ଆଜି ଆମେ ଆପଣଙ୍କୁ ମହାରାଷ୍ଟ୍ରର ଜାଳନାର ବାସିନ୍ଦା ଅଂସାର ଅହମଦ ଶେଖଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ଜୀବନରେ ଅନେକ ବଡ ବଡ ସମସ୍ୟାକୁ ହରାଇ ଆଇଏଏସ ଅଫିସର୍ ହୋଇଛନ୍ତି । ଅଂସାର ଅହମଦ ଶେଖ କେବଳ 21 ବର୍ଷ ବୟସରେ ୟୂପିଏସସି ପରୀକ୍ଷାରେ 371ତମ ରିୟାଙ୍କ ହାସଲ କରିଛନ୍ତି ।
ପାଠପଢ଼ା ଛାଡ଼ିବା ଭଳି ଆସିଥିଲା ପରିସ୍ଥିତି :-
ମହାରାଷ୍ଟ୍ରର ଜାଲନା ଜିଲ୍ଲାର ଏକ ଛୋଟ ଗାଁର ବାସିନ୍ଦା ଅଂସାର ଅହମଦ ଶେଖଙ୍କ ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ତାଙ୍କ ପରିବାରର ଅବସ୍ଥା ଏତେ ଖରାପ ଥିଲା ଯେ ତାଙ୍କୁ ପାଠପଢ଼ା ଛାଡିବା ପାଇଁ କୁହାଯାଇଥିଲା । ଅଂସାର କହିଛନ୍ତି ଯେ ସମ୍ପର୍କୀୟ ଏବଂ ତାଙ୍କ ବାପା ତାଙ୍କୁ ପାଠପଢ଼ା ଛାଡିବାକୁ କହିଥିଲେ ।
ଅଂସାର ଅହମ୍ମଦ ଶେଖଙ୍କ ପିଲାଦିନ କୌଣସି ଯୁଦ୍ଧଠାରୁ କମ୍ ନଥିଲା । ତାଙ୍କ ଜୀବନରେ ଅନେକ ବାଧାବିