Raju Srivastav Died: ପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବ ଏକ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଦିଲ୍ଲୀର ଅଖିଲ ଭାରତୀୟ ଆୟୁବିଜ୍ଞାନ ଅନୁଷ୍ଠାନ(AIIMS) ରେ ଜୀବନର ଯୁଦ୍ଧ ଲଢ଼ୁ ଲଢ଼ୁ ହାରିଗଲେ । 58 ବର୍ଷ ବୟସରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କଲେ । ତାଙ୍କୁ ହୋସକୁ ଫେରାଇ ଆଣିବାକୁ ଏମ୍ସର ଡାକ୍ତରମାନଙ୍କ ଦ୍ଵାରା ଲଗାତାର ଚେଷ୍ଟା କରାଯାଉଥିଲା, କିନ୍ତୁ ଏପରି ହୋଇପାରିଲା ନାହିଁ । ପୁରା ଦେଶ ତାଙ୍କ ମୃତ୍ୟୁ ଖବର ପରେ ଶୋକ ପ୍ରକାଶ କରୁଛି । ସୋସିଆଲ ମିଡ଼ିଆରେ ସମସ୍ତେ ନିଜର ବିନମ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି । ଅନେକ ବଡ ବଡ଼ ଷ୍ଟାର ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି । ରାଜୁ ଶ୍ରୀବାସ୍ତବଙ୍କୁ ଅଗଷ୍ଟ 10 ତାରିଖରେ ହାର୍ଟ ଆଟାକ୍ ଆସିଥିଲା ଏବଂ ତାର ଦିନେ ପୂର୍ବରୁ ଅର୍ଥାତ୍ ଅଗଷ୍ଟ 9 ତାରିଖରେ ରାଜୁ ଶ୍ରୀବାସ୍ତବ ଇନ୍ଷ୍ଟାଗ୍ରାମରେ ଗୋଟିଏ ଭିଡିଓ ପୋଷ୍ଟ୍ କରିଥିଲେ ।
ରାଜୁ ଶ୍ରୀବାସ୍ତବଙ୍କ ଶେଷ ଇନ୍ଷ୍ଟାଗ୍ରାମ ଭିଡିଓ :-
ଯଦି ଆପଣ ରାଜୁ ଶ୍ରୀବାସ୍ତବଙ୍କ ଇନ୍ଷ୍ଟାଗ୍ରାମ ପୋଷ୍ଟ ଚେକ୍ କରିବେ, ତେବେ ସେ ନିଜର ଶେଷ ଇନ୍ଷ୍ଟାଗ୍ରାମ ଭିଡିଓ ହସ୍ପିଟାଲରେ ଭର୍ତ୍ତି ହେବାର ଦିନେ ପୂର୍ବରୁ ପୋଷ୍ଟ କରିଥିଲେ, କାରଣ ତାଙ୍କୁ ଅଗଷ୍ଟ 10 ତାରିଖରେ ହାର୍ଟ ଆଟାକ୍ ଆସିଥିଲା ଏବଂ ତାପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହି ଇନ୍ଷ୍ଟାଗ୍ରାମ ପୋଷ୍ଟରେ ରାଜୁ ଶ୍ରୀବାସ୍ତବ କରୋନାରୁ ରକ୍ଷା ପାଇବାର ମେସେଜକୁ ନେଇ ବଲିଉଡର ପ୍ରସିଦ୍ଧ କଳାକାରଙ୍କ ନକଲ କରିଥିଲେ । ସେ ଭିଡ଼ିଓ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘ କରୋନା କଲର ଟ୍ୟୁନ ମନେ ଅଛି #RajuSrivastav Latest Comedy’ । ସେ ନିଜ ଭିଡିଓକୁ ୟୁଟ୍ୟୁବରେ ମଧ୍ୟ ପୋଷ୍ଟ କରିଥିଲେ ।
ଭିଡ଼ିଓରେ କରିଥିଲେ ବିନୋଦ ଖନ୍ନା ଏବଂ ଶଶି କପୁରଙ୍କ ନକଲ :-
କମେଡିଆନ ରାଜୁ ଶ୍ରୀବାସ୍ତବ ଭିଡ଼ିଓରେ କରୋନାରୁ ରକ୍ଷା ପାଇବାର ମେସେଜ ଅମିତାଭ ବଚ୍ଚନଙ୍କ ଜାଗାରେ ପ୍ରସିଦ୍ଧ ଅଭିନେତା ଶଶି କପୁର ଏବଂ ବିନୋଦ ଖନ୍ନାଙ୍କ ନକଲ କରିଛନ୍ତି । ଏହି ଭିଡ଼ିଓରେ ସେ ବହୁତ୍ ଚମତ୍କାର ଭାବେ ଅଭିନୟ କରିଛନ୍ତି । ଏହି ଭିଡିଓକୁ 14 ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । କହିରଖୁଛୁ ଯେ ଅଗଷ୍ଟ 10 ତାରିଖରେ ୱର୍କଆଉଟ୍ ସମୟରେ ରାଜୁ ଶ୍ରୀବାସ୍ତବ ବେହୋସ୍ ହୋଇ ପଡ଼ି ଯାଇଥିଲେ । ଯାହା ପରେ ତାଙ୍କୁ ଦିଲ୍ଲୀରେ ଅବସ୍ଥିତ AIIMS ରେ ଭର୍ତ୍ତି କରାଯାଇଥିଲା । AIIMS ରେ ଭର୍ତ୍ତି କରାଯିବା ପରେ ରାଜୁ ଶ୍ରୀବାସ୍ତବଙ୍କ ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା, କିନ୍ତୁ ଏହା ପରେ ମଧ୍ୟ ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହେଲା ନାହିଁ ।
ରାଜୁ ଶ୍ରୀବାସ୍ତବଙ୍କ ମସ୍ତିଷ୍କ କାମ କରିବା ବନ୍ଦ୍ କରିଦେଇଥିଲା ଏବଂ ତାଙ୍କୁ ଲଗାତାର ଲାଇଫ ସପୋର୍ଟରେ ରଖାଯାଇଥିଲା । ଅବଶ୍ୟ କିଛି ଦିନ ପୂର୍ବରୁ ରାଜୁ ଶ୍ରୀବାସ୍ତବଙ୍କ ହାତ ଗୋଡ ହଲଚଲ ହେଉଥିବା ଦେଖାଯାଇଥିଲା, କିନ୍ତୁ ଶେଷରେ ସେ ଜୀବନର ଯୁଦ୍ଧରେ ହାରିଗଲେ ।