ବର୍ତ୍ତମାନ୍ ବର୍ଷାଋତୁ ଚାଲିଛି ଏବଂ ଏହି ଋତୁରେ ସମୟ ସମୟରେ ବର୍ଷା ବ୍ୟତୀତ ଯଦି ଅନ୍ୟ କୌଣସି କଥା ପାଇଁ ସବୁଠାରୁ ଅଧିକ ଚିନ୍ତା ହୋଇଥାଏ, ତେବେ ତାହା ହେଉଛି ମଶା । ଏହି ଋତୁରେ ପ୍ରାୟ ସବୁ ସ୍ଥାନରେ ମଶାମାନେ ଦେଖିବାକୁ ମିଳନ୍ତି । ସେହିପରି ମଶାମାନଙ୍କ ସହ ଆଉ ଗୋଟେ କଥା ଦେଖିବାକୁ ମିଳିଥାଏ ଯେ କିଛି ଲୋକଙ୍କୁ ମଶାମାନେ ନିଜର ଅଧିକ ଶିକାର କରନ୍ତି । କିଛି ଲୋକ ଅଭିଯୋଗ କରନ୍ତି ଯେ ସେମାନଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମଶା କାମୁଡୁଛନ୍ତି । ଏପରି ପରିସ୍ଥିତିରେ ଆପଣ ଏହାର କାରଣ ମଧ୍ୟ ଜାଣିବାକୁ ଚାହିଁବେ । ତେବେ ଚାଲନ୍ତୁ ଆମେ ଆପଣଙ୍କୁ ଏହାର ପ୍ରକୃତ କାରଣ କହିବୁ ।
ଶରୀରରୁ ବାହାରୁଥିବା କାର୍ବନ ଡ଼ାଇଅକ୍ସାଇଡ୍ :-
ଆପଣଙ୍କୁ କହିରଖୁଛୁ ଯେ ଶରୀରରୁ ବାହାରୁଥିବା କାର୍ବନ ଡ଼ାଇଅକ୍ସାଇଡର ପରିମାଣ ନିର୍ଦ୍ଧାରିତ କରେ ଯେ ଆପଣ ମଶାମାନଙ୍କୁ କେତେ ଆକର୍ଷିତ କରିଥାନ୍ତି । ବାସ୍ତବରେ ମଶା ନିଜ ସେନ୍ସିଙ୍ଗ ଅର୍ଗେନ୍ସ ଦ୍ଵାରା ମଣିଷ ଶରୀରରୁ ବାହାରୁଥିବା କାର୍ବନ ଡ଼ାଇଅକ୍ସାଇଡ୍ ଗନ୍ଧକୁ ଜାଣିପାରନ୍ତି ।
ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଶରୀରର ମେଟାବଲିକ୍ ରେଟ୍ ଅଧିକ ରହିଛି ଏବଂ କାର୍ବନ ଡ଼ାଇଅକ୍ସାଇଡର ନିର୍ମାଣ ଅଧିକ ହୋଇଥାଏ, ତେବେ ନିଶ୍ଚିତ ଭାବେ ଆପଣଙ୍କୁ ଅଧିକ ମଶା ନିଜର ଶିକାର କରିବେ ।
ଶରୀରର ଅଧିକ ତାପମାତ୍ରା ଏବଂ ଅଧିକ ଝାଳ ବହିବା :-
ସେହିପରି ଯେଉଁ ଲୋକଙ୍କର ଅଧିକ ଝାଳ ବହେ, ସେମାନଙ୍କୁ ମଧ୍ୟ ସାଧାରଣ ଠାରୁ ଅଧିକ ମଶା କାମୁଡିଥାଆନ୍ତି । ବାସ୍ତବରେ ଅନୁସନ୍ଧାନକାରୀମାନେ କହିବା ଅନୁଯାୟୀ, ଅଧିକ ଝାଳ କାରଣରୁ ଶରୀରରେ ୟୁରିକ ଏସିଡ, ଲାକ୍ଟିକ ଏସିଡ ଏବଂ ଅମୋନୀୟା ଭଳି ତତ୍ଵ ବାହାରିଥାଏ ଏବଂ ଏହି ତତ୍ଵର ଗନ୍ଧ ଦ୍ଵାରା ମଶା ବ୍ୟକ୍ତି ପାଖେ ଘୁରି ବୁଲନ୍ତି ।
O ବ୍ଲଡ଼ ଗ୍ରୁପ୍ ବାଲା ହୋଇଥାନ୍ତି ମଶାମାନଙ୍କର ଅଧିକ ଶିକାର :-
ଆଜ୍ଞା ହଁ, ମଶାମାନଙ୍କୁ ନେଇ ଏହା ମଧ୍ୟ ଗୋଟିଏ କୌତୁହଳ ତଥ୍ୟ ଆସିଛି ଯେ O ବ୍ଲଡ଼ ଗ୍ରୁପ୍ ବାଲା ଲୋକଙ୍କ ଆଡ଼କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମଶା ଆକର୍ଷିତ ହୋଇଥାନ୍ତି । ଏହାପରେ ଦୁଇ ନମ୍ବରରେ ଆସନ୍ତି A ବ୍ଲଡ଼ ଗ୍ରୁପ୍ ବାଲା, ଯେଉଁମାନଙ୍କୁ ମଶା ନିଜର ଶିକାର କରନ୍ତି । କିନ୍ତୁ B ବ୍ଲଡ଼ ଗ୍ରୁପ୍ ବାଲା ଲୋକଙ୍କ ପାଖରେ କମ ମଶା ବୁଲନ୍ତି ।
ବିୟର ପିଉଥିବା ଲୋକ ମଧ୍ୟ ହୋଇଥାନ୍ତି ମଶାମାନଙ୍କର ଟାର୍ଗେଟ :-
ସେହିପରି ରିସର୍ଚ୍ଚରେ ଏହା ମଧ୍ୟ କୁହାଯାଇଛି ଯେ ବିୟର ପିଉଥିବା ଲୋକଙ୍କୁ ବାକି ତୁଳନାରେ ଅଧିକ ମଶା କାମୁଡିଥାନ୍ତି । ତେବେ ଏହା ସବୁ ପ୍ରକାରର ମଦ ସହ ହୋଇଥାଏ କିମ୍ବା କେବଳ ବିୟର ସହିତ ହୋଇଥାଏ, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇପାରି ନାହିଁ ।