ପୁଣି ଥରେ T-20 ବିଶ୍ଵକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏସିଆ କପର ପ୍ରତିଶୋଧ ନେବ ଟିମ ଇଣ୍ଡିଆ…..

ଭାରତ ଦୁବାଇର ପ୍ରତିଶୋଧ ମେଲବର୍ଣ୍ଣରେ ନେବ । ଏସିଆ କପର ପ୍ରତିଶୋଧ ବିଶ୍ଵକପରେ ନେବ ଟିମ ଇଣ୍ଡିଆ । ଅକ୍ଟୋବର 23 ତାରିଖରେ ପୁଣି ବିଶ୍ଵ ଦେଖିବ ହାଇ ଭୋଲ୍ଟେଜ ମୁକାବିଲା । କାରଣ T-20 ବିଶ୍ଵକପରେ ମେଲବର୍ଣ୍ଣ ମଇଦାନରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଯେଉଁ ମ୍ୟାଚ୍ ଉପରେ ପୁରା ବିଶ୍ଵର ନଜର ରହିଛି, ବର୍ତ୍ତମାନ T-20 ବିଶ୍ଵକପରେ ପାକିସ୍ତାନଠାରୁ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା । ତେଣୁ ଏଥର ପାକିସ୍ତାନକୁ ଅଷ୍ଟ୍ରେଲିଆ ମାଟିରେ ମୁହଁତୋଡ ଜବାବ ଦେବାକୁ ଟିମ ପୁରା ପ୍ରସ୍ତୁତ ଅଛି ।

T-20 ବିଶ୍ଵକପ ପାଇଁ ଭାରତ ନିଜର 15 ଜଣିଆ ଟିମ ଘୋଷଣା କରିଛି । ରୋହିତଙ୍କ ନେତୃତ୍ୱରେ T-20 ବିଶ୍ଵକପ ଟ୍ରଫି ପାଇଁ ମଇଦାନକୁ ମେନ୍ ଇନ୍ ଗ୍ରୁପ୍ ଓହ୍ଲାଇବ । T-20 ବିଶ୍ଵକପ ପାଇଁ ଭରଷା ଯୋଗ୍ୟ ବୋଲର ଜସପ୍ରିତ ବୁମ୍ରା ଦଳକୁ ଫେରିଛନ୍ତି । ସେହିପରି ହର୍ଶଲ୍ ପଟେଲ, ୟୁଜବେନ୍ଦ୍ର ଚହଲ, ଦୀପକ ଘୋଡ଼ା, ଅକ୍ସର୍ ପଟେଲ ଓ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ବିଶ୍ଵକପ ଟିମରେ ସ୍ଥାନ ମିଳିଛି ।

ଗତ T-20 ବିଶ୍ଵକପ ଟିମରୁ 6 ଜଣ ବାଦ ପଡିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଇସାନ କିସାନ ମହମ୍ମଦ ସାମୀଙ୍କ ଭଳି ବଡ ଚେହେରା ରହିଛନ୍ତି । ସାମୀଙ୍କୁ ଷ୍ଟାଣ୍ଡବାଏ ଖେଳିବାକୁ ରଖାଯାଇଥିବା ବେଳେ ଯାଡେଜା ଆହତ କାରଣରୁ T-20 ବିଶ୍ଵକପ ଦଳରୁ ବାଦ ପଡିଛନ୍ତି । ତେବେ ଟିମ୍ ମ୍ୟାନେଜମେଣ୍ଟ ଅନୁଭଵୀ ଅଶ୍ଵିନୀଙ୍କ ଉପରେ ପୁଣିଥରେ ଭରଷା କରିଛି ।

T-20 ବିଶ୍ଵକପକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଏହାପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସହ ଟିମ୍ ଇଣ୍ଡିଆ ଟି ସିରିଜ୍ ଖେଳିବ । ଯାହା T-20 ବିଶ୍ଵକପ ପୂର୍ବରୁ ଭାରତ ପାଇଁ ବେସ ଫଳପ୍ରଦ ସାବ୍ୟସ୍ତ ହୋଇପାରେ ।

ଏହାଛଡା ଏସିଆ କପରେ ବିରାଟ କୋହଲି ଟିମକୁ ଫେରିବା ଟିମ୍ ଇଣ୍ଡିଆ ପାଇଁ ଶୁଭ ସଙ୍କେତ ଅଟେ । ଏସିଆ କପରେ ବିରାଟ ଦୁଇଟି ଅର୍ଦ୍ଧ ଶତକ ଓ ଗୋଟିଏ ଶତକ ହାସଲ କରିବାସହ ପୁଣିଥରେ ପୁରୁଣା ଲୟକୁ ଫେରିଛନ୍ତି । ତେଣୁ ଆଗାମୀ ବିଶ୍ଵକପରେ ଭାରତ ପାଇଁ କୋହଲି ସଙ୍କଟମୋଚକ ସାଜିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।

odia sambada
Comments (0)
Add Comment