ରିଲାଏନ୍ସ ଜିଓର ଭାରତର ୬ବର୍ଷ ପୂରଣ ହୋଇସାରିଛି। ୨୯୯୯ ଟଙ୍କାର ପ୍ଳାନ ସହିତ ଅତିରିକ୍ତ ବେନିଫିଟ ବ୍ୟତୀତ କମ୍ପାନୀ ଆଉ ଏକ ରିଚାର୍ଜ ଧମାକା ଦେଉଅଛି। ନିଜର ୬ ବର୍ଷ ପୂରଣ ହେବା ଖୁସିରେ କମ୍ପାନୀ ଏକ ବେନିଫିଟ ଦେଉଛି। ଏହା ଅନ୍ତର୍ଗତ ୟୁଜର୍ସଙ୍କୁ ୨୯୯ ଟଙ୍କା କିମ୍ବା ତାଠାରୁ ଅଧିକ ରିଚାର୍ଜ କରିବାକୁ ହେବ। ଏମିତି କରିଲେ ୟୁଜର୍ସ ରିଚାର୍ଜ ଧମାକାରେ ପାର୍ଟିସିପେଟ କରିପାରିବେ। ଏଥିରେ ପାର୍ଟିସିପେଟ କରିଲେ ୟୁଜର୍ସ ପ୍ରତ୍ୟେକ ଦିନ ୧୦ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ପ୍ରାଇଜ ଜିତିପାରିବେ। ଆସନ୍ତୁ ଜାଣିବା କେମିତି।
ଜିଓ ୟୁଜର୍ସଙ୍କୁ ୧୦ ଲକ୍ଷ ଟଙ୍କା ଜିତିବାର ଦେଉଛି ସୁଯୋଗ:-
ଯେମିତିକି ଆମେ ଆପଣଙ୍କୁ କହିଲୁ ଯଦି ଆପଣ ଏହି ଏଫରର ଲାଭ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୨୯୯ ଟଙ୍କା କିମ୍ବା ତାଠାରୁ ଅଧିକ ରିଚାର୍ଜ କରିବାକୁ ହେବ। ଏମିତି କରିଲେ ଆପଣ ପ୍ରତ୍ୟେକ ଦିନ ୧୦ ଲକ୍ଷ ଟଙ୍କା ଜିତିବାର ପାତ୍ର ହେବେ। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛିକି ଆଜି ଏହାର ଶେଷ ଦିନ ଅଟେ। ଏହି ଅଫର ତାମିଲନାଡୁ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନାହିଁ। ବାକି ୟୁଜର୍ସ ଏହି ଅଫରର ଲାଭ ଉଠାଇପାରିବେ।
ଜିଓ ଏହି କଥାକୁ ଘୋଷଣା ନିଜର ଅଧିକାରିକ ଟୁଇଟ ଜରିଆରେ ଦେଇଛନ୍ତି। ଏଠାରେ କମ୍ପାନୀ ନିୟମ ଓ ସର୍ତ୍ତ ବିଷୟରେ ମଧ୍ୟ କୌଣସି ସୂଚନା ଦେଇନାହିଁ। ଏହି ଅଫର କେବଳ ପ୍ରିପେଡ ୟୁଜର୍ସଙ୍କ ପାଇଁ ଅଟେ। କମ୍ପାନୀ କହିଲେକି ୟୁଜର୍ସଙ୍କୁ ଡେଲି ବେସିସ ଉପରେ ପୁରସ୍କାର ଦିଆଯିବ। ଆପଣ ନିଜ ହିସାବରେ ଯାହାବି ରିଚାର୍ଜ କରୁଛନ୍ତି ଆପଣ ତାହାକୁ କରିପାରିବେ ଓ ଲକ୍ଷପତି ହୋଇପାରିବେ।
ରିଲାଏନ୍ସ ଜିଓର ଏକ ଓ ଏନିବର୍ସରୀ ଅଫର:-
କମ୍ପାନୀ ନିଜର ୬ଷ୍ଠ ବର୍ଷରେ ୨୯୯୯ ଟଙ୍କାର ପ୍ଳାନ ସହିତ ଏକ ବେନିଫିଟ ଘୋଷଣା କରିଛନ୍ତି। ଏହି ପ୍ଳାନ ସହିତ ୟୁଜର୍ସଙ୍କୁ ୬ଟି ଅଧିକ ଲାଭ ଦିଆଯିବ। ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଞ୍ଚନ୍ତି ତେବେ ଆପଣଙ୍କୁ ଏହି ବାର୍ଷିକ ପ୍ଳାନର ରିଚାର୍ଜ କରିବାକୁ ହେବ।