ଟି-୨୦ ବିଶ୍ଵକପ ପରେ ସନ୍ନ୍ୟାସ ନେବେ ବିରାଟ କୋହଲି ! ଏହି ଗୋଟିଏ ବୟାନ କ୍ରିକେଟ ଜଗତରେ ସୃଷ୍ଟି କରିଦେଲା ହଲଚଲ

ବିରାଟ କୋହଲି, ଟି-୨୦ ବିଶ୍ଵକପ ୨୦୨୨:-

ଏସିଆ କପ, ଭାରତୀୟ ଦଳର ଧାକଡ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ସଫଳ ରହିଲା। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବହୁତ ଖରାପ ପ୍ରଦର୍ଶନ ଦେଇ ଯାଉଥିଲେ, କିନ୍ତୁ ଏସିଆ କପ ୨୦୨୨ ମସିହାରେ ବିରାଟ କୋହଲିଙ୍କର ବ୍ୟାଟ ବହୁତ ଚାଲିଛି। ଏହି ସବୁ ମଧ୍ୟରେ ଏକ ଏମିତି ବୟାନ ସାମ୍ନାକୁ ଆସିଛି ଯାହାକୁ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ବୟାନ ବିରାଟ କୋହଲିଙ୍କ ସନ୍ୟାସ ନେବା ଉପରେ ଅଟେ।

ବିରାଟଙ୍କ ସନ୍ୟାସ ନେବା ଉପରେ ଆଶ୍ଚର୍ଯ୍ୟକର ବୟାନ:-

ବିରାଟ କୋହଲି ନିକଟ ଅତୀତରେ ନିଜର ଫର୍ମକୁ ଫେରିଛନ୍ତି। ସେ ଏସିଆ କପ ୨୦୨୨ର ଶେଷ ମ୍ୟାଚରେ ନିଜର ପ୍ରଥମ ଟି-୨୦ ଶତକ କରିଥିଲେ। ଏହି ସବୁ ମଧ୍ୟରେ ପାକିସ୍ତାନର ପୂର୍ବ ଦୃତ ବୋଲର ଶୋଏବ ଅଖତରଙ୍କର ଆଶ୍ଚର୍ଯ୍ୟକର ବୟାନ ସାମ୍ନାକୁ ଆସିଛି। ଶୋଏବ ଅଖତରଙ୍କ କହିବା ଅନୁସାରେ ବିରାଟ କୋହଲି ଟି-୨୦ ବିଶ୍ଵକପ ୨୦୨୨ ପରେ ଟି-୨୦ ଫର୍ମାଟରୁ ସନ୍ୟାସ ନେବାର ଘୋଷଣା କରିଦେବେ।

ଭବିଷ୍ୟକୁ ଦେଖି ନେବେ ରିଟାୟରମେଣ୍ଟ:-

ପାକିସ୍ତାନର ପୂର୍ବ ଦୃତ ବୋଲର ଶୋଏବ ଅଖତର ଏକ ଲାଇଭ ସେଶନ ସମୟରେ ବିରାଟ କୋହଲିଙ୍କ ରିଟାୟରମେଣ୍ଟ ଉପରେ କହିଲେ,’ଟି-୨୦ ବିଶ୍ଵକପ ୨୦୨୨ ପରେ ବିରାଟ କୋହଲି ବୋଧେ ଟି-୨୦ ଫର୍ମାଟରେ ସନ୍ୟାସ ନେଇନେବେ। ସେ ଏମିତି ଏଥିପାଇଁ କରିବେ ଯାହାଫଳରେ କ୍ରିକେଟର ଅନ୍ୟ ଫର୍ମାଟରେ ନିଜକୁ ଅଧିକ ସମୟ ଦେଇପାରିବେ। ଯଦି ମୁଁ ତାଙ୍କ ସ୍ଥାନରେ ଥାନ୍ତି ତେବେ ଭବିଷ୍ୟତକୁ ଦେଖି ଏହି ନିଷ୍ପତ୍ତି ନେଇଥାନ୍ତି।’ ଶୋଏବ ଅଖତରଙ୍କ କହିବା ଅନୁସାରେ ଏକ ଫର୍ମାଟକୁ ଛାଡିବା ପରେ ବିରାଟ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ କ୍ରିକେଟ ଖେଳିପାରିବେ।

ଶାହିଦ ଆଫ୍ରିଦି ମଧ୍ୟ କହିଥିଲେ ଏହି କଥା:-

ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ମଧ୍ୟ ରିଟାଏରମେଣ୍ଟ ନେବାକୁ ପରାମର୍ଶ ଦେଇଛନ୍ତି। ପାକିସ୍ତାନୀ ଟିଭି ଚ୍ୟାନେଲ ସହ ବାର୍ତ୍ତାଳାପ ବେଳେ ଶାହିଦ ଆଫ୍ରିଦି କହିଛନ୍ତିଯେ ବିରାଟ କୋହଲି ତାଙ୍କ କ୍ୟାରିୟରର ବହୁତ ଭଲ ଆରମ୍ଭ କରିଥିଲେ। ସେ ନିଜ ନାମ ତିଆରି କରିବା ପାଇଁ ବହୁତ ପରିଶ୍ରମ କରିଛନ୍ତି। ସେ ଜଣେ ଚମ୍ପିୟାନ ଖେଳାଳି ଅଟନ୍ତି। କିନ୍ତୁ ଏପରି ଏକ ସମୟ ଆସେ ଯେତେବେଳେ ଆପଣ ଅବସର ଆଡକୁ ଯାଉଛନ୍ତି ଏବଂ ଏପରି ପରିସ୍ଥିତିରେ ଆପଣ ନିଜର କ୍ୟାରିୟରର ଶୀର୍ଷରେ ଥିବା ସମୟରେ ଅବସର ଘୋଷଣା କରିବା ଉଚିତ।

ଟି-୨୦ କ୍ରିକେଟରେ ଶାନଦାର ସଂଖ୍ୟା:-

ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୧୦୪ଟି ଟି-୨୦ ଆନ୍ତର୍ଜାତୀୟ ମୁକାବିଲା ଖେଳିଛନ୍ତି। ଯେଉଁଥିରେ ସେ ୫୧.୯୪ ଔସତରେ ୩୫୮୪ ରନ କରିଛନ୍ତି। କୋହଲି ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ୩୨ଟି ଅର୍ଦ୍ଧଶତକ ଓ ଏକ ଶତକ ମଧ୍ୟ କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ ମଧ୍ୟ ୧୩୮.୩୭ ଅଟେ। ଏସିଆ କପ ୨୦୨୨ ରେ ବିରାଟ କୋହଲି ୫ଟି ମ୍ୟାଚ ଖେଳି ୯୨ ଔସତରେ ୨୭୬ ରନ କରିଛନ୍ତି। ଯେଉଁଥିରେ କୋହଲି ଆଫଗାନିସ୍ତାନ ବିରୁଦ୍ଧରେ ୧୨୨ ରନର ଇନିଙ୍ଗ୍ସ ଖେଳିଥିଲେ।

odia sambada
Comments (0)
Add Comment