ଖୁସି ଖବର : ଏବେ ବିଜେନସ୍ କରୁଥିବା ଲୋକମାନେ ମଧ୍ୟ ପାଇବେ ପେନସନ୍,ଇପିଏଫ୍ଓ କରୁଛି ନୂଆ ଯୋଜନା

ଭାରତରେ ପ୍ରାଇଭେଟ୍ ସଂସ୍ଥାର ସଂଖ୍ୟା ବହୁତ ବେଶୀ|ଏହି ପ୍ରାଇଭେଟ୍ ସଂସ୍ଥାର ଲୋକଙ୍କୁ କୈାଣସି ପ୍ରକାରର ସାମାଜିକ ସୁରକ୍ଷା ମିଳି ନଥାଏ|ଇପିଏଫ୍ଓ ମଧ୍ୟ ସେହି ଲୋକଙ୍କୁ ପେନସନ ଦେଇଥାଏ ଯେଉଁ ଲୋକଙ୍କ ଦଶ ବର୍ଷ ପର୍ଯ୍ୟନ୍ତ ପିଏଫ୍ କଟିଥାଏ|ଏମିତିରେ ଅନେକ ଲୋକ ପେନସନ ସୁବିଧାରୁ ବଞ୍ଚିତ ରହୁଛନ୍ତି|କିନ୍ତୁ ଏବେ ଇପିଏଫ୍ଓ ଏହି ସମସ୍ୟାର ସମାଧାନ କରିଛନ୍ତି|ନିକଟରେ ଇପିଏଫ୍ଓ ଏକ ନୂଆ ଯୋଜନା ବନାଇବା ପାଇଁ ମନ ବଳାଇଛି ଯାହା ଦ୍ଵାରା ସେହି ଲୋକମାନଙ୍କ ପେନସନ ଭୁକ୍ତ କରାଇହେଵ‌ ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ପେନସନ ମିଳିନାହିଁ|ଚାଲନ୍ତୁ ସେ ବିଷୟରେ ଜାଣିବା:

ଇପିଏଫ୍ଓ ଅନୁସାରେ ସମସ୍ତ ବେସରକାରୀ କର୍ମଚାରୀ ଓ ସ୍ବରୋଜଗାର କରୁଥିବା ଲୋକଙ୍କୁ ଇପିଏଫ୍ଓ ତାଲିକାରେ ଆଣିବା ପାଇଁ ଭବିଷ୍ୟନିଧି ସଂଗଠନ ଅଧିନିୟମ ୧୯୫୨ରେ ସଂଶୋଧନ କରିବାକୁ ହେବ|ବେସରକାରୀ କ୍ଷେତ୍ରରେ ମଧ୍ୟ ଲୋକମାନେ ସେଭିଂ ରିଟାୟାରମେଣ୍ଟ ସ୍କିମର ଲାଭ ପାଇ ପାରିବେ|ଏଥିପାଇଁ ଇପିଏଫ୍ଓ ବେତନ ଓ କର୍ମଚାରୀଙ୍କ ସୀମାକୁ ହଟାଇବାକୁ ମନସ୍ଥ କରିଛି|ଏହି ଅଧିନିୟମରେ ଯଦି କର୍ମଚାରୀଙ୍କ ସଂଖ୍ୟା ଓ ବେତନ ହଟାଇ ଦିଆଯିବ ତେବେ ବିଜନେସ କରୁଥିବା ଲୋକମାନଙ୍କୁ ମଧ୍ୟ ଲାଭ ମିଳି ପାରିବ|

ଇପିଏଫ୍ଓ ନିୟମ ଅନୁସାରେ ଇପିଏଫ୍ଓରେ ସେହି କମ୍ପାନୀ ବା ଫର୍ମ ର ରେଜିଷ୍ଟ୍ରେସନ ରହିଥାଏ ଯେଉଁଠି ଅତି କମରେ ୨୦ ଜଣ କର୍ମଚାରୀ କାମ କରନ୍ତି|ଖବର ମୁତାବକ ଏହି ନୂଆ ଯୋଜନା ପାଇଁ ଇପିଏଫ୍ଓ ସମସ୍ତ ହିତାଧିକାରୀ ସହ କଥାବାର୍ତ୍ତା କରୁଛି ଓ ରାଜ୍ୟ ସରକାରଙ୍କ ସହ ସମ୍ପର୍କ କରୁଛି|

ସୂଚନାଯୋଗ୍ୟ ଏପର୍ଯ୍ୟନ୍ତ ଇପିଏଫ୍ଓର ୫.୫ କୋଟି ସବସ୍କ୍ରାଇବର ଅଛନ୍ତି|ଇପିଏଫ୍ଓ ନିଜର ଲିଙ୍କ ଦ୍ଵାରା ପେନସନ ଓ ଭବିଷ୍ୟନିଧି ବିମା ଯୋଜନା ଦେଇଥାଏ|ଯଦି ଆକ୍ଟରେ ପରିବର୍ତ୍ତନ ହୁଏ ତେଵେ ଏଥିରେ ସବସ୍କ୍ରାଇବର ସଂଖ୍ୟା ବୃଦ୍ଧି ହେବ ଫଳରେ ଇପିଏଫ୍ଓର କୋଷ ବଢିଯିବ|

odia sambada
Comments (0)
Add Comment