ବିବାହିତା ମହିଳାମାନେ ସ୍ବାମୀଙ୍କୁ ଧୋକା କାହିଁକି ଦିଅନ୍ତି? ଏହାର ପଛରେ ଥିବା କାରଣ ବିଷୟରେ ଜାଣନ୍ତୁ

ବର୍ତ୍ତମାନ ସମୟରେ ପ୍ରେମ କରିବା ଏକ ସାଧାରଣ କଥା। ଓ ବାହାଘର ପରେ ଧୋକାଦେବା ମଧ୍ୟ ଏକପ୍ରକାର ଟ୍ରେଣ୍ଡ ମଧ୍ୟ ହୋଇଗଲାଣି। ଆପଣ ଯଦି ଭାବୁଥିବେକି ବାହାଘର ପରେ ସ୍ଵାମୀ କିମ୍ବା ସ୍ତ୍ରୀ ଆପଣଙ୍କୁ ଧୋକା ଦେବେନାହିଁ, ତେବେ ଏହା ଭାବିବା ବୁଲ ଅଟେ। ବିବାହ ପୂର୍ବରୁ କିମ୍ବା ପରେ ସ୍ଵାମୀ ଯଦି ଧୋକା ଦିଏ ତେବେ ଏହାକୁ ଅପରାଧ ବୋଲି ଗଣାଯାଏ କିନ୍ତୁ ବର୍ତ୍ତମାନ ସମୟ ଅନୁସାରେ ମହିଳାମାନେ ମଧ୍ୟ ନିଜର ସ୍ଵାମୀଙ୍କୁ ଧୋକା ଦେବାରେ ପଛାଉନାହାନ୍ତି। କୌଣସି ମହିଳାଙ୍କୁ ଯଦି ବିବାହ ପରେ ମାନସିକ ଓ ଶାରୀରିକ ଶାନ୍ତି ନ ମିଳେ, ତୋ ସେମାନେ ଅନ୍ୟତ୍ର ଚାଲିଯାନ୍ତି।

ଆପଣମାନେ ପ୍ରେମିକ ସହିତ ମିଶି ନିଜ ସ୍ବାମୀଙ୍କର ହତ୍ୟା ଘଟଣା ବିଷୟରେ ଶୁଣିଥିବେ। କୌଣସି ବ୍ୟକ୍ତି ମଧ୍ୟ କାହାରିକୁ ଜାଣିଶୁଣି ଧୋକା ଦିଅନ୍ତି ନାହିଁ। ପ୍ରତ୍ୟେକ ମହିଳା କିମ୍ବା ପୁରୁଷ ନିଜର ସ୍ଵାମୀ କିମ୍ବା ସ୍ତ୍ରୀଙ୍କୁ ସବୁବେଳେ ଖୁସିରେ ରଖିବାକୁ ଚାହାନ୍ତି। କିନ୍ତୁ ବେଳେବେଳେ ସେହି ଖୁସି ନ ମିଳିଲେ ସେମାନେ ଧୋକା ଦେଇଦିଅନ୍ତି।

ପ୍ରଥମ ପ୍ରେମକୁ ଭୁଲି ନ ପାରିବା:-

ଯଦି ବାହାଘର ପୂର୍ବରୁ କାହାରି ସହିତ ସମ୍ପର୍କ ଥିବ ତେବେ ମହିଳା ବିବାହ ପରେ ନିଜର ସ୍ଵାମୀଙ୍କୁ ଧୋକା ଦିଅନ୍ତି। କହିବାକୁ ଗଲେ ମହିଳାମାନେ ନିଜର ପ୍ରଥମ ପ୍ରେମକୁ ଭୁଲିପାରନ୍ତି ନାହିଁ, ଓ ନିଜର ସ୍ଵାମୀଙ୍କୁ ଧୋକା ଦେବାକୁ ବାଧ୍ୟ ହୁଅନ୍ତି।

ଘରୋଇ ହିଂସା:-

ବିବାହ ହେଉଛି ଏକ ନୂଆ ଜୀବନର ଆରମ୍ଭ। ମନରେ ଅନେକ ପ୍ରକାର ସ୍ଵପ୍ନ ନେଇ ଲୋକମାନେ ନିଜର ଗୃହସ୍ଥ ଜୀବନରେ ପ୍ରବେଶ କରନ୍ତି। ବାହାଘର ହେଇଛି ୨ଟି ଡୋରରେ ବନ୍ଧା। ବାହାଘରେ ପରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା, ମନମାଳିନ୍ୟ ହେବା ଏକ ସାଧାରଣ କଥା କିନ୍ତୁ ଯଦି ପ୍ରତ୍ୟେକ ଦିନ ଝଗଡା ହୁଏ, ତେବେ ଏହି ସମୟରେ ବହୁତ ସହଜରେ ଆପଣଙ୍କ ଜୀବନରେ ଅନ୍ୟ କେହି ପ୍ରବେଶ କରିଯାନ୍ତି। ବିଶେଷ ଭାବରେ ଘରୋଇ ହିଂସା ମହିଳାମାନଙ୍କ ମଧ୍ୟରେ ଅଧିକ ମାତ୍ରାରେ ପ୍ରଭାବ ପକାଏ। ଯାହାଫଳରେ ସେମାନେ ନିଜର ପରିବାର ଉପରୁ ବିଶ୍ଵାସ ହରାଇଦିଅନ୍ତି ଓ ଅନ୍ୟ ପାର୍ଟନର ଖୋଜନ୍ତି। ଯାହାଙ୍କ ପାଖରେ ସେ ନିଜର ସମସ୍ୟାକୁ କୁହନ୍ତି।

କିଛି ମହିଳାମାନେ ନିଜର ସ୍ଵାମୀଙ୍କ ଠାରୁ ପ୍ରତିଶୋଧ ନେବାକୁ ଧୋକା ଦେଇଥାନ୍ତି। ଯଦି ସ୍ଵାମୀ ଭରସାକୁ ଭାଙ୍ଗିଡିଏ, ସେତେବେଳେ ମହିଳାଙ୍କ ହୃଦୟ ଭାଙ୍ଗିଯାଏ, ଯାହାଫଳରେ ସେ ନିଜର ସ୍ଵାମୀଙ୍କୁ ଧୋକା ଦେଇଦିଅନ୍ତି। ବହଗହର ପରେ ନିଜର ଶାରୀରିକ ଜୀବନକୁ ନେଇ କେହି ଅନ୍ୟ ପାର୍ଟନର ଖୋଜିଥାନ୍ତି। ଆଉ ଶେଷରେ ବାହାଘର ପରେ ସ୍ତ୍ରୀ ପାଇଁ ସ୍ଵାମୀ ମନରେ ବିଶ୍ଵାସ ନ ରହିଲେ, ମହିଳାମାନେ ଧୋକା ଦିଅନ୍ତି। ଯାହାଫଳରେ ସ୍ଵାମୀ ନିଜର ସ୍ତ୍ରୀ ଉପରେ ସନ୍ଦେହ କରିବା ଆରମ୍ଭ କରନ୍ତି। ଓ ମହିଳାମାନେ ନିଜର ସ୍ଵାମୀଙ୍କୁ ନିଜର ମନକଥା ଖୋଲି କହିପାରନ୍ତି ନାହିଁ।

odia sambada
Comments (0)
Add Comment