Team India Squad : ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ପାଇଁ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ସ୍କ୍ବାଡରେ କିଏ କିଏ ଅଛନ୍ତି ?

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜ ପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା କରାଯାଇଛି। ବର୍ତ୍ତମାନ ସମୟରେ ସିରିଜ ପାଇଁ ମହମ୍ମଦ ଶାମି ଓ ଦୀପକ ଚହରଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି। ଜଣାଇଦେଉଛୁକି ଟି-୨୦ ବିଶ୍ଵକପ ୨୦୨୨ ପାଇଁ ମହମ୍ମଦ ଶାମି ଓ ଦୀପକ ଚହରଙ୍କୁ ମୁଖ୍ୟ ସ୍କ୍ବାଡରେ ସ୍ଥାନ ମିଳିନାହିଁ।

ଖାସ କଥା ହେଉଛିକି ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ପାଇଁ ଅର୍ଶଦୀପ ସିଂଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ସେହିପରି ଦକ୍ଷିଣ ଆଫ୍ରିକା ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଵାଡ଼ର ଅଂଶ ନାହାନ୍ତି। ବିସିସିଆଇ ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ ଓ ଭୁବନେଶ୍ବର କୁମାର ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ସିରିଜ ସମୟରେ କାଣ୍ଡିସନିଙ୍ଗ ସମ୍ବନ୍ଧିତ କାମ ପାଇଁ ଏନସିଏକୁ ରିପୋର୍ଟ କରିବେ, ଯେଉଁଥିପାଇଁ ଏହି ତିନିଜଣଙ୍କୁ ଗୋଟିଏ ଗୋଟିଏ ସିରିଜ ପାଇଁ ଆରାମ ମିଳିବ।

ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳ:-

ରୋହିତ ଶର୍ମା୯ଅଧିନାୟକ), କେଏଲ ରାହୁଲ(ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ(ୱିକେଟକିପର), ଦିନେଶ କାର୍ତ୍ତିକ(ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ଵିନୀ, ଯୁଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର, ଜସପ୍ରୀତ ବୁମରାହ

ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ:-

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ(ୱିକେଟକିପର), ଦିନେଶ କାର୍ତ୍ତିକ(ୱିକେଟକିପର), ଆର. ଅଶ୍ଵିନୀ, ଯୁଜୁବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର, ଜସପ୍ରୀତ ବୁମରାହ

ଏମିତି ରହିବ ଭାରତର ଘରୋଇ ସୂଚୀ:-

ଭାରତ ଅଷ୍ଟ୍ରେଲିଆ ସହିତ ମୋହାଲୀରେ ୨୦ ସେପ୍ଟେମ୍ବର, ନାଗପୁରରେ ୨୩ ସେପ୍ଟେମ୍ବର ଓ ହାଇଦ୍ରାବାଦରେ ୨୫ ସେପ୍ଟେମ୍ବରରେ ଟି-୨୦ ମୁକାବିଲା ଖେଳିବ। ତାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥିରୁଅନନ୍ତପୁରମରେ ୨୮ ସେପ୍ଟେମ୍ବରରେ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବ। ଗାନ୍ଧୀ ଜୟନ୍ତୀ ଅବସରରେ ଦ୍ଵିତୀୟ ୨ ଅକ୍ଟୋବର ଓ ଇନ୍ଦୋରରେ ୪ ଅକ୍ଟୋବରରେ ତୃତୀୟ ଓ ଶେଷ ଟି-୨୦ ମ୍ୟାଚ ଖେଳାଯିବ। ଭାରତ ଦକ୍ଷିଣ ଆଫ୍ରିକା ସହିତ ୩ଟି ଦିନକିଆ ମ୍ୟାଚ ଖେଳିବା, ଯାହାର ଘୋଷଣା ପରେ କରାଯିବ।

ଭାରତ ବନାମ ଅଷ୍ଟ୍ରେଲିଆ:-

ପ୍ରଥମ ଟି-୨୦ – ୨୦ ସେପ୍ଟେମ୍ବର(ମୋହାଲୀ)

ଦ୍ଵିତୀୟ ଟି-୨୦ – ୨୩ ସେପ୍ଟେମ୍ବର(ନାଗପୁର)

ତୃତୀୟ ଟି-୨୦ – ୨୫ ସେପ୍ଟେମ୍ବର(ହାଇଦ୍ରାବାଦ)

ଭାରତ ବନାମ ଦକ୍ଷିଣ ଆଫ୍ରିକା:-

ପ୍ରଥମ ଟି-୨୦ – ୨୮ ସେପ୍ଟେମ୍ବର(ଥିରୁଅନନ୍ତପୁରମ)

ଦ୍ଵିତୀୟ ଟି-୨୦ – ୨ ଅକ୍ଟୋବର(ଗୌହାଟୀ)

ତୃତୀୟ ଟି-୨୦ – ୪ ଅକ୍ଟୋବର(ଇନ୍ଦୋର)

ପ୍ରଥମ ଦିନକିଆ – ୬ ଅକ୍ଟୋବର(ଲକ୍ଷ୍ନୌ)

ଦ୍ଵିତୀୟ ଦିନକିଆ – ୯ ଅକ୍ଟୋବର(ରାଞ୍ଚୀ)

ତୃତୀୟ ଦିନକିଆ – ୧୧ ଅକ୍ଟୋବର(ଦିଲ୍ଲୀ)

odiasambada
Comments (0)
Add Comment