେ ତାଙ୍କ ସ୍ତ୍ରୀଙ୍କ ଜୀବନ ଶୁଖିଗଲା । ଏହାସହିତ ନବୀନଙ୍କ ଫେରିବା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ମଧ୍ୟ ସେଠାରେ ପହଞ୍ଚି ନବୀନଙ୍କୁ ପ୍ରଶ୍ନ କରିଥିଲା ଯେ ପ୍ରକୃତରେ ସେ ସେଦିନ ସନ୍ଧ୍ୟା ଠାରୁ ଆଜି ପର୍ଯ୍ୟନ୍ତ କେଉଁଠି ଥିଲେ ।

ଏହାର ଉତ୍ତରରେ ନବୀନ ଯେଉଁ କାହାଣୀ ଶୁଣାଇଲେ, ତାକୁ ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କର ହୋସ ଉଡ଼ିଗଲା । ନବୀନ କହିଛନ୍ତି ଯେ ସେଦିନ ଯେତେବେଳେ ସେ କ୍ୟାବରୁ ଯାତ୍ରା କରିବାକୁ ବାହାରକୁ ଯାଇଥିଲେ, ସେତେବେଳେ ତାଙ୍କ କ୍ୟାବରେ ତିନି ଜଣ ଲୋକ ତାଙ୍କୁ ଅପହରଣ କରି ଏକ ଦୁର୍ଗମ ଅଞ୍ଚଳକୁ ନେଇ ଯାଇଥିଲେ । କିନ୍ତୁ ପରେ ଯେତେବେଳେ ନବୀନ ସେହି ଅପହରଣକାରୀଙ୍କୁ ପଚାରିଲେ ଯେ ସେମାନେ କାହିଁକି ଏପରି କରୁଛନ୍ତି ଏବଂ ଯେତେବେଳେ ସେ ସେମାନଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କର ରାଣ ଦେଲେ, ସେତେବେଳେ ଅପହରଣକାରୀଙ୍କ ହୃଦୟ ତରଳି ଯାଇଥିଲା ଏବଂ ସେମାନେ ନବୀନଙ୍କୁ ତାଙ୍କ ସ୍ତ୍ରୀଙ୍କ ବିଷୟରେ ସବୁ ସତକଥା କହିଥିଲେ, ଯାହାକୁ ସେ ମଧ୍ୟ ଜାଣି ନଥିଲେ । ପ୍ରକୃତରେ, ଏହି ଅପହରଣକାରୀଙ୍କୁ ପଠାଇଥିବା ଲୋକ ଆଉ କେହି ନୁହେଁ, ବରଂ ତାଙ୍କ ସ୍ତ୍ରୀ ଅନୁପଲଭି ଏବଂ ତାର 26 ବର୍ଷିୟ ପ୍ରେମିକ ହିମାବନ୍ତ କୁମାର୍ ଥିଲେ ।

ସ୍ତ୍ରୀ ଏବଂ ପ୍ରେମିକ 2 ଲକ୍ଷ ଟଙ୍କାରେ ଦେଇଥିଲେ ସ୍ୱାମୀଙ୍କ ପାଇଁ ସୁପାରି :-

ବାସ୍ତବରେ ଉଭୟ ଅନୁପଲଭି ଏବଂ ହିମାବନ୍ତ କୁମାର ପରସ୍ପରକୁ ଭଲ ପାଉଥିଲେ ଏବଂ ନବୀନଙ୍କୁ ସେମାନଙ୍କ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ । ତେଣୁ ସେମାନେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ ଏବଂ ଏଥିପାଇଁ ସେ ତିନିଜଣ ସୁପାରି କିଲର୍ ହରିଶ, ନାଗାରାଜୁ ଏବଂ ମୁଗିଲନଙ୍କୁ ହାୟର୍ କରିଥିଲେ । ସୁପାରିର ରକମ 2 ଲକ୍ଷ ଟଙ୍କା ଥିଲା, ଯେଉଁଥିରୁ ଅନୁପଲଭୀ ଏବଂ ହିମାବନ୍ତ 90 ହଜାର ଟଙ୍କା ଆଗୁଆ ଦେଇଥିଲେ ଏବଂ ବାକି କାମ ସରିବା ପରେ ଦେବେ ବୋଲି କହିଥିଲେ । ଅର୍ଥାତ୍ ଅନୁପଲଭୀ ଏବଂ ହିମାବନ୍ତ ହତ୍ୟାକାରୀଙ୍କୁ କହିଥିଲେ ଯେ ନବୀନଙ୍କ ହତ୍ୟା ପରେ ଯେତେବେଳେ ତାଙ୍କ ମୃତ ଦେହର ଫଟୋ ମିଳିବ, ସେତେବେଳେ ସେମାନେ ବାକି ଟଙ୍କା ମଧ୍ୟ ଦେବେ ।

ଏହା ପରେ, ଏହିପରି ହିଁ ଘଟଘଟିଥିଲା, ଅନୁପଲଭି ଏବଂ ହିମାବନ୍ତଙ୍କ ଫୋନରେ ନବୀନଙ୍କୁ ଅପହରଣ ପରେ ଏକ ଫଟୋ ପହଞ୍ଚିଥିଲା, ​​ଯେଉଁଥିରେ ନବୀନଙ୍କ ଶରୀରରେ ଚେତାଶୂନ୍ୟ ଅବସ୍ଥାରେ ରକ୍ତ ଦାଗ ଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ଦେଖି ସେମାନେ ନବୀନଙ୍କ ହତ୍ୟା ବିଷୟରେ ନିଶ୍ଚିତ ହୋଇଥିଲେ ଏବଂ ସେମାନେ ସେହି ହତ୍ୟାକାରୀଙ୍କୁ ବାକି ଟଙ୍କା ମଧ୍ୟ ଦେଇଥିଲେ । ବର୍ତ୍ତମାନ ଏଠାରୁ ହତ୍ୟାକାରୀମାନେ ନିଜର ଭୂମିକା ବଦଳାଇଦେଲେ ।

