ଶାଶୂ କହିଲା – ବାସନ ଧୋଇ ଦେ, କିନ୍ତୁ ବୋହୂ କେଶ ଧରି ଶାଶୁକୁ ଘୋଷାଡିଲା ଏବଂ ପିଟିବାକୁ ଲାଗିଲା, ତାପରେ ଏକ ମାସ ପରେ ଶାଶୁ ଏହିପରି ନେଲେ ପ୍ରତିଶୋଧ

ଶାଶୁ ଏବଂ ବୋହୂ ଏପରି ଦୁଇଜଣ ପ୍ରାଣୀ ଅଟନ୍ତି, ଯେଉଁମାନଙ୍କର କେବେ ବି ପରସ୍ପର ମଧ୍ୟରେ ପଟେନାହିଁ । ଏମାନଙ୍କ ମଧ୍ୟରେ ଝଗଡା ହେବା ବହୁତ୍ ସହଜ କଥା ଅଟେ । କିନ୍ତୁ କେବେ କେବେ ଝଗଡା ଭିତରେ ହାତ ଉଠିଯାଏ । ବର୍ତ୍ତମାନ୍ ରାଜସ୍ଥାନର ଜୟପୁରର ଏହି ମାମଲାକୁ ହିଁ ନିଅନ୍ତୁ । ଏଠାରେ ଜଣେ ବୋହୂ ନିଜ ଶାଶୁର ହାତ ଭାଙ୍ଗି ଦେଲା । କାରଣ କେବଳ ଏହା ଥିଲା ଯେ ଶାଶୁ ବୋହୂକୁ ଗୋଟିଏ ବାସନ ଧୋଇବାକୁ କହିଥିଲା । ତେବେ ଏହାପରେ ଶାଶୁ ମଧ୍ୟ ଏପରି ପ୍ରତିଶୋଧ ନେଲା, ଯାହାକୁ ବୋହୂ ଜୀବନସାରା ମନେ ରଖିବ ।

ବାସନ ଧୋଇବାକୁ କହିବାରୁ ଶାଶୁକୁ ପିଟିବାକୁ ଲାଗିଲା :-

ବାସ୍ତବରେ ଏକ ମାସ ପୂର୍ବର ଘଟଣା ଅଟେ । 75 ବର୍ଷୀୟ ଧାପୁ ଦେବୀ ଏବଂ ତାଙ୍କ ବୋହୂ ମୋହନି ଦେବୀ ନଳରୁ ପାଣି ଭର୍ତ୍ତି କରୁଥିଲେ । ଏହି ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ଆରମ୍ଭ ହୋଇଗଲା । ଏପରି ପରିସ୍ଥିତିରେ ବୋହୂ ନିଜ ଶାଶୂଙ୍କ ବାସନରେ ଖରାପ୍ ପାଣି ଫିଙ୍ଗିଦେଲା । ଏହା ଦେଖି ଶାଶୁ ରାଗିଗଲା ଏବଂ ବୋହୂକୁ ବାସନ ଧୋଇବାକୁ କହିଲା । ବାସ ଏ କଥା ଏତେ ବଢ଼ିଗଲା ଯେ ବୋହୂ ଶାଶୁକୁ ପିଟିବା ଆରମ୍ଭ କରିଦେଲା ।

ସୀମା ତ ସେତେବେଳେ ପାର ହୋଇଗଲା, ଯେତେବେଳେ ବୋହୂର ପୁଅ ଏବଂ ଅନ୍ୟ ବୋହୂ ମାନେ ମଧ୍ୟ ଏଥିରେ ସାମିଲ ହୋଇଗଲେ । ତାପରେ ସମସ୍ତେ ମିଶି ଶାଶୁକୁ ବହୁତ୍ ପିଟିଲେ । ତାର କେଶ ଧରି ତଳେ ଘୋଷାଡିଲେ । ଏହା ମଧ୍ୟରେ ପୀଡ଼ିତାଙ୍କ ସାନ ପୁଅ ଆସିଲା ଏବଂ ସେ ମଝିରେ ଆସି ବଞ୍ଚାଇଲା । ସେହିପରି ମାକୁ ହସ୍ପିଟାଲ୍ ନେଇଗଲା । ଏଠାରେ ମହିଳାଙ୍କ ଚିକିତ୍ସା ଏବଂ ଔଷଧ ପ୍ରାୟ ଏକମାସ ଧରି ଚାଲିଲା ।

ବୋହୂ ପିଟିବା ପରେ ଶାଶୁର ଗୋଟେ ହାତ ଭାଙ୍ଗିଗଲା । ତା ଉପରେ ପ୍ଲାଷ୍ଟର ଲଗାଗଲା । ପରେ ସେଥିରେ ଗୋଟେ ଲୁହା ରଡ୍ ମଧ୍ୟ ଭର୍ତ୍ତି କରାଗଲା । ଏସବୁ ଜିନିଷ ହେବାପରେ ଯେତେବେଳେ ଶାଶୁ ଟିକେ ଠିକ ହେଲା, ସେତେବେଳେ ସେ ବୋହୂ ବିରୋଧରେ ଅଭିଯୋଗ କରିବାପାଇଁ ଥାନାରେ ପହଞ୍ଚିଗଲା । ସେ ଗତ ମଙ୍ଗଳବାର ଦିନ ନିଜ ବୋହୂ ଏବଂ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଇଛି । ବର୍ତ୍ତମାନ୍ ପୋଲିସ ଏହି ମାମଲାରେ ଯାଞ୍ଚ୍ କରୁଛି ।

odia sambada
Comments (0)
Add Comment