ଇଲେକ୍ଟ୍ରିକ ବାଇକ୍ ଚାର୍ଜ କରିବା ସମୟରେ ଶୋ ରୁମରେ ଲାଗିଲା ନିଆଁ, 6 ଜଣ ଲୋକଙ୍କର ମୃତ୍ୟୁ

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦରେ ଇଲେକ୍ଟ୍ରିକ ବାଇକ୍ ଶୋ ରୁମରେ ନିଆଁ ଲାଗିଗଲା । ଫାୟାର ବ୍ରିଗେଡର ଦୁଇଟି ଗାଡ଼ି ନିଆଁ ଲିଭାଇବାକୁ ସକ୍ଷମ ହୋଇଛନ୍ତି । ବିଳମ୍ବିତ ରାତିରେ ହୋଇଥିବା ଏହି ଘଟଣାରେ 6 ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ବାକି ଅନ୍ୟ ଲୋକମାନଙ୍କୁ ଉଦ୍ଧାର କରାଯାଇଛି ।

ହାଇଦ୍ରାବାଦର ନର୍ଥ ଜୋନର ଅପର ଡିସିପି କହିଛନ୍ତି ଯେ ସର୍ଟ ସର୍କିଟ କାରଣରୁ ସିକନ୍ଦରାବାଦରେ ପାସପୋର୍ଟ ଅଫିସ ପାଖରେ ଇଲେକ୍ଟ୍ରିକ ବାଇକ୍ ଶୋ ରୁମରେ ନିଆଁ ଲାଗିଗଲା । ଶୋରୁମ୍ ଉପରେ ଲଜ୍ ଅଛି, ସେଥିରେ ଅନେକ ଲୋକ ଫସି ରହିଥିଲେ । ବର୍ତ୍ତମାନ୍ ସୁଦ୍ଧା ଏହି ଘଟଣାରେ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଅପର ଡିସିପିଙ୍କ ଅନୁଯାୟୀ, ବର୍ତ୍ତମାନ ମଧ୍ୟ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ତାମିଲନାଡ଼ୁରେ ମଧ୍ୟ ହୋଇଥିଲା ଏପରି ଘଟଣା :-

ଏହାପୂର୍ବରୁ ଏପ୍ରିଲ ମାସରେ ତାମିଲନାଡ଼ୁରେ ଏହିପରି ଗୋଟିଏ ଘଟଣା ଘଟିଥିଲା । ଏଠାରେ ପୋରୁର- କୁନ୍ଦରାତୁର ସ୍ଥିତ ଶୋରୁମରେ ଜଣେ କଷ୍ଟମର ନିଜର ଇଲେକ୍ଟ୍ରିକ ବାଇକର ବ୍ୟାଟେରୀକୁ ଚାର୍ଜରେ ଲଗାଇଥିଲେ । ଏଥିରେ କିଛି ସମୟ ମଧ୍ୟରେ ନିଆଁ ଲାଗିଗଲା । ଏହି ଘଟଣାରେ 5ଟି ନୂଆଁ ଇଲେକ୍ଟ୍ରିକ ସ୍କୁଟର ଏବଂ ସର୍ଭିଶିଙ୍ଗ ପାଇଁ ଆସିଥିବା 12ଟି ପୁରୁଣା ଇଲେକ୍ଟ୍ରିକ ସ୍କୁଟର ଜଳି ଯାଇଥିଲା ।

ପାଉଁଶ ହୋଇଯାଇଥିଲା ପୁରା ଶୋ ରୁମ୍ :-

ନିଆଁ ଲାଗିବାପରେ ଶୋ ରୁମରୁ ଧୂଆଁ ଉଠିବାକୁ ଲାଗିଲା, ଯାହାକୁ ଦେଖି ଲୋକମାନେ ପୁରା ଡରିଗଲେ । ଏହି ଘଟଣା ପରେ ଅଞ୍ଚଳରେ ଲୋକମାନେ ଜମା ହୋଇଗଲେ, ଯାହା ଦ୍ଵାରା ଟ୍ରାଫିକ ଜାମ ପରି ପରିସ୍ଥିତି ସୃଷ୍ଟି ହୋଇଗଲା । ପରେ ପୋଲିସ ସାହାଯ୍ୟରେ ଭିଡକୁ ଖାଲି କରାଯାଇଥିଲା । ତେବେ ଭଲ କଥା ଏହା ଥିଲା ଯେ ନିଆଁ ଲାଗିବାର ଏହି ଘଟଣାରେ କୌଣସି ମଣିଷର କ୍ଷତି ହୋଇନାହିଁ । ସ୍ଥାନୀୟ ଲୋକଙ୍କ ଦ୍ୱାରା ନିଆଁକୁ କଣ୍ଟ୍ରୋଲ କରାଯାଇଥିଲା, କିନ୍ତୁ ତା ପୂର୍ବରୁ ହିଁ ପୁରା ଶୋ ରୁମ୍ ଜଳି ପାଉଁଶ ହୋଇ ସାରିଥିଲା ।

odia sambada
Comments (0)
Add Comment