ବଡ ଖବର : ଓଲିଉଡ଼ ଷ୍ଟାର ବାବୁସାନ ମହାନ୍ତି ଅସୁସ୍ଥ ,ଘରୋଇ ଡାକ୍ତରଖାନାରେ ୬ ଜଣିଆ ଡାକ୍ତରୀ ଦଳ କରୁଛନ୍ତି ଚିକିତ୍ସା

ଓଲିଉଡ ଷ୍ଟାର ବାବୁସାନ ମହାନ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ସେ ବର୍ତ୍ତମା ନେକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବର୍ତ୍ତମାନ ସ୍ଥିର ଅଛି ବୋଲି ସୂଚନା ମିଳିଛି। ତାଙ୍କୁ ବର୍ତ୍ତମାନ ୬ ଜଣିଆ ଡାକ୍ତରୀ ଦଳ ଦେଖୁଛନ୍ତି। ସେ ୬ ଜଣିଆ ଡାକ୍ତରୀ ଦଳଙ୍କର ତତ୍ଵାବଧାନରେ ଯାଞ୍ଚ ହେଉଛନ୍ତି। ସେ ସୋମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତେବେ ସୂଚନା ଅନୁସାରେ, ବାବୁସାନଙ୍କର ଆଗାମୀ ଫିଲ୍ମ ‘ଦମନ’ ପାଇଁ ପ୍ରଚାର ବର୍ତ୍ତମାନ ବହୁତ ତୀବ୍ର ଭାବରେ ଆରମ୍ଭ ହୋଇଯାଇଛି। ଯେଉଁଥିରେ ବାବୁସାନ ମଧ୍ୟ ସାମିଲ ଅଛନ୍ତି। ସେ ୧୮୦ କିଲୋମିଟର ବାଇକ ରାଲିରେ ମଧ୍ୟ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ସେ ୧୮୦ କିଲୋମିଟର ବାଇକ ଚଲାଇବା ପରେ ତାଙ୍କର ଅକ୍ସିଜେନ ସ୍ତର କମିଯାଇଥିଲା। ଯାହାଫଳରେ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା କରିବା ପାଇଁ ସୋମ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସେ ୬ଜଣିଆ ଡାକ୍ତରୀ ଦଳଙ୍କର ତତ୍ଵାବଧାନରେ ଅଛନ୍ତି।

Comments (0)
Add Comment