ଯୁବକଙ୍କ ପ୍ରାଇଭେଟ୍ ପାର୍ଟ ଉପରେ ଆଟାକ କଲା କୁକୁର,ଆଉ କାମୁଡ଼ିକି ସମ୍ପୂର୍ଣ୍ଣ ପରିଶ୍ରାନଳୀ କରିଦେଲା ନଷ୍ଟ,ଜାଣନ୍ତୁ ପୁରା ଘଟଣା

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ଥ ବନ୍ଧୁ ବୋଲି କୁହାଯାଏ । ମାଲିକର ସୁଖ ଓ ଦୁଃଖରେ ସାଥି ହୋଇଥାଏ କୁକୁର । କୁକୁର ଓ ମଣିଷ ମଧ୍ୟରେ ଏକ ନିସ୍ୱାର୍ଥପର ବନ୍ଧୁତ୍ୱ ଗଢିଉଠେ । କିନ୍ତୁ କେବେ କେବେ ସେହି ପୋଷା କୁକୁର ମଧ୍ୟ ଭୟାନକ ପାଲଟି ଯାଇଥାଏ । ପ୍ରାୟତଃ ଗୃହପାଳିତ କୁକୁର କାମୁଡ଼ିବାର ଅନେକ ଖବର ଦେଶର ଅନେକ ସ୍ଥାନରୁ ଆସିଥାଏ।ଏହି କ୍ରମରେ ଲକ୍ଷ୍ନୌର କୃଷ୍ଣନଗର ପୋଲିସ ଷ୍ଟେସନ ଅଞ୍ଚଳରୁ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକଙ୍କୁ ପଡୋଶୀଙ୍କ ପୋଷା କୁକୁର ଅତି ଖରାପ ଭାବରେ ଆଘାତ ପହଞ୍ଚାଇଥିଲା ।

ଏହି ସମୟରେ କୁକୁରଟି ପୀଡିତଙ୍କ ପ୍ରାଇଭେଟ୍ ପାର୍ଟକୁ ମଧ୍ୟ କାମୁଡ଼ି ଦେଇଥିଲା । ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ପାଇଁ କେଜିଏମୟୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରୁ ଡିସଚାର୍ଜ ହେବା ପରେ ତାପର ଦିନ ପୀଡିତ ପୋଲିସ ଷ୍ଟେସନକୁ ଯାଇ ଏଫଆଇଆର ଦାଖଲ କରିଥିଲେ । ତା ପରେ ଯାଇ ଏହି ଘଟଣା ସାମ୍ନାକୁ ଆସିଥିଲା । ତେବେ ଏଭଳି ସମ୍ବେଦନଶୀଳ ଘଟଣାଟି ସେପ୍ଟେମ୍ବର ୩ ତାରିଖରେ ରାତି ପ୍ରାୟ ୧୦.୩୦ ସମୟରେ ଘଟିଥିଲା । କୃଷ୍ଣନଗର ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଲକ୍ଷ୍ନୌର ପ୍ରେମନଗର ନିବାସୀ ଯୁବକ ସାଙ୍କଲପ ନିଗମଙ୍କ ପ୍ରାଇଭେଟ୍ ପାର୍ଟକୁ ଏକ ପୋଷା କୁକୁର ଆକ୍ରମଣ କରିଥିଲା।

ଏହା ପରେ ପୀଡିତ ସଙ୍କଲପ ନିଗମଙ୍କୁ ଡାକ୍ତରଖାନାରେ ଚିକିତ୍ସା କରିବାକୁ ପଡିଥିଲା । ତେବେ ସୂଚନା ମୁତାବକ କୁକୁର ଆକ୍ରମଣରେ ପୀଡିତର ମୂତ୍ରନଳୀ ସମ୍ପୂର୍ଣ ଭାବରେ ନଷ୍ଟ ହୋଇ ଯାଇଥିଲା ଏବଂ ତାଙ୍କୁ ଦୁଇ ଦିନ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା । ପୀଡିତ ଯୁବକ ତାଙ୍କ ଏଫ୍-ଆଇ-ଆରରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ସେପ୍ଟେମ୍ବର ୩ ତାରିଖ ରାତିରେ ସ୍ଥାନୀୟ ଅଞ୍ଚଳରେ ଗୋଟେ ଜାଗରଣ କାର୍ଯ୍ୟକ୍ରମ ପରେ ଚାଲି ଚାଲି ଘରକୁ ଫେରୁଥିଲେ । ସେହି ସମୟରେ ଶଙ୍କର ନାମକ ଜଣେ ବ୍ୟକ୍ତି ରାସ୍ତାରେ ଶିବ ମନ୍ଦିର ନିକଟରେ କୁକୁର ବୁଲାଉଥିଲେ ।

ସେ ମନ୍ଦିର ସମ୍ମୁଖରେ ପହଞ୍ଚିବା ମାତ୍ରେ କୁକୁରଟି ତାଙ୍କୁ ହଠାତ୍ ଆକ୍ରମଣ କରିଥିଲା । ବଞ୍ଚାଇବାକୁ ପାଟି ଚିତ୍କାର କଲେ ଓ କୁକୁରର ମାଲିକ ଶଙ୍କରଙ୍କଠାରୁ ସାହାଯ୍ୟ ବି ମାଗିଥିଲେ । କିନ୍ତୁ ଶଙ୍କର ସେଠାରେ ଉପସ୍ଥିତ ଥାଇ ମଧ୍ୟ ନିଜ କୁକୁରକୁ ହଟାଇବାକୁ ଚେଷ୍ଟା କରିନଥିଲେ । ସେ କୌଣସି ପ୍ରକାରେ ନିଜକୁ କୁକୁରର କବଳରୁ ମୁକ୍ତ କରି ସେଠାରୁ ଦୌଡ଼ି ପଳାଇଲେ । ଆଉ ଏବେ ଯୁବକ ଜଣକ ଉକ୍ତ କୁକୁରର ମାଲିକଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି ।

odia sambada
Comments (0)
Add Comment