ଯୁବତୀଙ୍କୁ କରାଯାଇଥିଲା ଦୁଷ୍କର୍ମ, ଦୁଷ୍କର୍ମ ପରେ ପେଟରେ ରହିଯାଇଥିଲା ପିଲା, ଆଉ ଏବେ…

ଗର୍ଭବତୀ ଝିଅ ଚାଲିଯାଇଛି ଏବଂ ଜଣେ ଅସହାୟ ମାର ଶୁଭୁଛି ଅସହନୀୟ ବେଦନା । କାନ୍ଦ ବୋବାଳିରେ ହସ୍ପିଟାଲ୍ ପରିସର ଫାଟି ପଡୁଛି । ଜଣେ ଗର୍ଭବତୀ ସନ୍ତାନ ପ୍ରସବ କରିବାପରେ ଦୁହେଁ ମୃତ୍ୟୁବରଣ କରିଛନ୍ତି । ଉଭୟ ନବଜାତ ଏବଂ ପ୍ରସୂତି ମାଙ୍କ ମୃତ୍ୟୁ ଘଟଣାରେ ସୋମବାର ଦିନ ପୋଲିସ ମାମଲା ରୁଜ୍ଜୁ କରି ଶବକୁ ପୋଷ୍ଟମର୍ଟମ କରାଇଛି ।

ସୂଚନା ଅନୁଯାୟୀ, ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା ଏବଂ ଝିଅଟି ଗର୍ଭବତୀ ହେବାପରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାକୁ ନେଇ ଦୁଇମାସ ତଳେ ଅଭିଯୁକ୍ତ ଯୁବକ ଜଗଦୀଶ କାଳନ୍ଦୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା ।

ପିଡିତାଙ୍କୁ ବାରିପଦା ସ୍ଥିତ ୱାନ ଷ୍ଟପ ସେଣ୍ଟରରେ ପ୍ରଥମେ ରଖାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ରହିଥିଲେ ।

କିନ୍ତୁ ରବିବାର ଦିନ ପ୍ରସବ ହେବାପରେ ଉଭୟ ନବଜାତ ଏବଂ ମାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଯାଇଥିଲା । ଏହାପରେ ପ୍ରଥମେ ନବଜାତ ଏବଂ ପରେ ଯୁବତୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବାରିପଦା ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଏବଂ ରେଣୁବାଳା ସାହୁ ପ୍ରମୁଖ ଉପସ୍ଥିତ ରହି ଶବ ବ୍ୟବଚ୍ଛେଦ କରାଇଛନ୍ତି ।

odia sambada
Comments (0)
Add Comment