ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର(୨୦ ସେପ୍ଟେମ୍ବର)ଠାରୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଆୟୋଜନ ହେବାକୁ ଯାଉଛି|କାରଣ ଆସନ୍ତା ମାସ ୧୬ ତାରିଖରୁ ଅଷ୍ଟ୍ରେଲିଆ ମାଟିରେ ଟି-୨୦ ବିଶ୍ୱକପର ଆୟୋଜନ ହେବାକୁ ଯାଉଛି, ଏଥିପାଇଁ ଏହି ଟି-୨୦ ଵଡ ଗୁରୁତ୍ୱପୂର୍ଣ୍ଣ|ଭାରତୀୟ ଚୟନକର୍ତା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ସେହି ଖେଳାଳିଙ୍କୁ ଚୟନ କରିଛନ୍ତି ଯିଏ ଆସନ୍ତା ମାସରେ ଟି-୨୦ ର ଅଂଶୀଦାର ହେବେ|
ଏହି ଟି-୨୦ ସିରିଜ ପୂର୍ବରୁ ଜାଣନ୍ତୁ ଯେ ଭାରତ ଓ ଅଷ୍ଟ୍ରେଲିଆ ବିରୁଦ୍ଧରେ ଦରମା ବିଷୟରେ|ଭାରତୀୟ ଖେଳାଳୀଙ୍କୁ ଏକ ଟେଷ୍ଟ ମ୍ୟାଚ ପାଇଁ ୬ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ ହାରାହାରି ୩ ଲକ୍ଷ ମିଳେ|ଯଦି କୈାଣସି ଖେଳାଳି ପ୍ଲେୟିଙ୍ଗ ୧୧ ର ଅଂଶ ହେବେ ନାହଁ ତେବେ ୫୦% ମିଳେ|ପ୍ରତ୍ୟେକ ଟେଷ୍ଟ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ୧୮ ହଜାର ୟୁଏସ୍ ଡଲାର ମାନେ ୧୪.୩୩ ଲକ୍ଷ ଟଙ୍କା ମିଳେ|
ଏକଦିବସୀୟ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ଖେଳାଳି ପାଖାପାଖି ୩.୭୪ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ ପାଖାପାଖି ୨.୯୪ ଲକ୍ଷ ଟଙ୍କା ମିଳେ|
ବିସିସିଆଇ ପ୍ରତିବର୍ଷ ଖେଳାଳିଙ୍କ କଣ୍ଟାକ୍ଟ ଲିଷ୍ଟ ଜାରି କରେ|ବୋର୍ଡ ଖେଳାଳିଙ୍କୁ ଏ+, ଗ୍ରେଡ ଏ,ଗ୍ରେଡ ବି ଓ ସି ରେ ବଣ୍ଟନ କରିଛନ୍ତି|ଏ + ଖେଳାଳି ୭ କୋଟି, ଗ୍ରେଡ ଏ ପାଇଁ ୫ କୋଟି,ବି ପାଇଁ ୩ କୋଟି,ଓ ସି ପାଇଁ ବାର୍ଷିକ ୧ କୋଟି ଦେଇଥାଏ|ଏହା ସ୍ଥିର ସେମାନେ ମ୍ୟାଚ ଖେଳନ୍ତୁ ବା ନାହିଁ|ଏ ପ୍ଲସରେ ରୋହିତ ଶର୍ମା,ବିରାଟ କୋହଲି,ଵୁମରା ରହିଛନ୍ତି ଯାହାକୁ ବାର୍ଷିକ ୭ କୋଟି ମିଳେ ଓ ଗ୍ରେଡ ଏ ରେ ଅଶ୍ୱିନୀ ,ଜାଡେଜା,ପନ୍ଥ,କେ ଏଲ୍ ରାହୁଲ ଓ ସାମିକୁ ବାର୍ଷିକ ୫ କୋଟି ମିଳେ|
ଅଷ୍ଟ୍ରେଲିଆ ଖେଳାଳିଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଅନୁସାରେ ଅଧିନାୟକ ପ୍ୟାଟ କମିନ୍ସକୁ ପାଖାପାଖି ବାର୍ଷିକ ୧୦.୭୦ କୋଟି ଟଙ୍କା ମିଳେ ଏହାପରେ ହେଜେଲ୍ଉଡ୍ ୮.୫୬ କୋଟି,ଡେଭିଡ ୱର୍ନର ୮.୨ କୋଟି ଓ ମିଚେଲ ଷ୍ଟାର୍କ ୭.୪୯ କୋଟି ଟଙ୍କା ମିଳେ|ଏହାର ଅର୍ଥ ଭାରତୀୟ ଖେଳାଳିଙ୍କ ତୁଳନାରେ ଅଧିକ ସାଲାରି ମିଳେ|
ପ୍ୟାଟ କମିନ୍ସ: $୨ ମିଲିୟନ
ଜୋଶ ହେଜେଲ୍ଉଡ୍:$୧.୬ ମିଲିୟନ
ଡେଭିନ୍ ୱର୍ନର:$୧.୫ ମିଲିୟନ
ମିଶେଲ ଷ୍ଟାର୍କ:$୧.୪ ମିଲିୟନ
ସ୍ଟିଭ ସ୍ମିଥ୍:$୧.୩ ମିଲିୟନ
ମାର୍ନସ ଲାବୁସନ୍:$୧.୨ ମିଲିୟନ
ନାଥାନ ଲିୟୋନ:$୧.୧ ମିଲିୟନ