ସାର୍ବଜନୀନ ହେଲା ନବୀନ ପଟ୍ଟନାୟକଙ୍କର ସମ୍ପତ୍ତି ତାଲିକା, ଜାଣନ୍ତୁ ମୋଟ୍‌ କେତେ?

ତେବେ ବନ୍ଧୁଗଣ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକbହରିୟାନାରେ ଥିବା ନିଜ ଫାର୍ମା ହାଉସ ବିକିଥିଲେ ମଧ୍ୟ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଧନୀ ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ୬୪ କୋଟି ୮୭ ହଜାର ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଫରିଦାବାଦରେ ଥିବା ତାଙ୍କ ଫାର୍ମ ହାଉସକୁ ବିକ୍ରି କରିଦେଇଥିବା ନିଜେ ଦେଇଥିବା ସମ୍ପତ୍ତି ତାଲିକାରେ ଜଣାପଡ଼ିଛି ।

ଏହି ଫାର୍ମ ହାଉସ ବିକିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୯ କୋଟିର ଆରବିଆଇ ବଣ୍ଡ, କୋଟିଏ ଟଙ୍କାର ପୋଷ୍ଟାଲ ସେଭିଙ୍ଗ ଓ ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ସୁନାର ପରିମାଣ ୩ ଲକ୍ଷ ୪୫ ହଜାର ଟଙ୍କା ବୋଲି ତାଙ୍କ ସମ୍ପତ୍ତି ତାଲିକାରେ ଉଲ୍ଲେଖ ଅଛି।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଜନପଥରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରେ ୭୨ ଲକ୍ଷ ଟଙ୍କାର ଜମା ପୁଞ୍ଜି ରହିଥିବା ବେଳେ ଭୁବନେଶ୍ୱର ଷ୍ଟେଟ ବ୍ୟାଙ୍କରେ ୨୧ ଲକ୍ଷ ୭୧ ହଜାର ଟଙ୍କା ଅଛି । ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ୨୦୧୫ ମସିହାରେ ମୋଟ ୪୮ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୬୩ କୋଟି ୮୭ ଲକ୍ଷ ରହିଥିଲା । ତାଙ୍କର ପୁରୁଣା ଆମ୍ବାସଡରର ଦାମ୍‌ ୬, ୪୩୪ ଟଙ୍କା ଦର୍ଶାଯାଇଛି । ଏବେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ସେହି ୧୯୮୦ ସମିହାର ଆମ୍ବାସାଡ଼ର କାର ରହିଛି ।

ଏଥିରୁ ସ୍ପଷ୍ଟ ଯେ ୨୦୧୯ ନିର୍ବାଚନ ସତ୍ୟପାଠ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯେତିକି ଅସ୍ଥାବର ସମ୍ପତ୍ତି ଥିଲା ଏବେ ସେତିକି ହିଁ ରହିଛି । ଅର୍ଥାତ ୨୦୦୦ ମସିହା ପରଠୁ ମୁଖ୍ୟମନ୍ତ୍ରୀଙ୍କର ଅସ୍ଥାବର ସମ୍ପତ୍ତି ଅପରିବର୍ତ୍ତିତ ରହିଛି । ତେବେ ସମ୍ପତ୍ତି ତାଲିକା ଆକଳନ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହିଁ ସବୁଠୁ ଧନୀ ମନ୍ତ୍ରୀ ବୋଲି ଜଣା ପଡ଼ିଛି ।

odia sambada
Comments (0)
Add Comment