ବିଜ୍ଞାନରେ କମ୍ ନମ୍ୱର୍ ଆସିବାରୁ ସମସ୍ତେ କହିଲେ ଆର୍ଟସରେ ପଢ, କିନ୍ତୁ ଛାତ୍ରୀ କହିଲେ – ନାହିଁ, ପ୍ରଥମେ ମୋର କପି ଦେଖାଅ, ଆଉ ତାପରେ…

ଦଶମ ପରୀକ୍ଷା ଯେକୌଣସି ଛାତ୍ର ପାଇଁ ବହୁତ୍ ବିଶେଷ ହୋଇଥାଏ । ଏହାପରେ ଏକାଦଶରେ ସେ ନିଜ ପସନ୍ଦର ବିଷୟ ଯେପରି ସାଇନ୍ସ, ଆର୍ଟସ ଓ କମର୍ସକୁ ବାଛିଥାଏ । ତେବେ ସେ କେଉଁ ବିଷୟ ନେବ, ଏ କଥା ତାର ଦଶମରେ ଆସିଥିବା ମାର୍କ ଉପରେ ଅଧିକ ନିର୍ଭର କରିଥାଏ । କିନ୍ତୁ ସେତେବେଳେ କଣ ହେବ, ଯେତେବେଳେ ଆପଣଙ୍କ ପେପର ଭଲ ଯାଇଥିବ କିନ୍ତୁ ମାର୍କ କମ୍ ଆସିଥିବ । ଆଉ ଆପଣଙ୍କୁ ସାଇନ୍ସ ଜାଗାରେ ଆର୍ଟସ ନେବାକୁ ପଡେ ? ବିଶ୍ୱାସ କରନ୍ତୁ ଏହା ଜାଣି ଯେ କେହି ବି ଉଦାସ ହୋଇଯିବ । କିନ୍ତୁ ଫତେହପୁରର ନଗରଦାସ ଗାଁର ଜଣେ ଛାତ୍ରୀ ନିଜ ଆତ୍ମବିଶ୍ବାସ ଦ୍ଵାରା ମାଧ୍ୟମିକ ଶିକ୍ଷା ବୋର୍ଡର ପୋଲ ଖୋଲିଦେଲା ।

ମେଧାବୀ ଛାତ୍ରୀଙ୍କ ବିଜ୍ଞାନରେ ଆସିଲା କମ୍ ନମ୍ୱର୍ :-

ବାସ୍ତବରେ ନଗରଦାସର ବାଲାଜୀ ସିନିୟର୍ ସେକେଣ୍ଡାରୀ ସ୍କୁଲର କବିତା କୁମାରୀ ନାମକ ଛାତ୍ରୀଙ୍କର ଦଶମରେ 80.67 ପ୍ରତିଶତ ମାର୍କ ଆସିଥିଲା । କବିତା ବହୁତ୍ ଭଲ ପାଠ ପଢନ୍ତି । ତାଙ୍କର ସବୁ ବିଷୟରେ 80 ରୁ ଉପରକୁ ନମ୍ୱର୍ ଆସିଥିଲା । କିନ୍ତୁ ବିଜ୍ଞାନରେ ତାଙ୍କର ମାତ୍ର 43 ନମ୍ୱର୍ ଆସିଲା । ଏହା ଦେଖି ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କର ବିଶ୍ବାସ ଥିଲା ଯେ ତାଙ୍କ ବିଜ୍ଞାନ ପେପର ବହୁତ୍ ଭଲ ଯାଇଥିଲା । କିନ୍ତୁ ତଥାପି କମ୍ ନମ୍ୱର୍ ଆସିବା କଥା ତାଙ୍କର ହଜମ ହେଲାନାହିଁ ।

