ବାପା ଗାଳି କରିବା ବହୁତ୍ କମନ୍ କଥା ହୋଇଥାଏ । କିନ୍ତୁ ଆଜିକାଲିର କିଛି ଯୁବପିଢୀଙ୍କୁ ଏହା ଏତେ ଖରାପ୍ ଲାଗେ ଯେ ସେମାନେ ବହୁତ୍ ବଡ ପଦକ୍ଷେପ ନେଇଯାଆନ୍ତି । ବର୍ତ୍ତମାନ୍ ଫେମସ ୟୁଟ୍ୟୁବର କାବ୍ୟା ଯାଦବଙ୍କୁ ହିଁ ଦେଖିନିଅନ୍ତୁ । ମହାରାଷ୍ଟ୍ରର ଔରଙ୍ଗାବାଦର ବାସିନ୍ଦା କାବ୍ୟାଙ୍କ YouTube ରେ ‘Bindass Kavya’ ନାମକ ଏକ ଚ୍ୟାନେଲ ଅଛି । ଏଠାରେ ତାଙ୍କର 44 ଲକ୍ଷ ଫୋଲୋର୍ସ ଅଛନ୍ତି ।
ବାପା ଗାଳି କରିବାରୁ ରାଗିଯାଇ ଘରୁ ପଳାଇଲେ କାବ୍ୟା :-
16 ବର୍ଷୀୟ କାବ୍ୟା YouTube ରେ ଗେମିଙ୍ଗ, ଲାଇଫଷ୍ଟାଇଲ ଏବଂ ବ୍ଲଗ ସହ ସମ୍ବନ୍ଧିତ ଭିଡିଓ ତିଆରି କରନ୍ତି । ସେପ୍ଟେମ୍ବର 9 ତାରିଖରେ ସେ ଅଚାନକ ଘରୁ ଗାଏବ ହୋଇଯାଇଥିଲେ । ତାଙ୍କ ବାପା କୌଣସି କଥାକୁ ନେଇ ତାଙ୍କୁ ଗାଳି କରିଥିଲେ । ଏ କଥାରେ ରାଗିଯାଇ ସେ ଘରଛାଡି କୁଆଡେ ଚାଲିଯାଇଥିଲେ । ଏହାପରେ କାବ୍ୟାଙ୍କ ବାପାମାଆ ବହୁତ୍ ଟେନସନ୍ ହୋଇଯାଇଥିଲେ ।
କାବ୍ୟାଙ୍କ ବାପାମାଆ ସେପ୍ଟେମ୍ବର 10 ତାରିଖରେ କାବ୍ୟାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ସେ ନିଖୋଜ ଥିବାର ସୂଚନା ଦେଇଥିଲେ । ସେମାନେ ଲେଖିଥିଲେ – ଆମ ଝିଅ ସେପ୍ଟେମ୍ବର 9 ତାରିଖ ଅପରାହ୍ନ 2 ଟା ସମୟରୁ ଗାଏବ ଅଛି । ପୋଲିସ ମଧ୍ୟ ତାକୁ ଖୋଜିବାରେ ଅସମର୍ଥ । ଦୟାକରି ସାହାଯ୍ୟ କରନ୍ତୁ । ଯେପରି ବିଳମ୍ବ ନ ହେଇଯାଉ ।
ଘରଠାରୁ 500KM ଦୂରରେ ଏହି ଅବସ୍ଥାରେ ମିଳିଲେ :-
ଏହି ଘଟଣାର କିଛି ଦିନ ପରେ କାବ୍ୟା ମଧ୍ୟପ୍ରଦେଶର ନର୍ମଦାପୁରମ୍ ଜିଲ୍ଲାର ଇଟାରସି ରେଲୱେ ଜଙ୍କସନରେ ଜିପିଆରର ଟିମକୁ ମିଳିଗଲେ । ଏହି ସ୍ଥାନ କାବ୍ୟାଙ୍କ ଘରଠାରୁ ପ୍ରାୟ 500 କିଲୋମିଟର୍ ଦୂରରେ ଅଟେ । ବାସ୍ତବରେ ଜିପିଆରର ଟିମ କାବ୍ୟାଙ୍କ ଫଟୋଗ୍ରାଫ ନେଇ ତାଙ୍କୁ ଖୋଜୁଥିଲେ । ତାଙ୍କୁ ସୂଚନା ମିଳିଥିଲା ଯେ ଭୂସାବଳ ଆଡ଼କୁ ଯାଉଥିବା ଖୁସିନଗର ଏକ୍ସପ୍ରେସ ଟ୍ରେନରେ କାବ୍ୟା ଥାଇପାରନ୍ତି । ତାଙ୍କ ସୂଚନା ଠିକ୍ ବୋଲି ପ୍ରମାଣିତ ହେଲା । ସେ ତାଙ୍କୁ ସ୍ଲିପର୍ କୋଚରେ ମିଳିଲେ ।
ଜିପିଆରର ଟିମ କାବ୍ୟା ମିଳିବା ମାତ୍ରେ ହିଁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଲେ । ପରିବାର ତୁରନ୍ତ ଝିଅକୁ ନେବାପାଇଁ ଇଟାରସି ଆସିଲେ । ଯେତେବେଳେ ସେମାନେ ଝିଅକୁ ଦେଖିଲେ, ସେତେବେଳେ ତାଙ୍କ ବାପାମା ଫେସବୁକରେ ଏହାର ଲାଇଭ ଭିଡିଓ ମଧ୍ୟ କରିଥିଲେ । ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିଲେ । ବାପାମାଆଙ୍କୁ ଦେଖି କାବ୍ୟା ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ । ଏହା ବହୁତ୍ ଭାବପ୍ରବଣ ଦୃଶ୍ୟ ଥିଲା ।
ଏହା ବଡ ଦୁଃଖର ବିଷୟ ଯେ ଆଜିକାଲିର ପିଲାମାନେ ବାପାମାଆଙ୍କ ଛୋଟ ଛୋଟ ଗାଳିକୁ ସହି ପାରୁନାହାଁନ୍ତି । ରାଗରେ ନିଜର ବୁଦ୍ଧି ହରାଇ ବସନ୍ତି । ଭୁଲ ପଦକ୍ଷେପ ନେଇଯାଆନ୍ତି । ଭାଗ୍ୟ ଭଲ ଥିଲା ଯେ କାବ୍ୟା ଭଲରେ ମିଳିଗଲେ । ନଚେତ୍ ଜଣେ ନାବାଳିକା ଝିଅ ସହ ରାସ୍ତାରେ କିଛି ବି ହୋଇପାରିଥାଆନ୍ତା ।