ନିରୀହ ପିଲାମାନଙ୍କ ଦ୍ଵାରା ପ୍ରିନ୍ସିପାଲ୍ ସଫା କରାଇଲା ସ୍କୁଲର ଟୟଲେଟ, ଲୁଚିକି ତିଆରି କରାଯାଇଥିବା ଭିଡିଓ ହେଲା ଭାଇରାଲ

ବିଦ୍ୟାଳୟ ଏପରି ଏକ ସ୍ଥାନ ଅଟେ, ଯେଉଁଠାରେ ଜଣେ ଛାତ୍ର ଶିକ୍ଷା ସହିତ ଆହୁରି ଅନେକ ଜିନିଷ ଶିଖିଥାଏ । ବିଦ୍ୟାଳୟକୁ ଜ୍ଞାନର ମନ୍ଦିର ବୋଲି କୁହାଯାଏ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅନେକ ବିଷୟ ଉପରେ ଶିକ୍ଷା ଗ୍ରହଣ କରନ୍ତି । ଶିକ୍ଷକମାନେ ନିଜ ଜ୍ଞାନକୁ ଛାତ୍ରମାନଙ୍କୁ ଦେଇ ସଫଳତାର ସଠିକ୍ ମାର୍ଗ ଦେଖାନ୍ତି । ଏହାସହିତ ବାପାମାଆମାନେ ମଧ୍ୟ ଚାହାଁନ୍ତି ଯେ ସେମାନଙ୍କ ପିଲା ଭଲ ପାଠ ପଢି ଜୀବନରେ ଜଣେ ସଫଳ ବ୍ୟକ୍ତି ହେଉ, ତେଣୁ ପ୍ରତ୍ୟେକ ବାପାମାଆ ନିଜ ପିଲାମାନଙ୍କୁ ସର୍ବୋତ୍ତମ ଶିକ୍ଷା ଦେବା ପାଇଁ ବିଦ୍ୟାଳୟକୁ ପଠାଇଥାନ୍ତି ।

ସେହିପରି ସେତେବେଳେ କଣ ହେବ, ଯେତେବେଳେ ଯଦି କୌଣସି ବିଦ୍ୟାଳୟରେ ପିଲାମାନଙ୍କ ଦ୍ବାରା ସ୍କୁଲର ଟୟଲେଟ ସଫା କରାଯାଏ ? ଆଜ୍ଞା ହଁ, ଆମେ ଏହା ଏଥିପାଇଁ କହୁଛୁ କାରଣ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ସ୍କୁଲର ପ୍ରିନ୍ସିପାଲ ପ୍ରାଇମେରୀ ସ୍କୁଲର ପିଲାମାନଙ୍କ ଦ୍ଵାରା ଟୟଲେଟ ସଫା କରାଇଲେ । ଏହାର ଭିଡିଓ ସୋସିଆଲ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଯେହେତୁ ଆମେ ସମସ୍ତେ ଜାଣିଛନ୍ତି ଯେ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ମାମଲା ଭାଇରାଲ୍ ହୋଇଥାଏ । ଏଥିମଧ୍ୟରୁ ଏପରି କିଛି ମାମଲା ଥାଏ, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିଛି ଘଟଣାକୁ ଦେଖିବା ପରେ ମଧ୍ୟ ବିଶ୍ୱାସ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଏ । ଏହାମଧ୍ୟରେ ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦେଖିବା ପରେ ସମସ୍ତେ ଭୟଭୀତ ଅଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ସ୍କୁଲ ଟୟଲେଟକୁ ଛୋଟ ପିଲାମାନେ ସଫା କରୁଛନ୍ତି । ବର୍ତ୍ତମାନ ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି ।

ସ୍କୁଲରେ ପାଠ ପଢୁଥିବା ଛାତ୍ରମାନଙ୍କ ଦ୍ଵାରା କରାଗଲା ଟୟଲେଟ ସଫା :-

ଆପଣଙ୍କୁ କହିରଖୁଚୁ ଯେ ଉତ୍ତରପ୍ରଦେଶର ବଳୀୟାରୁ ଗୋଟିଏ ବହୁତ୍ ଚିନ୍ତାଜନକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରାଥମିକ ସ୍କୁଲର ପିଲାମାନଙ୍କୁ ନିଜ ସ୍କୁଲର ବାଥରୁମକୁ ସଫା କରିବାପାଇଁ ବାଧ୍ୟ କରାଯାଉଛି । ଏକ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ଟୟଲେଟ ସଫା କରିବାପାଇଁ କୁହାଯାଉଥିବା ଏକ ଫଟୋ ଗୁରୁବାର ଦିନ ସାମ୍ନାକୁ ଆସିଛି, ଯାହା ପରେ ଉତ୍ତରପ୍ରଦେଶର ବଳୀୟାରେ ପ୍ରାଥମିକ ଶିକ୍ଷା ଅଧିକାରୀ ଘୋଷଣା କରିଛନ୍ତି ଯେ ସେ ଏକ ଯାଞ୍ଚ୍ ଆରମ୍ଭ କରିଛନ୍ତି ।

ସାମ୍ନାକୁ ଆସିଥିବା ଭିଡ଼ିଓରେ ଦେଖାଯାଇପାରେ ଯେ ପିଲାମାନେ ଶୌଚାଳୟ ସଫା କରୁଛନ୍ତି ଏବଂ ଜଣେ ବ୍ୟକ୍ତି ସେମାନଙ୍କୁ ପାଟି କରୁଛନ୍ତି । ଛାତ୍ରମାନେ ବାଥରୁମକୁ ଭଲଭାବେ ସଫା ନ କରିବାରୁ ତାକୁ ବନ୍ଦ୍ କରାଇବା ପାଇଁ ଧମକ ଦେଉଛନ୍ତି । ବେସିକ ଶିକ୍ଷା ଅଧିକାରୀ ମଣିରାମ ସିଂହଙ୍କ ଦ୍ବାରା ଏହା କୁହାଯାଇଛି ଯେ ଏହି ଭିଡିଓ ବୁଧବାର ଦିନ ଭାଇରାଲ୍ ହୋଇଛି । ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

odia sambada
Comments (0)
Add Comment