ଚଳିତ ୨୦୨୨ ବର୍ଷରେ ଦେଖିବାକୁ ମିଳିବ ଭୟାନକ ଦୃଶ୍ୟ ! ୩ ଦିନ ପାଇଁ ସମଗ୍ର ଦୁନିଆରେ ଘୋଟିଯିବ କଳା ଅନ୍ଧାର !!

ଭବିଷ୍ୟତ ଚିନ୍ତା ସଦାବେଳେ ମଣିଷକୁ ପଶୁ ଠାରୁ ଉଚ୍ଚତର ସ୍ଥାନରେ ରଖିଥାଏ । ମଣିଷ ଯାହାକୁ ଶାରୀରିକ ଶକ୍ତି ଦ୍ବାରା କରିପାରେ ନାହିଁ, ତାକୁ ବୌଦ୍ଧିକ ଶକ୍ତି ଦ୍ବାରା ସମାଧାନ କରିଥାଏ । ବୌଦ୍ଧିକ ମଣିଷ ସଦାବେଳେ ଭବିଷ୍ୟତ ସ˚ପର୍କରେ ଅଧିକ ଜାଣିବାକୁ ଉତ୍ସୁକ ଥାଏ। ଏବ˚ ସେହି ଅନୁସାରେ ନିଜକୁ ଜାଗ୍ରତ ଓ ପ୍ରସ୍ତୁତ ରଖେ । ବିଶ୍ୱର ସର୍ବଶ୍ରେଷ୍ଠ ଭବିଷ୍ୟବକ୍ତା ନୋଷ୍ଟ୍ରାଡମସଙ୍କର ଏକ ଅଲଗା ସ୍ଥିତି ଥିବା ବେଳେ ତାଙ୍କର ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି, ଯେଉଁଥିରେ ହିଟଲରଙ୍କ ଶାସନ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆକ୍ରମଣ ଓ ଫ୍ୟାନ୍ସ ବିପ୍ଲବ ସାମିଲ ରହିଛି ।୨୦୨୨ ପାଇଁ ନୋଷ୍ଟ୍ରାଡମସ ଯେଉଁ ଭବିଷ୍ୟବାଣୀ କରିଛନ୍ତି, ତାହାକୁ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଭବିଷ୍ୟବାଣୀ ସେ ୫୦୦ ବର୍ଷ ପୂର୍ବେ କହିଥିଲେ । ତେବେ ନୋଷ୍ଟ୍ରାଡମସ୍ ଜର୍ମାନୀରେ ୧୪ ଡିସେମ୍ବର ୧୫୦୩ ରେ ଜନ୍ମଗ୍ରହଣ କରିଥିଲେ ଏବଂ ୨ ଜୁଲାଇ ୧୫୬୬ ରେ ମୃତ୍ୟୁ ବରଣ କରିଥିଲେ । ୨୦୨୨ ବର୍ଷକୁ ନେଇ ନୋଷ୍ଟ୍ରାଡମସ୍ ନିଜ ଭବିଷ୍ୟବାଣୀ ରେ କହିଛନ୍ତି ଯେ, ଏହି ବର୍ଷ ପରମାଣୁ ବୋମା ବିସ୍ଫୋରଣ ହେବ, ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ହେବ । କେବଳ ଏତିକି ନୁହେଁ ପରମାଣୁ ବୋମା ବିସ୍ଫୋରଣ ହେତୁ ପୃଥିବୀର ଜଳବାୟୁରେ ବିରାଟ ପରିବର୍ତ୍ତନ ଘଟିବ । ନୋଷ୍ଟ୍ରାଡମସ୍ ନିଜ ଭବିଷ୍ୟବାଣୀରେ କହିଛନ୍ତି ଯେ, ୨୦୨୨ ମସିହାରେ ବ୍ୟାପକ ଧ୍ୱଂସ ପରେ ଶାନ୍ତି ଆସିବ ।

କିନ୍ତୁ ଏହି ଶାନ୍ତି ପୂର୍ବରୁ ସମଗ୍ର ବିଶ୍ୱ ୩ ଦିନ ଅର୍ଥାତ୍ ୭୨ ଘଣ୍ଟା ପାଇଁ ଅନ୍ଧକାରମୟ ହେବ । ତେବେ ଆହୁରି ନୋଷ୍ଟ୍ରାଡାମସଙ୍କ ଭବିଷ୍ୟତବାଣୀ ଅନୁଯାୟୀ, ୨୦୨୨ ମସିହାରେ ଆର୍ଟିଫିସିଆଲ ଇଣ୍ଟେଳଇଜେନ୍ସିର ମାନବଜାତି ଉପରେ ନିୟନ୍ତ୍ରଣ ହେବ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟରର ବ୍ରେନ ମଣିଷକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ । ଏହା ବ୍ୟତୀତ ରୋବଟ୍ ମାନବ ଜାତିକୁ ନଷ୍ଟ କରିଦେବ । ତେବେ ଫ୍ରାନ୍‌ସର ଏହି ବିଶ୍ବ ବିଖ୍ୟାତ ନୋଷ୍ଟ୍ରାଡାମସ ନାମକ ଜ୍ୟୋତିଷୀ ତାଙ୍କ ବହି- ‘ଲେ ପ୍ରଫେଟିଜ୍‌’ରେ ନ’ଶହ ଚତୁଷ୍ପଦୀ ଶ୍ଳୋକ ମାଧୢମରେ ପୃଥିବୀ ପାଇଁ ଭବିଷ୍ୟତ ବାଣୀ କରିଛନ୍ତି । ସେଥିରୁ ଅନେକ ସତ୍ୟ ପ୍ରମାଣିତ ହୋଇଛି ବୋଲି ତାଙ୍କ ଅନୁଗାମୀମାନେ ଦାବି କରନ୍ତି ।

୨୦୨୨ ପାଇଁ ଭବିଷ୍ୟତ ବାଣୀ ସମୀକ୍ଷା କରି ତାଙ୍କ ଚେଲାମାନେ କହନ୍ତି ୨୦୨୨ରେ ଭାରତ ବିଶ୍ବର ଏକ ନମ୍ବର ମହାଶକ୍ତି ହେବ । ଶେଷ ଭାଗରେ ପରମାଣୁ ଯୁଦ୍ଧ ଫଳରେ ପୃଥିବୀ ପାଷାଣ ଯୁଗକୁ ଫେରିଯିବ । ନାସ୍ତିକ ଦର୍ଶନ, ଈଶ୍ବର ବିଶ୍ବାସ ଓ ଆସ୍ତିକତାକୁ ହଟାଇ ଦେବ । ଧର୍ମଶକ୍ତି ଦୁର୍ବଳ ଓ ଅଧୢାତ୍ମ ଶକ୍ତି ସବଳ ହେବ । ପଢ଼ା, ଲେଖା, ଶିକ୍ଷିତ ଲୋକେ ପୃଥିବୀକୁ ଧ୍ବ˚ସ କରିବେ ଇତ୍ୟାଦି ଲେଖା ଅଛି ।

odia sambada
Comments (0)
Add Comment