SBI Loan Without Guarantee: ସୋସିଆଲ ମିଡ଼ିଆରେ ଦିନକୁ ଦିନ ୟୁଜର ବଢିବା ମଧ୍ୟରେ ଅନେକଥର ଭୁଲ ଖବର ଭାଇରାଲ ହୋଇଯାଏ । ଏହି କାରଣରୁ ଲୋକମାନେ ଅନେକଥର ଠକାମୀର ଶିକାର ମଧ୍ୟ ହୋଇଥାନ୍ତି । ତେଣୁ ଯେକୌଣସି ଯୋଜନାରେ ପଇସା ଲଗାଇବା କିମ୍ବା ଫର୍ମ ପୂରଣ କରିବା ପୂର୍ବରୁ ଜରୁରୀ ଅଟେ ଯେ ଆପଣ ସେ ବିଷୟରେ ସଠିକ୍ ଭାବେ ଜାଣନ୍ତୁ ଏବଂ ବୁଝନ୍ତୁ । ଆଜିକାଲି ଅନେକ ୟୁଟ୍ୟୁବ ଚ୍ୟାନେଲରେ ସରକାରଙ୍କ ତରଫରୁ ଚଲାଯାଉଥିବା ଯୋଜନା ବିଷୟରେ ଦାବି କରାଯାଉଅଛି ।
ପ୍ରତିମାସରେ ଝିଅମାନଙ୍କୁ ମିଳୁଛି 2500 ଟଙ୍କା :-
ଅନେକ ୟୁଟ୍ୟୁବ ଚ୍ୟାନେଲ ତରଫରୁ ଦାବି କରାଯାଉଛି ଯେ କେନ୍ଦ୍ର ସରକାରଙ୍କ ତରଫରୁ ଚଲାଯାଉଥିବା ‘ ପ୍ରଧାନମନ୍ତ୍ରୀ କନ୍ୟା ସମ୍ମାନ ଯୋଜନା’ ରେ ପ୍ରତିମାସରେ ଝିଅମାନଙ୍କୁ 2500 ଟଙ୍କା ଦିଆଯାଉଛି । ଏହି ପଇସା ସିଧା ଝିଅର ଆକାଉଣ୍ଟରେ ପହଞ୍ଚୁଛି । ଏହାବ୍ୟତୀତ ୟୁଟ୍ୟୁବ ଚ୍ୟାନେଲରେ ଏହା ମଧ୍ୟ ଦାବି କରାଯାଇଛି ଯେ ‘ ମହିଳା ସ୍ୱରୋଜଗାର ଯୋଜନା ‘ ଅଧୀନରେ ସମସ୍ତ ମହିଳାଙ୍କ ଖାତାରେ ସରକାର ଏକ ଲକ୍ଷ ଟଙ୍କାର ରାଶି ଟ୍ରାନ୍ସଫର କରୁଛନ୍ତି । ଏହାଦ୍ବାରା ମହିଳାମାନେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ ।
ବିନା ଗ୍ୟାରେଣ୍ଟି ଏବଂ ବିନା ସୁଧରେ 25 ଲକ୍ଷ ଟଙ୍କାର ଲୋନ :-
ଦେଶରେ ସବୁ ମହିଳାଙ୍କୁ ସରକାରଙ୍କ ‘ ନାରୀ ଶକ୍ତି ଯୋଜନା ‘ ଅଧୀନରେ SBI ବିନା ଗ୍ୟାରେଣ୍ଟି ଏବଂ ବିନା ସୁଧରେ 25 ଲକ୍ଷ ଟଙ୍କାର ଲୋନ ଦେଉଛି । ଏହି ଭାଇରାଲ ମେସେଜରେ ଏହା ମଧ୍ୟ ଦାବି କରାଯାଉଛି ଯେ ଏହି ଯୋଜନା ସାରା ଭାରତର ମହିଳାମାନଙ୍କ ପାଇଁ ଅଟେ ।
PIB ଏପରି ସମସ୍ତ ଯୋଜନାକୁ ଫର୍ଜି ବୋଲି କହିଛି :-
ପିଆଇବି ଫ୍ୟାକ୍ଟ ଚେକ୍ ଏହି ଭିଡିଓ ଖୋଜିବା ପରେ ଏକ ଭିଡିଓ ଜାରି କରି ଏହି ସମସ୍ତ ଯୋଜନାକୁ ଫର୍ଜି ବୋଲି କହିଛି । ପିଆଇବି ତରଫରୁ କରାଯାଇଥିବା ଟୁଇଟରେ କୁହାଯାଇଛି ଯେ କିଛି ୟୁଟ୍ୟୁବ ଚ୍ୟାନେଲରେ ବିଭିନ୍ନ ସରକାରୀ ଯୋଜନା ସହ ଜଡ଼ିତ ସୂଚନା ଦିଆଯାଉଛି, ଯାହାକି ବାସ୍ତବରେ ଏହା ବିଲକୁଲ ନୁହେଁ । ଠକମାନଙ୍କ ତରଫରୁ ଭୁଲ ଭାବନା ସହ ପ୍ରସ୍ତୁତ କରାଯାଇଥିବା ଏପରି ଜିନିଷକୁ ବିଶ୍ୱାସ କରନ୍ତୁ ନାହିଁ ।
ପିଆଇବି ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ଆପଣ କେବେ ବି ନିଜ ବ୍ୟକ୍ତିଗତ ସୂଚନା ଏହି ଭିଡ଼ିଓରେ କୁହାଯାଇଥିବା ୱେବସାଇଟରେ ସେୟାର କରନ୍ତୁ ନାହିଁ । ସାଇବର କ୍ରାଇମରେ ଲିପ୍ତ ଲୋକମାନେ ଆପଣଙ୍କ ବ୍ୟକ୍ତିଗତ ସୂଚନାର ଭୁଲ ବ୍ୟବହାର କରିପାରନ୍ତି ।