ଦେଖନ୍ତୁ ଭିଡିଓ : ରାଜୁଙ୍କର ଏହି ୫ଟି ବେଷ୍ଟ ପରଫରମାନ୍ସ୍, ଯାହାକି ତାଙ୍କୁ କରି ଦେଇଥିଲା “କମେଡି କିଙ୍ଗ”

Raju Srivastav Top Five Performance: ରାଜୁ ଶ୍ରୀବାସ୍ତବ 58 ବର୍ଷୀୟ ବୟସରେ ଦୁନିଆଁକୁ ବିଦାୟ କହିଦେଲେ । ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ଥିଲେ ଏବଂ ତାଙ୍କର ଲଗାତାର ଚିକିତ୍ସା ଚାଲିଥିଲା । ପରିବାର ଏବଂ ସାଙ୍ଗମାନଙ୍କ ପ୍ରାର୍ଥନା ମଧ୍ୟ ରାଜୁଙ୍କୁ ବଞ୍ଚାଇ ପାରିଲାନାହିଁ ଏବଂ ସେପ୍ଟେମ୍ବର 21 ତାରିଖ ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ । ରାଜୁ ଶ୍ରୀବାସ୍ତବ ନିଜ ପ୍ରତିଭାରେ ନିପୂଣ ଥିଲେ । ତାଙ୍କ କମେଡି ଆଗରେ ଭଲ ଭଲ କଳାକାର ଫେଲ ହୋଇଯାଉଥିଲେ । ସମସ୍ତଙ୍କୁ ହସାଉଥିବା ରାଜୁ ଶେଷରେ ସମସ୍ତଙ୍କୁ କନ୍ଦାଇ ଚାଲିଗଲେ । ଆଜି ଆମେ ଆପଣଙ୍କୁ ରାଜୁ ଶ୍ରୀବାସ୍ତବଙ୍କ ଏପରି ପରଫରମାନ୍ସ୍ ଦେଖାଇବୁ, ଯେଉଁ କାରଣରୁ ସେ ଚର୍ଚ୍ଚାକୁ ଆସିଥିଲେ ଏବଂ ଲୋକଙ୍କ ହୃଦୟରେ ଜାଗା ସୃଷ୍ଟି କରିଥିଲେ ।

ରାଜୁ ଶ୍ରୀବାସ୍ତବଙ୍କ ବିବାହ ବାଲା ଭିଡିଓ :-

ଲାଫ୍ଟର ଚ୍ୟାଲେଞ୍ଜରେ ସେ ଅନେକ ସ୍ମୃତିପୂର୍ଣ୍ଣ ପରଫରମାନ୍ସ୍ ଦେଇଛନ୍ତି, କିନ୍ତୁ ଝିଅର ବିବାହ ବାଲା ପରଫରମାନ୍ସକୁ ଆଜି ମଧ୍ୟ ମନେ ପକାଯାଏ । ଏହି ପରଫରମାନ୍ସରେ ସେ କହିଥିଲେ ଯେ ଝିଅର ବିବାହ ସମୟରେ ଘରେ କିପରି ବାତାବରଣ ଥାଏ ।

ପଶୁମାନଙ୍କ କଥାକୁ ମଧ୍ୟ ଭଲ ଭାବେ ବୁଝିପାରୁଥିଲେ ରାଜୁ :-

‘ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ ଶୋରେ ସେ ନିଜର ଗୋଟିଏ ପରଫରମାନ୍ସ ଦେଇଥିଲେ, ଯେଉଁଥିରେ ସେ ପଶୁମାନଙ୍କ କଥା ଉପରେ କମେଡି କରିଥିଲେ । ସେ ଏହି ଭିଡ଼ିଓରେ କହୁଛନ୍ତି ଯେ କିପରି ରାସ୍ତାରେ ବସିଥିବା ଗାଈ ଏବଂ ଭୁକୁଥିବା କୁକୁର ପରସ୍ପର ମଧ୍ୟରେ କଥା ହୁଅନ୍ତି ।

ଗଜୋଧର ଭାଇ ପହଞ୍ଚିଲେ ‘ଦେବଦାସ’ ଦେଖିବାକୁ :-

ରାଜୁ ଶ୍ରୀବାସ୍ତବଙ୍କ ଗୋଟିଏ ପ୍ରସିଦ୍ଧ କ୍ୟାରେକ୍ଟର ଥିଲା ‘ଗଜୋଧର ଭାଇ’ । ଏହି କ୍ୟାରେକ୍ଟର ମାଧ୍ୟମରେ ସେ ଏପରି କଥା କହୁଥିଲେ ଯେ ଲୋକମାନେ ନିଜ ହସକୁ କଣ୍ଟ୍ରୋଲ କରିପାରୁ ନଥିଲେ । ନିଜର ଗୋଟିଏ ପରଫରମାନ୍ସରେ ସେ ପ୍ରକାଶ କରିଥିଲେ ଯେ ଯେତେବେଳେ ଗଜୋଧର ଭାଇ ଦେବଦାସ ଦେଖି ଆସିଲେ, ସେତେବେଳେ କଣ ହେଲା ?

ଗଜୋଧର ଭାଇଙ୍କ ସ୍ଲମଡଗ ମିଲିନେୟର ଫିଲ୍ମର ରିଭ୍ୟୁ :-

ଏହି ପରଫରମାନ୍ସରେ ସେ କହିଛନ୍ତି ଯେ ଯେତେବେଳେ ଗଜୋଧର ଭାଇ ‘ସ୍ଲମଡଗ ମିଲିନେୟର’ ଦେଖି ଆସିଲେ, ସେତେବେଳେ ତାଙ୍କ ସହ କଣ ହେଲା ଏବଂ ତାଙ୍କୁ ଏହି ଫିଲ୍ମ ଦେଖିବାପରେ କିପରି ଲାଗିଲା । ରାଜୁ ଯେଉଁ ଷ୍ଟାଇଲରେ ଗଜୋଧର ଭାଇଙ୍କ କାହାଣୀ କହିଲେ, ତାହା ସମସ୍ତଙ୍କୁ ହସେଇବା ପାଇଁ ବାଧ୍ୟ କରିଦେଲା ।

କରୋନାର କଲର ଟ୍ୟୁନର ଅଲଗା ଅଲଗା ଷ୍ଟାଇଲ :-

କରୋନା କାଳରେ ଅମିତାଭ ବଚ୍ଚନଙ୍କ କଲର ଟ୍ୟୁନ ବହୁତ୍ ଫେମସ୍ ହୋଇଥିଲା । କିନ୍ତୁ ଯଦି ସେ ଏହି କଲର ଟ୍ୟୁନକୁ ନିଜର କୌଣସି ଫିଲ୍ମର ଡାଇଲଗ ପରି କହିଥାନ୍ତେ, ସେତେବେଳେ କିପରି ଲାଗିଥାଆନ୍ତା, ଏହି ବିଷୟରେ ରାଜୁ ଏହି ଭିଡ଼ିଓରେ କହିଛନ୍ତି ।

odia sambada
Comments (0)
Add Comment