ସ୍ବାମୀ ସହ ମିଶି ଅପହରଣକାରୀମାନେ ଖେଳିଲେ ଅସଲି ଖେଳ :-

ପ୍ରକୃତରେ, ନବୀନଙ୍କ ସହ ସେହି ତିନିଜଣ ଅପହରଣକାରୀ ଗୋଟେ ମିଛ କାହାଣୀ ତିଆରି କଲେ । ସେମାନେ ନବୀନଙ୍କୁ ଶୁଆଇ ଦେଲେ ଏବଂ ତାଙ୍କ ଶରୀରରେ ଲାଲ ରଙ୍ଗ ଲଗାଇ ଦେଲେ, ଯେପରିକି ସେ ମୃତ ବୋଲି ଦେଖାଯିବ ଏବଂ ସେହିପରି ଦାଗ ଦେଖାଯିବ । ଏହା ପରେ, ଏହି ଅବସ୍ଥାରେ ନବୀନଙ୍କ ଫଟୋ ଉଠାଇ ସେ ଏହାକୁ ତାଙ୍କ ସ୍ତ୍ରୀ ଏବଂ ପ୍ରେମିକ ପାଖକୁ ପଠାଇଲେ । ଏଭଳି ପରିସ୍ଥିତିରେ ଏହି ହତ୍ୟାକାରୀମାନେ ଅବଶିଷ୍ଟ ଏକ ଲକ୍ଷ ଦଶ ହଜାର ଟଙ୍କା ପାଇଥିଲେ । ନବୀନ ସେହି ଲୋକଙ୍କ ସହିତ ରହିଲେ, ଯେଉଁମାନେ ତାଙ୍କୁ ଗତ 13 ଦିନ ଧରି ଅପହରଣ କରିଥିଲେ । ଏହି ତିନିଜଣ ବର୍ତ୍ତମାନ ନବୀନଙ୍କ ବନ୍ଧୁ ହୋଇସାରିଥିଲେ ।

ସ୍ୱାମୀର ହତ୍ୟା କଥା ଜାଣିବା ପରେ ପ୍ରେମିକ କଲା ଆତ୍ମହତ୍ୟା :-

ଏପଟେ କାହାଣୀରେ ଏକ ବଡ଼ ମୋଡ଼ ଆସିବାର ବାକି ଥିଲା । ବାସ୍ତବରେ ଯେତେବେଳେ ଭଡ଼ା ହତ୍ୟାକାରୀ ନବୀନଙ୍କ ମିଛ ଶବର ଫଟୋ ପଠାଇବା ପରେ ଅନୁପଲଭୀଙ୍କ ପ୍ରେମିକ ହିମାବନ୍ତ ସମ୍ପୂର୍ଣ୍ଣ ଭାବେ ଚକିତ ହୋଇଯାଇଥିଲେ । ସେ ଅନୁଭବ କଲେ ଯେ ସେ ଦିନେ ନା ଦିନେ ପୋଲିସ ଦ୍ଵାରା ଧରାପଡ଼ିବ । ଏଭଳି ପରିସ୍ଥିତିରେ ସେ ଧରାପଡ଼ିବା ଏବଂ ଅନୁତାପ କରିବା ଭୟରେ ଆତ୍ମହତ୍ୟା କରିଦେଲେ । କୁହାଯାଇଛି ଯେ ହିମବନ୍ତ ଅଗଷ୍ଟ ୧ ତାରିଖରେ ନିଜ ଘରେ ଫାଶୀ ଦେଇଥିଲେ, କିନ୍ତୁ ଅନୁପଲଭି ସେଠାରେ ମଧ୍ୟ ଶାନ୍ତ ଥିଲେ । ତାଙ୍କ ଭିତରେ ଚାଲିଥିବା ଝଡ଼ ବିଷୟରେ ସେ କାହାକୁ ବି ଜାଣିବାକୁ ଦେଇ ନଥିଲେ । କାରଣ ସେ ବୁଝି ସାରିଥିଲେ ଯେ ଯଦି ସେ କିଛି ବି କରିବେ, ତାହେଲେ ଧରା ପଡ଼ିଯିବେ ।

ଏତେ ସବୁ ପରେ ମଧ୍ୟ ସ୍ବାମୀ କଲା ନିଜ ସ୍ତ୍ରୀକୁ କ୍ଷମା :-

କିନ୍ତୁ ଶେଷରେ ନବୀନ ଆସିବା ପରେ ମାମଲା ସବୁ ଖୋଲିଗଲା । କୁହାଯାଉଛି ଯେ ପୋଲିସ ଏହି ମାମଲାରେ ନବୀନଙ୍କ ସ୍ତ୍ରୀଙ୍କ ସହ ତାଙ୍କ ମା ଏବଂ ଅନ୍ୟ ତିନି ସୂପାରୀ କିଲରଙ୍କୁ ମଧ୍ୟ ଗିରଫ କରିଛି । ଏସବୁ ପରେ ମଧ୍ୟ ନବୀନ ନିଜ ସ୍ତ୍ରୀକୁ କ୍ଷମା କରି ଦେଇଛନ୍ତି ଏବଂ ତାଙ୍କୁ ମୁକ୍ତ କରିବାକୁ କୋର୍ଟରେ ନିବେଦନ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ନବୀନଙ୍କ ଦାବି ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଏବଂ ବର୍ତ୍ତମାନ ମାମଲା କୋର୍ଟରେ ବିଚାରାଧୀନ ଅଛି ।

odia sambada
Comments (0)
Add Comment