ମଧ୍ୟପ୍ରଦେଶର ରାୟସେନରେ ଜଣେ ଟିଚର ଛାତ୍ରୀମାନଙ୍କ କପିରେ ‘ ମିଟ ମି, ଆଇ ଲଭ୍ ୟୁ’ ଲେଖିଦେଲେ । ଏହାର ସୂଚନା ଝିଅମାନଙ୍କ ପରିବାର ଲୋକେ ଜାଣିବାପରେ ହଙ୍ଗାମା ହୋଇଗଲା । ଘଟଣାଟି ମଣ୍ଡିଦୀପର ପ୍ରାଇଭେଟ୍ ସ୍କୁଲର ଅଟେ, ଯେଉଁଠାରେ କଥିତ ଭାବେ ଜଣେ ଟିଚର ହିନ୍ଦୁ ଝିଅମାନଙ୍କ କପିରେ ‘ମିଟ ମି, ଆଇ ଲଭ୍ ୟୁ’ ଲେଖିଥିଲେ ।
ଏହାକୁ ନେଇ ଛାତ୍ରୀମାନେ ନିଜ ପରିବାର ଲୋକଙ୍କୁ ସୂଚନା ଦେଲେ । ଝିଅମାନଙ୍କ ପରିବାର ଲୋକେ ପୋଲିସକୁ ନେଇ ସ୍କୁଲରେ ପହଞ୍ଚିଗଲେ ଏବଂ ପ୍ରବନ୍ଧନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିବାକୁ ଲାଗିଲେ । ଅଧିକାରୀ କୌଣସି ବଡ ଗ୍ରୁପର ସ୍କୁଲ ହୋଇଥିବା କାରଣରୁ ଆକ୍ସନ ନେଇନଥିବା ଦେଖାଯାଇଛି ।
ଶିକ୍ଷକଙ୍କ ଦ୍ଵାରା କପିରେ ଆପତ୍ତିଜନକ ଶବ୍ଦ ଲେଖାଯିବା ପରେ ଚାରିଜଣ ନାବାଳିକା ଛାତ୍ରୀମାନଙ୍କ ପରିବାର ଲୋକେ ଝିଅମାନଙ୍କ ସହ ସ୍କୁଲରେ ପହଞ୍ଚିଥିଲେ । ସେମାନେ ଆରୋପ ଲଗାଇଲେ ଯେ ଶିକ୍ଷକ ସ୍କୁଲରେ ତାଙ୍କ ଝିଅମାନଙ୍କ କପିରେ ଆପତ୍ତିଜନକ ଶବ୍ଦ ଲେଖିଛନ୍ତି ।
ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି ଯେ ସେମାନଙ୍କ ପିଲାମାନେ ସ୍କୁଲରୁ କାନ୍ଦି କାନ୍ଦି ଘରକୁ ଆସିଲେ ଏବଂ ସବୁ କଥା କହିଲେ । ଏହାପରେ ସେମାନେ ସ୍କୁଲରେ ପହଞ୍ଚିଲେ ଏବଂ ଶିକ୍ଷକଙ୍କୁ ଡକାଇବା ପାଇଁ ଦାବି କରିବାକୁ ଲାଗିଲେ । ଏହି ମାମଲାରେ ସ୍କୁଲ ପ୍ରବନ୍ଧନ ସାମ୍ନାକୁ ଆସି କିଛି ବି କହିବାକୁ ମନା କରିଦେଲା ।
ପ୍ରାଇଭେଟ୍ ସ୍କୁଲରେ ଶିକ୍ଷକଙ୍କ ଏହି କାର୍ଯ୍ୟକଳାପ ପରେ ପରିବାର ଲୋକେ ସ୍କୁଲରେ ପହଞ୍ଚି ହଙ୍ଗାମା କରିଦେଲେ । ଏହି ସମୟରେ ସେଠାରେ ପ୍ରଧାନ ଶିକ୍ଷକ ଏବଂ ପୋଲିସର ବଡ ଅଧିକାରୀ ମଧ୍ୟ ପହଞ୍ଚିଲେ । ଲୋକମାନେ ବିରୋଧ କରିବାପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଧରି ନିଜ ସହ ଥାନାକୁ ନେଇଗଲା ।
ଏହି ମାମଲାରେ ତହସିଲଦାର ରଘୁବିର ସିଂହ ମରାବୀ କହିଛନ୍ତି, ” ଝିଅମାନଙ୍କ ପରିବାର ଲୋକେ ଥାନାରେ ଏକ ଅଭିଯୋଗ କରିଛନ୍ତି । ପୋଲିସ ଏହି ମାମଲାର ଯାଞ୍ଚ୍ କରୁଛି । ଯାଞ୍ଚ ପୁରା ହେବାପରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।”