ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ବର୍ତ୍ତମାନ ଏକ ବଡ ପ୍ରଶ୍ନ ଉଠୁଛି। ତୃଟିପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ହେଉଛନ୍ତି ଟ୍ରୋଲ। ସୋସିଆଲ ମିଡିଆରେ ଭାରତୀୟ ଦଳର ପ୍ରଶଂସକ ମଧ୍ୟ ବଢୁଛନ୍ତି। ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି ଓ ବାର୍ତ୍ତମାନ ରୋହିତ ଶର୍ମା ଅଧିନାୟକ ପଦ ଛାଡିଦେବା ଉଚିତ କି! ବିଶ୍ଵର ନମ୍ବର-୧ ଟି-୨୦ ଦଳ ଲଗାତାର ଭାବରେ ଭଲ ପ୍ରଦର୍ଶନ ଦେଇ ବିଶ୍ଵର ଶ୍ରେଷ୍ଠ ମାନ୍ୟତା ପାଇଥିବା ଭାରତୀୟ କ୍ରିକେଟ ବର୍ତ୍ତମାନ ସଂଘର୍ଷ କରୁଅଛି। ମୁଣ୍ଡ ଉପରେ ଟି-୨୦ ବିଶ୍ଵକପ ଅଛି। ଏହା ପୂର୍ବରୁ ଦଳକୁ ପ୍ରସ୍ତୁତି କରିବାକୁ ପଡିବ। ଅଷ୍ଟ୍ରେଲିଆ ମାଟିରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵକପରେ ଖେଳିବେ ବଛା ବଛା ଦଳ। ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଘରୋଇ ମାଟିରେ ମାଟି କାମୁଡିବା ସମୟରେ କିପରି ଭାବରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ତିଷ୍ଠିବ।
ଏସିଆ କପରେ ଭାରତର ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ଥିଲା। ବର୍ତ୍ତମାନ ମଧ୍ୟ ସମାନ ସ୍ଥିତି ଅଛି। ତେବେ କେଉଁଠି ରହୁଛି ତୃଟି। ବୋଲିଂ ଓ ଫିଲଡିଙ୍ଗରେ ଠିକ କରିବାକୁ ପଡିବ। ବର୍ତ୍ତମାନ କୌଣସି ବୋଲର ଫର୍ମରେ ନାହାନ୍ତି। ଏପରିକି ରୋହିତ ଶର୍ମାଙ୍କର ପ୍ରଦର୍ଶନ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି।
ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ପଦବୀ ଛାଡିବା ପରେ ସବୁଥିରେ ଲାଗିଛି ଏକ୍ସପେରିମେଣ୍ଟ। ଦଳରେ ଅଧିନାୟକତ୍ଵ, କମ୍ବିନେସନ, ଡେଥ ବୋଲିଂ ଓ ଓପନିଂକୁ ନେଇ ନୂଆ ନୂଆ କଥା ସବୁ ସାମ୍ନାକୁ ଆସୁଛି। ବିରାଟଙ୍କ ପ୍ରଶଂସକ କହିବା କଥା ହେଲାକି ଭାରତ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ୨୦୦+ ସ୍କୋର କରି କେବେ ହାରିନଥିଲା। ଏହା ପ୍ରଥମ ଥର ଭାରତ ଏମିତି ସ୍ଥିତିରେ ହାରିଛି। ଏପରିକି କିଏ କେତେବେଳେ ବୋଲିଂ କରିବ ସେ ନେଇ ମଧ୍ୟ ସେ ଭଲ ଭାବରେ ପରିଚାଳନା କରୁଥିଲେ। ତେଣୁ ପୁଣିଥରେ ଏହି ଯୋଡିକୁ ଫେରାଇ ଆଣିବା ପାଇଁ କୁହାଯାଉଛି।
ଟି-୨୦ କ୍ରିକେଟରେ ଧୋନୀଙ୍କ ଅବଦାନ କେହି କେବେ ବୁଝିପାରିବେ ନାହିଁ। ଟି-୨୦ କ୍ରିକେଟରେ ଧୋନୀ ନୂଆ ଯୁଗ ଆରମ୍ଭ କରିଥିଲେ। ତାଙ୍କର ସଫଳତା ଓ କୌଶଳ ସମସ୍ତଙ୍କର ମନ ଜିତି ନେଇଥିଲା। ଅନ୍ୟପଟେ ରୋହିତ କହିଛନ୍ତିକି ଯେତେବେଳେ ଦଳ ଟସ ହାରିବ, ବୋଲର ମହଙ୍ଗା ପଡିବା, ଫିଲଡର କ୍ୟାଚ ଛାଡିବେ, ସେତେବେଳେ ଅଧିନାୟକ କଣ କରିପାରିବ। ଏଥିପାଇଁ ଦଳ ଦାୟୀ ବୋଲି ସମର୍ଥକ କହିକହନ୍ତି। ବିବେଶ ଭାବରେ କୋଚ ଓ ଅଧିନାୟକଙ୍କୁ ଦୋଷ ଦିଆଯିବ। ଏବେଠାରୁ ଏହାକୁ ଠିକ କରିବାକୁ ପଡିବ ନଚେତ ତି-୨୦ ବିଶ୍ଵକପରେ ଭାରତକୁ ଶୋଚନୀୟ ସ୍ଥିତିର ସାମ୍ନା କରିବାକୁ ପଡିବ।