୪୦୦ ରୁ ଉର୍ଦ୍ଧ୍ବ ଯାଆଁଳା ଛୁଆ,ଘରେ କୈାଣସି ପ୍ରକାରର ବି କବାଟ ନାହିଁ, ଦେଖନ୍ତୁ ଭାରତର ସବୁଠାରୁ ବିଚିତ୍ର ଗାଆଁ

ଭାରତରେ ଏମିତି ବହୁ ଗାଁ ରହିଛି|କିନ୍ତୁ ଆଜି ମୁଁ ଆପଣଙ୍କୁ ଏଭଳି କିଛି ଅଦ୍ଭୁତ ଓ ଅଜବ ଗାଁ ସମ୍ପର୍କରେ ବତାଇବାକୁ ଯାଉଛି|ପ୍ରତି ଗାଁର ଏକ ଖାସ ବିଶେଷତା ରହିଛି|ଏଠାରେ ୪୦୦ ରୁ ଉର୍ଦ୍ଧ୍ବ ଯାଆଁଳା ଛୁଆ ରହିଛନ୍ତି ଓ ଗାଁର କୈାଣସି ଘରେ କବାଟ ନାହିଁ|ଚାଲନ୍ତୁ ଜାଣିବା:

ଆମ ମଧ୍ୟରୁ କିଛି ଲୋକ ଯାଆଁଳା ଛୁଆ ଦେଖିବା ପାଇଁ ଚାହାଁନ୍ତି|ଘରୁ ବାହାରିବା ମାତ୍ରେ ଏଠାରେ ଯାଆଁଳା ଛୁଆ ଦେଖାଯାଏ|କେରଳର ମଲ୍ଲାପୁରମ ଜିଲ୍ଲାର କୋଡିହ୍ନି ଗାଁ “ଟୁଇନ ଟାଉନ ଭାବେ ପରିଚିତ”|ଏଠାରେ ଯାଆଁଳା ଛୁଆ ଜନ୍ମ ହେବା ଦର ବୋଧହୁଏ ସର୍ବାଧିକ|ଗାର ଜନସଂଖ୍ୟା ୨୦୦୦ ରୁ ଉର୍ଦ୍ଧ୍ବ|ଏଠାରେ ଯାଆଁଳା ଛୁଆ ୪୦୦+|ଏହି ଗାଁ କେରଳର କୋଚି ଠାରୁ ପାଖାପାଖି ୧୫୦ କିମି ଦୂରରେ ଅବସ୍ଥିତ|ମୁସଲମାନ ବହୁଳ ଏହି ଗାଁରେ ଅବିକଳ ନକଲ ବହୁ ମୁହଁ ଦେଖାଯାଏ|

ଏହି ଗାଁରେ ନାହିଁ ଗୋଟିଏ ବି କବାଟ:

ଯେତେବେଳେ କିଏ ଘର ବନାଏ ପ୍ରଥମେ କବାଟ ବନାଏ|ଏହାସହ କିଛି ଲୋକ ଲକ ସିଷ୍ଟମ୍ ବି ଲଗାନ୍ତି|କିନ୍ତୁ ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ନେବାସା ବ୍ଲକ ଅନ୍ତର୍ଗତ “ଶନି ସିଙ୍ଗଣାପୁର” ଗାଁର କୈାଣସି ଘରେ ଗୋଟିଏ କବାଟ ନାହିଁ|ଏଠାରେ ଶନିଙ୍କ ୫ ଫୁଟ ମୂର୍ତ୍ତି ରହିଛି|କୁହାଯାଏ ଶନିଦେବ ରକ୍ଷା କରନ୍ତି|

କୁହାଯାଏ ୩୦୦ ବର୍ଷ ପୂର୍ବେ ଜୋର ବର୍ଷାରେ ଗାଁ ଲୋକଙ୍କୁ ଓଜନିଆ ଏକ ବଡ ଚଟାଣ ମିଳିଥିଲା|ଗାଁ ମୁଖିଆଙ୍କ ସ୍ୱପ୍ନରେ ଶନି ଦେବ ଆସି ମନ୍ଦିର ବନାଇବା ପାଇଁ କହିଲେ|ଯଦି କିଏ ଚୋରି ପାଇଁ ଆସିବ ସେ ଶନିଦେବଙ୍କ ପ୍ରକେପରେ ଦଣ୍ଡିତ ହେବ ବୋଲି ଲୋକଙ୍କ ବିଶ୍ୱାସ|

ମହାରାଷ୍ଟ୍ରର ଅହମ୍ମଦନଗର ସ୍ଥିତ ହିବରେ ବଜାର ନାମକ ଗାଆଁ ଭାରତର ସବୁଠାରୁ ଧନି ଗାଁ ଭାବେ ପରିଚିତ|ଏଠାରେ ୬୦ ରୁ ଉର୍ଦ୍ଧ୍ବ ଲୋକ କୋଟିପତି|ବାକି ଲୋକ ଲକ୍ଷପତି|ସମସ୍ତେ ପେଶାରେ ଚାଷୀ|୧୯୭୨ରେ ଗାଁରେ ଗରିବି ଓ ଶୁଖା ହୋଇଥିଲା|୧୯୯୦ ରେ ଗାଁରେ ପୋପଟ ରାୟ ବାଗୁଜି ପବାର ନାମକ ଗାଁ ପ୍ରଧାନର ଏଣ୍ଟ୍ରି ଫଳରେ ଗାଁ ପରିବର୍ତ୍ତିତ ହୋଇଥିଲା|

ଭାରତର ନାଗାଲାଣ୍ଡ ରାଜ୍ୟର ଭାରତ ମିଆମାର ସୀମାରେ ଅବସ୍ଥିତ ଖେନୋମା ଗାଁ ଭାରତର ପ୍ରଥମ ଗ୍ରିନ ଗାଁ ଅଟେ|ଏଠାରେ ଆପଣଙ୍କୁ ୭୦୦ ବର୍ଷ ପୁରୁଣା ବସ୍ତି , ପୂରାପୂରି ସିଢିଦାର‌ କ୍ଷେତ,ଓ ଚତୁଃପାର୍ଶ୍ଵରେ ସଵୁଜ ଦେଖାଯାଏ|ଏହି ଗାଁ ମଧ୍ୟ ଆତ୍ମନିର୍ଭରଶୀଳ|ଏଠାରେ ଭଲ ଚାଷ ହୁଏ|ଏଠାକାର ମାଟି ଉର୍ବର ଓ ବାୟୁ ଶୁଦ୍ଧ ଅଟେ|

odia sambada
Comments (0)
Add Comment