ଶାଶୁ ଓ ନଣନ୍ଦ ପାରିକଲେ ଅମାନବିକତାର ଚରମ ସୀମା,ବୋହୂକୁ ଗରମ ତାୱା ରେ ଚେଙ୍କ ଦେଲେ,ଛୁଆକୁ ବି ଏଥିରୁ ଛାଡିଲେ ନାହିଁ

ଉତ୍ତରାଖଣ୍ଡର ଟିହରୀ ଜିଲ୍ଲାରେ ଜଣେ ବିବାହିତା ସହିତ ତାଙ୍କ ଶାଶୁ ଓ ନଣନ୍ଦ ଅମାନବିକତାର ଚରମ ସୀମା‌ ପାର କରିଛନ୍ତି|ଦୁହେଁ ମିଶି ଗରମ ତାୱା ରେ ବହୁଜାଗା ପୋଡି ଦେଇଛନ୍ତି|ଯେତେବେଳେ ମହିଳାଙ୍କ ଛୁଆ ମାକୁ ବଞ୍ଚାଇବାକୁ ଚେଷ୍ଟା କଲା ତା ସହ ମାରପିଟ କରିଥିଲେ|ପୋଲିସ ଆରୋପୀ ଶାଶୁ ଓ ନଣନ୍ଦ ବିରୁଦ୍ଧରେ କେଶ ଦାଖଲ କରି ଯାଞ୍ଚ ଆରମ୍ଭ କରିଛନ୍ତି|

ସୂଚନାଯୋଗ୍ୟ ଘଟଣା ଡେରାଡୁନର ବିକାଶନଗର ର ଜୀବନଗଡର ଅଟେ|ପିଡିତାଙ୍କ ମା ଶନିବାର ଦିନ ଯେତେବେଳେ ନିଜ ଝିଅ ଶଶୁର ଘର ଜୀବନଗଡ ପହଞ୍ଚିଲା ସେତେବେଳେ ଝିଅ ସହ ଦେଖାକରିବାକୁ ଦିଆଗଲା ନାହିଁ|ଯେତେବେଳେ ସେ ଜବରଦସ୍ତ ଘରେ ପଶିଲା ଜଝିଅର ଅବସ୍ଥା ସଙ୍କଟାପନ୍ନ ଥିଲା|ଏହାପରେ ସେ ଝିଅକୁ ନିଜ ସହ ନେଇଥିଲେ|

ସୋମବାର ଦିନ ଯେତେବେଳେ ପ୍ରଧାନ ଓ ଅନ୍ୟ ଗ୍ରାମବାସୀକୁ ଘଟଣାର ସୂଚନା ମିଳିଲା ସେମାନେ ପୋଲିସକୁ ସୂଚନା ଦେଇଥିଲେ|ଏହାପରେ ଗୁରୁବାର ପିଡିତା ଓ ଗ୍ରାମବାସୀ ଏସପି ଅଫିସ ପହଞ୍ଚି ଶଶୁର ପକ୍ଷ ବିରୁଦ୍ଧରେ ଅଭିଯୋଗ କରିଛନ୍ତି|

କୁହାଯାଉଛି ପିଡିତାର ପତି ମାନସିକ ସ୍ଵାସ୍ଥ୍ୟ ଠିକ ନାହିଁ|ମହିଳାଙ୍କ ମା କହିଛନ୍ତି ତାଙ୍କ ଝିଅକୁ ଜଳାଇ ଦିଆଯାଇଛି|ଝିଅର ତିନିଟି ଛୁଆ ରହିଛି|ଯେତେବେଳେ ଛୁଆମାନେ ବିରୋଧ କଲେ ତାଙ୍କ ସହ ମାରପିଟ୍ କରିଥିଲେ|ଝିଅକୁ ତା ଶାଶୁ ମାରପିଟ୍ କରୁଥିଲା|

ଏସପି ଟିହରୀ ନବନତ ସିଂ କହିଛନ୍ତି ନଇ ଟିହରୀ କୋତବାଲୀରେ ଆରୋପୀ ଶାଶୁ ଓ ନଣନ୍ଦ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇଛି|ପୋଲିସ ଶାଶୁ ଓ ନଣନ୍ଦଙ୍କୁ ଗିରଫ କରିଛି|ମହିଳାଙ୍କୁ ମେଡିକାଲ୍ ପରେ ଡେରାଡୁନ ବର୍ଣ ୟୁନିଟ ରେଫର କରାଯାଇଛି|

odia sambada
Comments (0)
Add Comment