ଦେଖନ୍ତୁ ପ୍ରେମର ଶକ୍ତି : ନଦୀ ହୋଇଗଲା ସଡକ,ତଥାପି ବି ଅଟକିଲେ ନାହିଁ ପ୍ରେମୀଯୁଗଳ, ବାଇକରେ ପାଣିକୁ କାଟି ଆଗକୁ ବଢିଚାଲିଲେ,ଦେଖନ୍ତୁ ଭିଡ଼ିଓ

ବେଙ୍ଗାଲୁରୁରେ ବର୍ତ୍ତମାନ ସମୟରେ ବନ୍ୟା ହୋଇଛି। ବହୁତ ବର୍ଷା ଓ ପାଣି ଜମା ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନରୁ ଯିବା କଷ୍ଟ ହୋଇଯାଇଛି। ସଡକ ନଦୀରେ ପରିବର୍ତ୍ତନ ହୋଇଯାଇଛି। କିଛି ଲୋକ ଟ୍ରାକ୍ଟର ଓ ବୁଲଡଜରରେ ଅଫିସ ଯାଉଥିବାର ନଜର ମଧ୍ୟ ଆସୁଛି। ଇତି ମଧ୍ୟରେ ପାଣିର ଲହରକୁ ବାଇକ ଚିରି ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

ନଦୀ ହୋଇଯାଇଛି ସଡକରେ ବାଇକରେ ପ୍ରେମୀଯୁଗଳ ଯାଉଥିବାର ଦେଖାଗଲେ:-

View this post on Instagram

A post shared by memes comedy (@ghantaa)

କୁହାଯାଏକି ପ୍ରେମରେ ବଡ ଶକ୍ତି ଅଛି। ଏହି ଶକ୍ତିର ସତେଜ ଉଦାହରଣ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଇପାରିବକି ପୁଅ ଓ ଝିଅ ଏକ ବୟକରେ ବସି ନଦୀ ହୋଇଯାଇଥିବା ସଡକରେ ଯାଉଛନ୍ତି। ସାମାନ୍ୟତଃ ଏତେ ଅଧିକ ପାଣିରେ କାର ଚଳାଇବାକୁ ମଧ୍ୟ କଷ୍ଟ ହୁଏ। କିନ୍ତୁ ଏହି ପ୍ରେମୀଯୁଗଳ ନିଜର ବାଇକରେ ବଡ ସହଜରେ ପାଣିକୁ ଚିରି ଆଗକୁ ବଢୁଛନ୍ତି। ତାଙ୍କର ବାଇକ ଭଲ ଭାବରେ ସଡକରେ ଚାଲୁଅଛି। ଆମକୁ କେବଳ ବାଇକର ଉପର ଅଂଶ ଦେଖାଯାଉଥିଲା।

ଲୋକଙ୍କ କହିବା ଅନୁସାରେ ପ୍ରେମର ଶକ୍ତି ଅଛି ଯାହା ଫଳରେ ବାଇକ ଏତେ ପାଣିରେ ତୀବ୍ର ଭାବରେ ଆଗକୁ ବଢୁଅଛି। କିଛି ଲୋକ କହିଲେକି ଏହା ଜରୁରୀ ନୁହେଁକି ପୁଅ ଓ ଝିଅ ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡ ହୋଇଥିବେ। କୌଣସି ପୁଅ ନିଜର ପରିବାରର କୌଣସି ସଦସ୍ୟ ଯେମିତି ଭଉଣୀଙ୍କୁ ଛାଡିବାକୁ ଯାଇପାରେ। ଜଣେ ୟୁଜର ପଏଣ୍ଟ ଆଉଟ କରିଲେ ଝିଅ ପୁଅକୁ ବହୁତ ଜାକି ହୋଇ ବସିନାହାନ୍ତି। ସେଥିପାଇଁ ବୋଧେ ଏ ଦୁହେଁ ପ୍ରେମୀଯୁଗଳ ନୁହନ୍ତି।

ଏହି ଭିଡିଓ ବେଙ୍ଗାଲୁରୁର ବୋଲି ସ୍ପଷ୍ଟ ହୋଇନାହିଁ। କିନ୍ତୁ ସୋସିଆଲ ମିଡିଆରେ ଏହାକୁ ବେଙ୍ଗାଲୁରୁ ବୋଲି କହି ସେୟାର କରାଯାଉଛି। ଲୋକ ଏହି ଭିଡିଓକୁ ଦେଖି ବହୁତ ମଜା ନେଉଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡିଓକୁ ଦେଖିନିଅନ୍ତୁ।

ଦେଖନ୍ତୁ ଭିଡିଓ:-

ଏଠାରେ ଲୋକ ଏତେ ବନ୍ୟା ସତ୍ବେ କାମକୁ ଯାଉଛନ୍ତି। କିନ୍ତୁ ଯିବା ପାଇଁ ଟ୍ରାକ୍ଟର ଓ ବୁଲଡଜର ପରି ବଡ ବାହାନର ବ୍ୟବହାର କରୁଛନ୍ତି। ସେହିପରି ଦ୍ଵିତୀୟ ଭିଡିଓରେ ଦେଖାଯାଇପାରିବକି ଜଣେ ବ୍ୟକ୍ତିଙ୍କ ଘରେ ପାଣି ଭରିଯିବାରୁ ସେଥିରେ ସ୍ଵୀମିଂ ପୁଲ ପରି ପହଂରୁଛନ୍ତି।

odia sambada
Comments (0)
Add Comment