ତୃପ୍ତି ହସ୍ପିଟାଲ୍ ଆସି ବାବୁଶାନଙ୍କ ପାଖରେ ବସିଲେ, ଆଉ ତାପରେ ଭୋ ଭୋ ହୋଇ କାନ୍ଦି ଉଠିଲେ । ବାବୁସାନଙ୍କର ଏପରି ଅବସ୍ଥା ଦେଖି ସେ ନିଜ ଲୁହକୁ ଆଉ ଅଟକାଇ ପାରିଲେନାହିଁ । ଯେପର୍ଯ୍ୟନ୍ତ ବାବୁଶାନଙ୍କ ଚେତା ଫେରି ନଥିଲା, ସେପର୍ଯ୍ୟନ୍ତ ତୃପ୍ତି ବାବୁଙ୍କ ପାଖରେ ତାଙ୍କ ହାତକୁ ଧରି ଲୁହ ଗଡ଼ାଇ ଚାଲିଥିଲେ । କାରଣ ବାବୁଶାନ୍ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ଯାହାକୁ ସ୍ତ୍ରୀ ତୃପ୍ତି ଦେଖି ପାରିନଥିଲେ ଏବଂ କାନ୍ଦିବାକୁ ଲାଗିଥିଲେ ବୋଲି ସୂଚନା ମିଳିଛି ।
ଦମନ ଫିଲ୍ମ ପ୍ରମୋସନ୍ ପାଇଁ ଯେତେବେଳେ ବାବୁଶାନ୍ ବାଇକରେ ରାଇଡ କରିଥିଲେ, ସେତେବେଳେ ତାଙ୍କର ଅକ୍ସିଜେନ ଲେଭଲ କମ୍ ହୋଇଯାଇଥିଲା, ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତୃପ୍ତିଙ୍କ ଆଖିରୁ ଆଜି ଧାର ଧାର ଲୁହ ବହିଯାଉଛି, ସେ ତାଙ୍କର ସବୁ ପୁରୁଣା କଥାକୁ ମନେ ପକାଇ ବାବୁଶାନଙ୍କ ସହ କଥା ହୋଇଛନ୍ତି । ଯେପର୍ଯ୍ୟନ୍ତ ବାବୁଶାନଙ୍କର ହୋସ ଆସିନଥିଲା, ଆଉ ଚେତା ଫେରିବା ପରେ ବାବୁଶାନଙ୍କ ସହ ବହୁତ୍ କଥାବାର୍ତ୍ତା ହୋଇଥିଲେ ବୋଲି ସୂଚନା ମିଳିଛି ।
ପୁରୁଣା ଦିନରେ ବିତି ଯାଇଥିବା ସବୁ କଥାକୁ ମନେ ପକାଇ ଦୁହେଁ ଦୁହିଁଙ୍କ ସହ କଥା ହୋଇଛନ୍ତି । ତୃପ୍ତି ବାବୁଶାନଙ୍କୁ କହିଛନ୍ତି – କେମିତି ତୁମର ମୋର ଲଭ୍ ହେଲା, କେମିତି ତୁମେ ମତେ ପ୍ରୋପୋଜ କଲ, ଆଉ କେମିତି ଆମର ବାହାଘର ହେଲା ଆଜି ସବୁ ମନେ ପଡୁଛି । ଏମିତି ସବୁ କଥା କହି ତୃପ୍ତି ବାବୁଶାନଙ୍କ ହାତକୁ ଧରି କାନ୍ଦିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବରୁ ବାବୁଶାନ୍ ରାଇଡିଙ୍ଗ ଫର ଦମନ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ୍ ଚଳାଇବା ପରେ ତାଙ୍କର ଅକ୍ସିଜେନ୍ ଲେଭଲ କମି ଯାଇଥିଲା । ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଥିଲେ । କିନ୍ତୁ ଏଠାରେ ମଧ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ହସ୍ପିଟାଲରେ ବାବୁଶାନଙ୍କ ପାଖରେ ତାଙ୍କ ସ୍ତ୍ରୀ, ପରିବାର ଏବଂ ବନ୍ଧୁବାନ୍ଧବ ସମସ୍ତେ ଅଛନ୍ତି ।