ଆଜି ମାତ୍ର ୭୫ ଟଙ୍କାରେ ଯେକୌଣସି ସିନେମା ହଲରେ ଦେଖନ୍ତୁ ସିନେମା,ଜଲ୍ଦି ବୁକ କରନ୍ତୁ

ମୁଣ୍ଡରୁ ଗଲା ଟିକେଟ ଟେନସନ। ଫିଲ୍ମ ଟିକେଟ ପାଇଁ ଆଉ ଖର୍ଚ୍ଚ କରିବାକୁ ପଡିବନି ଶହ ଶହ ଟଙ୍କା। ମାତ୍ର ୭୫ ଟଙ୍କାରେ ଫିଲ୍ମ ଦେଖିବେ ସିନେପ୍ରେମୀ। ମଲ୍ଟିପ୍ଲେକ୍ସ ହେଉ କି ସିଙ୍ଗଲ ସ୍କ୍ରିନ, ସବୁଠାରେ ବର୍ତ୍ତମାନ ଟିକେଟ ମୂଲ୍ୟ ସମାନ-ମାତ୍ର ୭୫ ଟଙ୍କା। ସିନେମା ଦିବସ ଉପଲକ୍ଷେ ଦର୍ଶକମାନଙ୍କୁ ଏହି ସୁବର୍ଣ୍ଣ ସୁଯୋଗ ଦେଉଛି ମଲ୍ଟିପ୍ଲେକ୍ସ ମାଲିକ ସଂଘ।

ଆସନ୍ତାକାଲି ସିନେମା ଦିବ । ତେଣୁ ସମସ୍ତ ଦର୍ଶକମାନଙ୍କୁ ଏକ ସୁନ୍ଦର ଭେଟି ଦେଇଛି ମଲ୍ଟିପ୍ଲେକ୍ସ ମାଲିକ ସଂଘ। ପିଭିଆର, ଆଇନକ୍ସ, ସିନେପଲିକ୍, ସିନେପ୍ଲେକ୍ସ ସମେତ ସମସ୍ତ ବଡ ସିନେ ଥିଏଟରରେ ଯେକୌଣସି ଶୋ’ର ଟିକେଟ ମୂଲ୍ୟ ୭୫ ଟଙ୍କା ରହିବ ବୋଲି ଧାର୍ଯ୍ୟ କରାଯାଇଛି। ତେବେ କେବଳ ମଲ୍ଟିପ୍ଲେକ୍ସ ନୁହେଁ, ସାଧାରଣ ହଲ ବା ସିଙ୍ଗଲ ସ୍କ୍ରିନରେ ଫିଲ୍ମ ଦେଖିବା ପାଇଁ ମଧ୍ୟ ୭୫ ଟଙ୍କା ହିଁ ଖର୍ଚ୍ଚ କରିବାକୁ ପଡିବ।

ବହୁ ବର୍ଷ ଧରି ଅନେକ ସିନେମା ଦର୍ଶକ ଥିଏଟରରେ ଦେଖୁଛନ୍ତି। ତେଣୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବାକୁ ହଲ ମାଲିକମାନେ ଏପରି ନିଷ୍ପତ୍ତି ନେଇଛନ୍ତି। କରୋନା ପରେ ଭାଙ୍ଗି ଯାଇଥିବା ସିନେମା ଶିଳ୍ପ ପୁଣି ଥରେ ଅଣ୍ଟା ସଲଖି ଛିଡ଼ା ହେବାକୁ ଚେଷ୍ଟା କରୁଛି। ପୁଷ୍ପା, ଜଜଜ, କେଜିଏଫ ୨ ଆଉ ଏବେ ବ୍ରହ୍ମାସ୍ତ୍ର ଭଳି ଫିଲ୍ମ, ହଲକୁ ପୁଣି ଚଳଚଞ୍ଚଳ କରିଛି। ତେଣୁ ଦର୍ଶକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇ ପ୍ରଥମେ ଆମେରିକାରେ ସେପ୍ଟେମ୍ବର ୩ ତାରିଖକୁ ଜାତୀୟ ସିନେମା ଦିବସ ଭାବେ ପାଳନ କରାଯାଇଛି। ଏହାକୁ ଅନୁସରଣ କରି ଭାରତରେ ମଧ୍ୟ ଏପରି ପାଳନ ହେବ ସିନେମା ଦିବସ।

odia sambada
Comments (0)
Add Comment