ଏମ୍ ଏସ୍ ଧୋନୀ : କ’ଣ ଆଇପିଏଲରୁ ରିଡାୟାର୍ଡ ନେଇଯିବେ ଧୋନୀ ? ଆଜି ଏହି ସମୟରେ କରିବାକୁ ଯାଉଛନ୍ତି ବଡ ଘୋଷଣା …

ଭାରତର ପୂର୍ବତନ ଖେଳାଳୀ ଓ ମହାନତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହନ୍ତି ନାହିଁ ଓ ଲାଇମ ଲାଗଟରେ ଆସିବାକୁ ପସନ୍ଦ କରନ୍ତି ନାହିଁ|ଧୋନି ୧୫ ଅଗଷ୍ଟ ୨୦୨୦ ରେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ କିନ୍ତୁ ସେ ଏବେବି ଆଇପିଏଲରେ ଖେଳୁଛନ୍ତି|ଯଦିଓ ଧୋନି ଏବେ ଫେସବୁକରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ବିଭିନ୍ନ ଅନୁମାନ ଲଗାଯାଉଛି|

ଭାରତର ଦିଗ୍ଗଜ ଖେଳାଳି ଧୋନି ନିଜ ଫେସବୁକରେ ଏକ ପୋଷ୍ଟ ଛାଡିଛନ୍ତି ଯେଉଁଥିରେ ସେ ୨୫ ସେପ୍ଟେମ୍ବର ଦିନ ଲାଇଭ ଆସିବାକୁ କହିଛନ୍ତି|ସେ ଏହାସହ ଲେଖିଛନ୍ତି ମୁଁ ଆପଣଙ୍କ ସହ ଏକ ଖବର ଦେବି|ମୁଁ ୨୫ ସେପ୍ଟେମ୍ବର ଅପରାହ୍ନ ୨ଟାରେ ଲାଇଭ ଆସି ଏହି ସୂଚନା ଦେବି|ଆଶାକରେ ଆପଣ ସେଠାରେ ରହିବେ|ଏହି ପୋଷ୍ଟ ଫଳରେ ୪୧ ବର୍ଷିୟା ଧୋନୀ ଙ୍କ ଆଇପିଏଲରୁ ସନ୍ୟାସ ଖବର ତେଜ ହୋଇ ଯାଇଛି|ଧୋନି ଆନ୍ତର୍ଜାତିକ କ୍ରିକେଟରୁ ଘୋଷଣା ସୋସିଆଲ ମିଡିଆରେ କରିଥିଲେ|ଯଦିଓ ଏହା‌ ଜଣାପଡିଲା ନାହିଁ ଲାଇଭରେ ସେ କ’ଣ ଘୋଷଣା କରିବେ|

ଧୋନୀଙ୍କ କରିସ୍ମା ଫଳରେ ସିଏସକେ ଚାରିଥର ଆଇପିଏଲ ଟ୍ରଫି ବିଜେତା ହୋଇଛି|ସେ ପଡ଼ିଆରେ ବହୁ ଶାନ୍ତ ରହିଥାନ୍ତି|ସେ ଶାନ୍ତ ଓ ଚତୁର ଦିମାଗରେ ବିରୋଧୀ ଚକିତ ହୋଇଥାନ୍ତି|ତାଙ୍କ ପାଖରେ ଡିଆର୍ଏସ୍ ନେଵାର ଗଜବ କଳା ରହିଛି|ସେ ଯେତେବେଳେ ଆଇପିଏଲରୁ ଅଧିନାୟକତ୍ୱ ଛାଡିଲେ ରବିନ୍ଦ୍ର ଜାଡେଜା ଅଧିନାୟକ ଦାୟିତ୍ଵ ନେଇଥିଲେ କିନ୍ତୁ ଏହାପରେ ପୁଣି ସେ ବନିଲେ|୨୦୨୨ରେ ସେ କହିଥିଲେ ୨୦୨୩ ସିଜନ ବି ଖେଳିବେ|

ଧୋନି ଜଣାଶୁଣା ଦୁନିଆରେ ସର୍ବଶ୍ରେଷ୍ଠ ଫିନିଶର ଅଟନ୍ତି|ସେ ଦମରେ ଭାରତୀୟ ଦଳକୁ ବହୁବାର ଜିତାଇଛନ୍ତି|ତାଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୦୭ ରେ ଟି-୨୦ ବିଶ୍ୱକପ୍,୨୦୧୧ରେ ଏକଦିବସୀୟ ବିଶ୍ୱକପ୍,୨୦୧୩ ରେ ଆଇସିସି ଚାମ୍ପିଅନ ଟ୍ରଫି ଜିତିଥିଲେ|ସେ ଆଇପିଏଲରେ ମଧ୍ୟ କମାଲ କରିଛନ୍ତି|ସେ ଆଇପିଏଲର ୨୩୪ ମ୍ୟାଚରୁ ୪୯୭୮ ରନ କରିଛନ୍ତି|

odia sambada
Comments (0)
Add Comment