ବମ ପରି ବ୍ଲାଷ୍ଟ ହେଲା ରେଡମି ମୋବାଇଲର ବ୍ୟାଟେରୀ, ଘଟଣାସ୍ଥଳରେ ହେଲା ମହିଳାଙ୍କ ମୃତ୍ୟୁ, କମ୍ପାନୀ କହିଲା – ଯାଞ୍ଚ କରାଯାଉଛି…

ମୋବାଇଲ୍ ଫୋନ୍ ଆଜି ଆମ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି । ତେଣୁ ଲୋକମାନେ 24 ଘଣ୍ଟା ଏହି ଫୋନକୁ ନିଜ ପାଖରେ ରଖନ୍ତି । ମୋବାଇଲ୍ ବିନା ଗୋଟେ ମୁହୂର୍ତ୍ତ ରହିପାରନ୍ତି ନାହିଁ । ରାତିରେ ଶୋଇବା ସମୟରେ ମଧ୍ୟ ଏହାକୁ ପାଖରେ ରଖନ୍ତି । କିନ୍ତୁ ଏହି ଜିନିଷ ମାରାତ୍ମକ ମଧ୍ୟ ହୋଇପାରେ । ଅନେକଥର ମୋବାଇଲ୍ ଫୋନ୍ ଫାଟିବାର ମାମଲା ସାମ୍ନାକୁ ଆସିଛି । ଏଥିରେ ଲୋକମାନେ କେବଳ ଆହତ ହୁଅନ୍ତି ନାହିଁ ବରଂ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଏ । ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ତାଜା ମାମଲା କହିବାକୁ ଯାଉଛୁ ।

ଫୋନ୍ ବ୍ଲାଷ୍ଟ୍ ହେବା କାରଣରୁ ହେଲା ମହିଳାଙ୍କ ମୃତ୍ୟୁ :-

MD Talk YT ନାମକ ଜଣେ ୟୁଟ୍ୟୁବର ଅଛନ୍ତି । ସେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ସେୟାର କରି ଏହା ଦାବି କରିଛନ୍ତି ଯେ ତାଙ୍କର ଜଣେ ଆଣ୍ଟିଙ୍କର Redmi 6A Smartphone ବ୍ଲାଷ୍ଟ ହେବା କାରଣରୁ ମୃତ୍ୟୁ ହୋଇଯାଇଛି । ୟୁଟ୍ୟୁବରଙ୍କ ଅନୁଯାୟୀ, ତାଙ୍କ ଆଣ୍ଟି ଦିଲ୍ଲୀ ଏନସିଆରରେ ରହୁଥିଲେ । ଯେତେବେଳେ ଏହି ଦୁର୍ଘଟଣା ହେଲା, ସେତେବେଳେ ମୋବାଇଲ ତାଙ୍କ ପାଖରେ ଥିଲା । ୟୁଟ୍ୟୁବର ବ୍ଲାଷ୍ଟ ହୋଇଥିବା ଫୋନ୍ ସହ ବେଡରେ ରକ୍ତ ଜୁଡୁବୁଡୁ ତାଙ୍କ ଆଣ୍ଟିଙ୍କ ସ୍କ୍ରିନସଟ ମଧ୍ଯ ସେୟାର କରିଛନ୍ତି ।

ୟୁଟ୍ୟୁବର MD Talk YT ନିଜ ଟୁଇଟର ଆକାଉଣ୍ଟରେ ଏହି କଥିତ ବ୍ୟାଟେରୀ ବ୍ଲାଷ୍ଟର ଫଟୋ ସେୟାର କରି ଲେଖିଛନ୍ତି – କାଲି ମୋ ଆଣ୍ଟି ମୃତ ଅବସ୍ଥାରେ ମିଳିଲେ । ସେ Redmi 6A Smartphone ବ୍ୟବହାର କରୁଥିଲେ । ସେ ଶୋଇଥିଲେ ଏବଂ ସେ ଫୋନ୍ ତକିଆ ପାଖରେ ନିଜ ମୁହଁ ପାଖରେ ରଖିଥିଲେ । କିଛି ସମୟ ପରେ ଫୋନ୍ ବ୍ଲାଷ୍ଟ ହୋଇଗଲା । ଏହା ଆମ ପାଇଁ ବହୁତ୍ ଖରାପ୍ ସମୟ ଅଟେ । ଏହା ବ୍ରାଣ୍ଡର ଦାୟିତ୍ଵ ଯେ ସେ ଆମକୁ ସପୋର୍ଟ କରୁ ।

କମ୍ପାନୀ ଦେଲା ସଫେଇ :-

ଏହି ଟୁଇଟ ଭାଇରାଲ ହେବାପରେ କମ୍ପାନୀ ତରଫରୁ ଜବାବ ସାମ୍ନାକୁ ଆସିଲା । କମ୍ପାନୀ ଟୁଇଟ କରି ଲେଖିଛି ଯେ – ଆମେ ପ୍ରଭାବିତ ପରିବାର ସହ ଯୋଗାଯୋଗ କରିବା ଏବଂ ପରିସ୍ଥିତିକୁ ଯାଞ୍ଚ୍ କରିବା ଦିଗରେ କାମ କରୁଛୁ । ଶ୍ୟାଓମି ପାଇଁ ଇଣ୍ଡିଆ ଗ୍ରାହକଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମେ ଏପରି ଘଟଣାକୁ ଗୁରୁତ୍ବ ଦେଇଥାଉ । ଆମ ଟିମ୍ ପ୍ରଭାବିତ ପରିବାର ସହିତ ଯୋଗାଯୋଗ କରିବା ଏବଂ ଏହି ଘଟଣାର କାରଣକୁ ଜାଣିବାପାଇଁ ଚେଷ୍ଟା କରୁଛି ।

ଆପଣ ମଧ୍ୟ ସାବଧାନତା ଅବଲମ୍ବନ କରନ୍ତୁ :-

ଏହି ଘଟଣାରୁ ଆପଣ ମଧ୍ୟ କିଛି ଶିଖନ୍ତୁ ଏବଂ ଶୋଇବା ସମୟରେ ଫୋନ୍ ନିଜ ପାଖରେ ରଖନ୍ତୁ ନାହିଁ । ଏହାସହିତ ଡୁପ୍ଲିକେଟ, ବ୍ୟାଟେରୀ ବ୍ୟବହାର କରନ୍ତୁ ନାହିଁ । ଫୋନ୍ ଚାର୍ଜ ହେଉଥିବା ସମୟରେ ତାକୁ ବ୍ୟବହାର କରନ୍ତୁ ନାହିଁ । ଭଲ ବ୍ରାଣ୍ଡର ଫୋନ୍ ହିଁ ବ୍ୟବହାର କରନ୍ତୁ ।

odia sambada
Comments (0)
Add Comment