ସ୍କୁଲରେ ଟିଚର୍ ସମସ୍ତଙ୍କୁ ପାଟି କରିଥାନ୍ତି । କିନ୍ତୁ ଉତ୍ତରପ୍ରଦେଶର ରାୟବରେଲିରେ ଜଣେ ସପ୍ତମ ଶ୍ରେଣୀର ଛାତ୍ର ଟିଚର ପାଟି କରିବା ପରେ ଆତ୍ମହତ୍ୟା କରିଦେଲା । ସେ ଗାଳି ଶୁଣିବାର କିଛି ଘଣ୍ଟା ପରେ ଫାଶୀରେ ଝୁଲିଗଲା । ମରିବା ପୂର୍ବରୁ ସେ ଗୋଟିଏ ସୁସାଇଡ ନୋଟ୍ ମଧ୍ୟ ଲେଖିଲା, ଯେଉଁଥିରେ ଟିଚରଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇଲା ।
ଟିଚରଙ୍କ ଗାଳି ଖାଇବା ପରେ ଫାଶୀରେ ଝୁଲିଲା ଛାତ୍ର :-
ବାସ୍ତବରେ 12 ବର୍ଷୀୟ ୟସ ମୋର୍ଯ୍ୟା ସେଣ୍ଟ ପିଟର୍ଷ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲା । ସେ ମୂଳତଃ ରାୟବରେଲିର ସେହଁଙ୍ଗୋ ଗାଁର ବାସିନ୍ଦା ଥିଲା । କିନ୍ତୁ ରାୟବରେଲିରେ ନିଜ ମାମୁଁ ମାଇଁଙ୍କ ଘରେ ରହି ପାଠ ପଢ଼ୁଥିଲା । ସେପ୍ଟେମ୍ବର 22 ତାରିଖ ଗୁରୁବାର ଦିନ ତାର ବାୟୋଲୋଜି ପେପର ଥିଲା । ଏଥିରେ ସେ କପି କରୁଥିବା ସମୟରେ ଧରା ପଡ଼ିଯାଇଥିଲା । ତେଣୁ ଶିକ୍ଷକ ତାକୁ ବହୁତ୍ ପାଟି କରିଥିଲେ । ପ୍ରିନ୍ସିପାଲଙ୍କ ସାମ୍ନାକୁ ମଧ୍ୟ ଅଣାଯାଇଥିଲା ।
ଏହି ଘଟଣା ପରେ ୟସ ବହୁତ୍ ଦୁଃଖିତ ଥିଲା । ସେ ଯେତେବେଳେ ଘରକୁ ଫେରିଲା, ସେତେବେଳେ ଘରର ଛାତରେ ଲାଗିଥିବା ଫ୍ୟାନରେ ଫାଶୀ ଲଗାଇ ଝୁଲିଗଲା । ଯେତେବେଳେ ତାର ମାମୁଁ ମାଇଁ ତାକୁ ଏ ଅବସ୍ଥାରେ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ତୁରନ୍ତ ପୋଲିସ ଏବଂ ୟସଙ୍କ ବାପାମାଆଙ୍କୁ ସୂଚନା ଦେଲେ । ପୋଲିସ ଯେତେବେଳେ ଘଟଣାସ୍ଥଳକୁ ଆସିଲା, ସେତେବେଳେ ତାକୁ ୟସ ଲେଖିଥିବା ଗୋଟେ ସୁସାଇଡ ନୋଟ ମଧ୍ୟ ମିଳିଲା । ଏଥିରେ ୟସ୍ ନିଜର ମୃତ୍ୟୁ ପାଇଁ ତିଟରଙ୍କୁ ଦାୟୀ କରିଛି ।
ସୁସାଇଡ ନୋଟରେ କହିଲା ଆତ୍ମହତ୍ୟାର କାରଣ :-
ସୁସାଇଡ ନୋଟରେ ଲେଖିଥିଲା – ମୁଁ ବୟୋଲୋଜି ପେପରରେ ଚିଟିଂ କରିଛି । ମୁଁ ମରିବାକୁ ଯାଉଛି । ଏଥିପାଇଁ କେହି ଅଙ୍କଲ ଆଣ୍ଟୀ, ବାପାମାଆଙ୍କୁ ଦୋଷ ଦେବେନୀ । ଭୁଲ କରିବାପରେ ଆଉ ଗୋଟେ ସୁଯୋଗ ନିଶ୍ଚୟ ମିଳିବା ଉଚିତ୍, କିନ୍ତୁ ଏପରି ହେଲା ନାହିଁ । ମୁଁ ମୋ ଭୁଲ ପାଇଁ ବହୁତ୍ କାନ୍ଦିଲି । ମୁଁ ଲଜ୍ଜିତ ଥିଲି । ଏବେ ମୋ ମୁଣ୍ଡ କିଛି କାମ କରୁନି । ମୋ ମନକୁ ଅଜବ ଜିନିଷ ଆସୁଛି । ମୁଁ ମୋ ବାପାମାଆ, ସାଙ୍ଗସାଥୀ ଏବଂ ଟିଚରଙ୍କୁ କ୍ଷମା ମାଗୁଛି ।
ପୋଲିସ ୟସ୍ ପାଖରୁ ମିଳିଥିବା ଏହି ସୁସାଇଡ ନୋଟକୁ ନିଜ କବଜାକୁ ନେଇଗଲା । ଏହାସହିତ ତାର ବଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏହି ଘଟଣା ପରେ ୟସର କ୍ଲାସ ଟିଚର ଏବଂ ସ୍କୁଲ ପ୍ରିନ୍ସିପାଲଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି । ସେପଟେ ୟସଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୁଅ ଯିବା ଦୁଃଖରେ ପୁରା ପରିବାର ବହୁତ୍ ଦୁଃଖୀ ଅଛି ।