ଭାରତୀୟ ଦଳ: ଟି-୨୦ ବିଶ୍ଵକପରେ ସ୍ଥାନ ନ ମିଳିବାରୁ ଏହି ଖେଳାଳୀଙ୍କ ରାଗ ବାହାରିଲା, ନିଜର ବ୍ୟାଟରେ ଦେଲେ କଡା ଉତ୍ତର

ନ୍ୟୁଜଲାଣ୍ଡର ଏ ଦଳ ବର୍ତ୍ତମାନ ସମୟରେ ଭାରତ ଟୁରରେ ଅଛନ୍ତି। ନ୍ୟୁଜଲାଣ୍ଡର ଏ ଦଳ ଭାରତର ଏ ଦଳ ମଧ୍ୟରେ ଏହି ଟୁରରେ ତିନି ଚାରି ଦିବସୀୟ ମ୍ୟାଚ ଓ ତିନୋଟି ଏକ ଦିବସୀୟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ। ଚାରି ଦିବସୀୟ ସିରିଜର ଶେଷ ମ୍ୟାଚ ଭାରତୀୟ ଦଳର ଧାକଡ ବ୍ୟାଟ୍ସମ୍ୟାନଙ୍କର ଧମାକା ଦେଖିବାକୁ ମିଳିଛି, ଯାହାଙ୍କୁ ଟି-୨୦ ବିଶ୍ଵକପରେ ଦଳରେ ସ୍ଥାନ ମିଳିନାହିଁ। ଏହି ଖେଳାଳୀ ଆଇପିଏଲ ୨୦୨୨ରୁ ଲଗାତାର ଦଳର ଅଂଶ ରହିଛନ୍ତି।

ଏହି ଖେଳାଳୀ ଖେଳିଲେ ଏକ ବଡ ଇନିଙ୍ଗ୍ସ:-

ନ୍ଯୁଜଲାଣ୍ଡ ଏ ଦଳ ବିରୁଦ୍ଧରେ ଭାରତ ଏ ପାଇଁ ଖେଳୁଥିବା ଏହି ଯୁବ ବ୍ୟାଟ୍ସମ୍ୟାନ ରିତୁରାଜ ଗାୟକୱାଡ ଏକ ଶାନଦାର ଇନିଙ୍ଗ୍ସ ଖେଳିଛନ୍ତି। ରିତୁରାଜ ଗାୟକୱାଡଙ୍କୁ ଗତ କିଛି ସମୟରୁ ଲଗାତାର ଭାରତୀୟ ଦଳରେ ସାମିଲ କରାଯାଉଥିଲା, କିନ୍ତୁ ଟି-୨୦ ବିଶ୍ଵକପରେ ନିଜର ସ୍ଥାନ କରିପାରିଲେ ନାହିଁ। ସେ ଏହି ମ୍ୟାଚର ପ୍ରଥମ ଦିନ ଶତକ କରିଥିଲେ ଓ ସମସ୍ତଙ୍କର ଧ୍ୟାନ ନିଜ ଆଡକୁ ଟାଣିନେଇଥିଲେ।

ବୋଲରଙ୍କୁ ଭୟଙ୍କର ପିଟିଲେ:-

ରିତୁରାଜ ଗାୟକୱାଡ ଚାରୋଟି ଦିବସୀୟ ମ୍ୟାଚର ପ୍ରଥମ ଦିନ ୧୨୭ ବଲରେ ୧୦୮ ରନର ଇନିଙ୍ଗ୍ସ ଖେଳିଥିଲେ। ଏହି ମ୍ୟାଚରେ ତାଙ୍କର ବ୍ୟାଟରୁ ୧୨ଟି ଚୌକା ଓ ୨ଟି ଛକା ଦେଖିବାକୁ ମିଳିଥିଲା। ଭାରତ ଏ ଏହି ମ୍ୟାଚରେ ୪୦ରନରେ ପ୍ରଥମ ୱିକେଟ ହରାଇଦେଇଥିଲେ, କିନ୍ତୁ ରିତୁରାଜ ଗାୟକୱାଡ ଦଳର ଇନିଙ୍ଗ୍ସକୁ ସମ୍ଭାଳିଥିଲେ ଓ ଶତକ ମଧ୍ୟ କରିଥିଲେ। ଏହା ତାଙ୍କର ଫାଷ୍ଟ କ୍ଳାସ କ୍ରିକେଟରେ ଚତୁର୍ଥ ସେଞ୍ଚୁରୀ ଥିଲା। ସେହିପରି ମ୍ୟାଚ କଥା କହିଲେ ଭାରତୀୟ ଦଳର ପ୍ରଥମ ଇନିଙ୍ଗ୍ସ ୨୯୩ ରନରେ ସମାପ୍ତ ହୋଇଯାଇଥିଲା।

ଟି-୨୦ ଫର୍ମାଟରେ ମିଳିଛି ଅନେକ ସୁଯୋଗ:-

ରିତୁରାଜ ଗାୟକୱାଡ ଭାରତୀୟ ଦଳ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୯ଟି ଟି-୨୦ ମ୍ଯାଚ ଖେଳିଛନ୍ତି ଯେଉଁଥିରେ ସେ ୧୬.୮୮ ଔସତରେ କେବଳ ୧୩୫ ରନ କରିଛନ୍ତି। ଓ ଗୋଟିଏ ଅର୍ଦ୍ଧଶତକ କରିଛନ୍ତି। ରିତୁରାଜ ଗାୟକୱାଡ ଓପନର ଭାବରେ ଭାରତୀୟ ଦଳରେ ସାମିଲ ହୋଇଥାନ୍ତେ। କିନ୍ତୁ ଦିନକିଆ ଫର୍ମାଟରେ ବର୍ତ୍ତମାନ ତାଙ୍କୁ ସୁଯୋଗ ମିଳିନାହିଁ। ରିତୁରାଜ ଗାୟକୱାଡ ଶେଷଥର ଜିମ୍ବାଵେ ଟୁରରେ ଦଳର ଅଂଶ ଥିଲେ, କିନ୍ତୁ ଏହି ଟୁରରେ ସେ ପ୍ଲେଇଙ୍ଗ ଇଲେଭେନରଅଂଶ ହୋଇପାରିନଥିଲେ।

odia sambada
Comments (0)
Add Comment