ଦେଖନ୍ତୁ ଭିଡିଓ : କାନ୍ଥ ଭାଙ୍ଗି ଘରେ ପଶିଲା ପ୍ରଥମ ସ୍ବାମୀ, ମହିଳାଙ୍କୁ ନିର୍ଦ୍ଦୟ ଭାବେ ଘୋଷାଡିଲା,ଆଉ ତାପରେ…

ରାଗରେ ଜଣେ ବ୍ୟକ୍ତି ନିଜ ପୂର୍ବ ସ୍ତ୍ରୀର ଘରେ କାନ୍ଥ ଭାଙ୍ଗି ପଶିଗଲା । ତାପରେ ସେ ପୂର୍ବ ସ୍ତ୍ରୀକୁ ଅପହରଣ କରିନେଲା । ଘଟଣାଟି ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଗଲା । ଭିଡ଼ିଓରେ ଦେଖାଯାଉଛି ଯେ ପ୍ରଥମ ସ୍ବାମୀ ଘରେ ଜବରଦସ୍ତି ପଶିଲା ଏବଂ ମହିଳାଙ୍କୁ ଘୋଷାଡି ଘୋଷାଡି ବାହାରକୁ ଆଣିଲା । ମହିଳା ଦାବି କରିଛନ୍ତି ଯେ ତାଙ୍କ ସହ ଏପରି ଦ୍ୱିତୀୟ ଥର ହୋଇଛି, ପୂର୍ବରୁ ମଧ୍ୟ ତାଙ୍କର ପ୍ରଥମ ସ୍ବାମୀ ଏପରି କାମ କରିଛନ୍ତି ।

କୁହାଯାଇଛି ଯେ ଏହି ଘଟଣା ଥାଇଲ୍ୟାଣ୍ଡର ନକହୋମ ପ୍ୟାଥମ ଅଞ୍ଚଳରେ ମଙ୍ଗଳବାର ରାତିରେ ସାମ୍ନାକୁ ଆସିଛି । ପୀଡ଼ିତା ମହିଳାଙ୍କ ନାମ ବିସରୁଟା ଅଟେ, ଯାହାଙ୍କ ଘରେ ତାଙ୍କ ପ୍ରଥମ ସ୍ବାମୀ ଜିରାବଟ କାନ୍ଥ ଭାଙ୍ଗି ପ୍ରବେଶ କରିଥିଲା । ତାପରେ ସେ ବିସରୁଟାଙ୍କୁ ଘୋଷାଡି ଘୋଷାଡି ବାହାରକୁ ନେଇ ଆସିଲା । ଏହାପରେ ତାଙ୍କୁ ଜବରଦସ୍ତି କାରରେ ବସାଇ ପଶ୍ଚିମ ଥାଇଲ୍ୟାଣ୍ଡର ଫେଟଚାବୁରି ଅଞ୍ଚଳକୁ ନେଇଗଲା ।

ବିସରୁଟା ଦାବି କରି କହିଛନ୍ତି ଯେ ପ୍ରଥମେ ଜିରାବଟ ତାଙ୍କୁ ଚାମ୍ ଜିଲ୍ଲାର ସମୁଦ୍ର କୂଳକୁ ନେଇଗଲା । ଏହାପରେ ସେ ତାଙ୍କୁ ‘ କ୍ରେଙ୍ଗ କ୍ରଚନ ନେସନାଲ ପାର୍କ” ରେ ଥିବା “ଲା ଉ ଜଙ୍ଗଲ” କୁ ନେଇଗଲା । ବିସରୁଟା କହିଛନ୍ତି ଯେ କିପରି ଭାବେ ସେ ପ୍ରଥମ ସ୍ବାମୀ କବଳରୁ ପଳାଇଲେ ଏବଂ ପୋଲିସକୁ ମାମଲାର ସୂଚନା ଦେଲେ । ପୋଲିସ ହିଁ ବିସରୁଟାଙ୍କୁ ପୁଣିଥରେ ତାଙ୍କ ଘରକୁ ଫେରାଇ ଆଣିଥିଲେ ।

“2 ବର୍ଷ ଭଲରେ କଟିଲା, ତାପରେ ସବୁଦିନ ଲଢେଇ” :-

ପୀଡ଼ିତା ବିସରୁଟା କହିଛନ୍ତି ଯେ 6 ବର୍ଷ ପର୍ଯ୍ୟନ୍ତ ସେ ଜିରାବଟ ସହ ରହିଲେ । ଆରମ୍ଭରେ ଦୁଇବର୍ଷ ଭଲ ସମ୍ପର୍କ ଥିଲା । କିନ୍ତୁ ତୃତୀୟ ବର୍ଷଠାରୁ ଦୁହିଁଙ୍କ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲା । ଅବଶ୍ୟ ଲଢେଇ ପରେ ପୁଣି ସବୁକିଛି ଠିକ୍ ହୋଇଯାଉଥିଲା । ସେ କହିଛନ୍ତି ଯେ ଏହାପରେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ଖରାପ ହେବାକୁ ଲାଗିଲା । ଦୁହିଁଙ୍କ ମଧ୍ୟରେ ପ୍ରତିଦିନ ଲଢେ଼ଇ ହେବାକୁ ଲାଗିଲା । ସେ ଜିରାବଟର ହିଂସକ ବ୍ୟବହାରକୁ ଦୃଷ୍ଟିରେ ରଖି ତାଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିଲେ ।

ଜିରାବଟ ମଧ୍ୟ ମାନିବାକୁ ପ୍ରସ୍ତୁତ ନଥିଲା ଯେ ତାର ବ୍ୟବହାର ସମସ୍ୟାର କାରଣ ଅଟେ । ଜିରାବଟ ଭାବୁଥିଲା ଯେ ବିସରୁଟା ଅନ୍ୟ କାହାକୁ ଭଲ ପାଉଛନ୍ତି । ଜିରାବଟର ବ୍ୟବହାରରେ ବିରକ୍ତ ହୋଇ ତିନି ମାସ ପୂର୍ବେ ହିଁ ବିସରୁଟା ଅଲଗା ରହିବା ଆରମ୍ଭ କରିଦେଲେ ।

ବିସରୁଟା ଏହା ମଧ୍ୟ ଆରୋପ ଲଗାଇଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ଜିରାବଟ ତାଙ୍କୁ କିଡନାପ କରିଥିଲା, କିନ୍ତୁ ସେ ଏହି ବିଷୟରେ ଅଧିକ ସୂଚନା ଦେଇପାରି ନାହାଁନ୍ତି ।

odia sambada
Comments (0)
Add Comment