ସବୁ ରାଗ ଅଭିମାନ ଭୁଲିଗଲେ ତୃପ୍ତି, ସିଧା ଗଲେ ଡାକ୍ତରଖାନା ଆଉ ବାବୁଶାନଙ୍କ ସବୁ ଦାୟିତ୍ଵ ନେଲ

ଆଉ ନାହିଁ ରାଗ କି ଅଭିମାନ, କେମିତି ବା ରହିବ ? ଯେତେବେଳେ କି ତୃପ୍ତି ଶୁଣିଲେ ଯେ ତାଙ୍କ ସ୍ଵାମୀ ବାବୁଶାନଙ୍କ ଦେହ ଖରାପ୍, ସେତେବେଳେ ସବୁ ରାଗ ଆଉ ଅଭିମାନ ଭୁଲି ସେ ସିଧା ଯାଇ ହସ୍ପିଟାଲରେ ପହଞ୍ଚିଲେ । ଯେଉଁ ହସ୍ପିଟାଲରେ ତାଙ୍କ ସ୍ଵାମୀ ସୁପରଷ୍ଟାର ବାବୁଶାନ୍ ଚିକିତ୍ସିତ ହେଉଥିଲେ । ଆଉ ହସ୍ପିଟାଲ୍ ବେଡରେ ଓଲିଉଡର ସୁପରଷ୍ଟାର ବାବୁଶାନ୍ ଥିବା ବେଳେ ସ୍ତ୍ରୀ ତୃପ୍ତି ସବୁ ରାଗ ଓ ଅଭିମାନକୁ ଭୁଲି ବାବୁଶାନଙ୍କ ପାଖରେ ଅଛନ୍ତି ।

ସ୍ବାମୀ, ସ୍ତ୍ରୀ ଏବଂ ପ୍ରକୃତି ବିବାଦ ପରେ ତୃପ୍ତି ନିଜ ବାପାମାଆଙ୍କ ପାଖରେ ରହୁଥିଲେ । ଏମିତିକି ନିଜ ପୁଅକୁ ମଧ୍ୟ ତାଙ୍କ ପାଖରେ ରଖିଥିଲେ । ତେବେ ତୃପ୍ତି କେବେ ବାବୁଶାନଙ୍କ ପାଖକୁ ଫେରିବେ ଏବଂ କେବେ ନିଜ ନାତି କ୍ୱାନକୁ ଧରି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ଖୁସି ହେବେ । ଏପରି ଅନେକ କିଛି ଚର୍ଚ୍ଚା ଲାଗି ରହିଥିଲା । ଯେଉଁ ଚର୍ଚ୍ଚା ଆଜିଠାରୁ ବନ୍ଦ୍ ହୋଇଛି । ତେଣୁ ବାବୁଶାନଙ୍କ ପାଖରେ ତାଙ୍କ ସ୍ତ୍ରୀ ତୃପ୍ତି ଅଛନ୍ତି, ଆଉ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୁପରଷ୍ଟାର ବାବୁଶାନଙ୍କ ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି ।

ବାବୁଶାନଙ୍କ ପାଖରେ ତାଙ୍କ ସ୍ତ୍ରୀ ତୃପ୍ତି ଏକା ନାହାନ୍ତି ବରଂ ତାଙ୍କ ପାଖରେ ପରିବାର ଲୋକ, ବନ୍ଧୁବାନ୍ଧବ ସମସ୍ତେ ବାବୁଶାନଙ୍କ ପାଖରେ ଅଛନ୍ତି । ଓଡ଼ିଆ ଫିଲ୍ମ ଷ୍ଟାର ତଥା ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ଅସୁସ୍ଥ ହୋଇପଡ଼ିଛନ୍ତି । କୁହାଯାଉଛି ଯେ କିଛି ଦିନ ପୂର୍ବରୁ ବାବୁଶାନ୍ ରାଇଡିଙ୍ଗ ଫର ଦମନ ପାଇଁ ଲଦାଖ ଯାଇଥିଲେ ଏବଂ ସେଠାରେ ବାଇକ୍ ଚଳାଇବା ବେଳେ ତାଙ୍କର ଅକ୍ସିଯେନ୍ ଲେଭଲ୍ କମି ଯାଇଥିଲା ।

ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଥିଲେ । କିନ୍ତୁ ଏଠାରେ ମଧ୍ୟ ସେ ଅସୁସ୍ଥ ଅନୁଭବ କରିଥିଲେ । ତାପରେ ସିଧା ତାଙ୍କୁ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପାଞ୍ଚ ଦିନ ହେଲାଣି ବାବୁଶାନ୍ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ଅଛନ୍ତି । ବର୍ତ୍ତମାନ୍ ସେ ସୁସ୍ଥ ଥିବାବେଳେ ଅଳ୍ପ କିଛିଦିନ ଭିତରେ ଘରକୁ ଫେରିବେ ବୋଲି କୁହାଯାଉଛି । ଏହାବ୍ୟତୀତ ସବୁଠାରୁ ବଡ଼ କଥା ହେଉଛି ସୋସିଆଲ ମିଡିଆରେ ତାଙ୍କ ଅସୁସ୍ଥ ଖବର ପ୍ରଚାରିତ ହେବାପରେ ପ୍ରଶଂସକ ମାନେ ବାବୁସାନ ଭଲ ହୋଇଯାନ୍ତୁ ବୋଲି କାମନା କରିଛନ୍ତି ।

odia sambada
Comments (0)
Add Comment