ଡବଲ କପି ଚେକ୍ ହେବାରୁ ନମ୍ୱର୍ ମଧ୍ୟ ହେଲା ଡବଲ :-

ସେପଟେ କବିତାଙ୍କ କମ୍ ନମ୍ୱର୍ ଆସିବାରୁ ତାଙ୍କ ବାପାମା ଏବଂ ଟିଚର ତାଙ୍କୁ ଏକାଦଶରେ ଆର୍ଟସ ନେବାପାଇଁ ଚାପ ପକାଇଲେ । କିନ୍ତୁ କବିତା ସାଇନ୍ସ ପଢିବାକୁ ଚାହୁଁଥିଲେ । ଏପରି ପରିସ୍ଥିତିରେ କବିତା ନିଜର ଆତ୍ମବିଶ୍ବାସ କମ୍ ହେବାକୁ ଦେଲେନାହିଁ ଏବଂ ଆରଟିଆଇରୁ ନିଜ ବିଜ୍ଞାନ ବିଷୟର କପି ମଗାଇଲେ । ବର୍ତ୍ତମାନ୍ ଯେତେବେଳେ କବିତାଙ୍କ କପି ଯାଞ୍ଚ୍ କରାଗଲା, ସେତେବେଳେ ଏଥର ବିଜ୍ଞାନରେ 43 ଜାଗାରେ 94 ନମ୍ୱର୍ ଆସିଲା । ଏହାଦ୍ବାରା ତାଙ୍କର ମୋଟ ପ୍ରତିଶତ ମଧ୍ୟ 80.67 ରୁ 89.16 ହୋଇଗଲା ।

ଛାତ୍ରୀଙ୍କ ଆତ୍ମବିଶ୍ବାସ ଖୋଲିଲା ବୋର୍ଡର ପୋଲ :-

କବିତାଙ୍କ ଏହି ଆତ୍ମବିଶ୍ବାସ ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡର ପୋଲ ଖୋଲିଦେଲା । ସେମାନଙ୍କର ଗୋଟିଏ ଭୁଲ ପାଇଁ ଝିଅର ରେଜଲ୍ଟ ଏବଂ ସ୍ବପ୍ନ ଉଭୟ ଖରାପ ହୋଇଯାଇଥିଲା । ତେବେ ଏହା କୌଣସି ପ୍ରଥମଥର ନୁହେଁ, ଯେତେବେଳେ ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡର ଅବହେଳା କାରଣରୁ କୌଣସି ପିଲାର ରେଜଲ୍ଟ ଖରାପ୍ ହୋଇଛି । ଏପରି ମାମଲା ପ୍ରତିବର୍ଷ ଆସେ । ବୋର୍ଡର ଏହି ଅବହେଳା ପାଇଁ ପିଲାମାନଙ୍କୁ କ୍ଷତି ସହିବାକୁ ପଡେ । ଅନେକଥର ସେମାନେ ଡିପ୍ରେଶନକୁ ମଧ୍ୟ ଚାଲିଯାଆନ୍ତି ।

କବିତାଙ୍କ ମାମଲା ଗୋଟିଏ ଜୀବନ୍ତ ଉଦାହରଣ ଅଟେ ଯେ କିପରି ବୋର୍ଡର ଭୁଲ ପିଲାର ଭବିଷ୍ୟତକୁ ମଧ୍ୟ ଖରାପ କରିପାରେ । ନଗରଦାସ ବାଲାଜୀ ସିନିୟର୍ ସେକେଣ୍ଡାରୀ ସ୍କୁଲର ଶିକ୍ଷକ ଦିନେଶ ପାରୀକ ମଧ୍ୟ ଏହି କଥାକୁ ନିଶ୍ଚିତ କରିଛନ୍ତି ଯେ କବିତାଙ୍କ ନମ୍ୱର୍ ଆରଟିଆଇ ଅଧୀନରେ କପି ମଗାଇବା ପରେ ବଢ଼ିଛି । ବର୍ତ୍ତମାନ୍ କବିତା ଆର୍ଟସ ବଦଳରେ ସାଇନ୍ସ ବିଷୟ ନେଇ ବହୁତ୍ ଖୁସି ଅଛନ୍ତି ।

odia sambada
Comments (0)
Add Comment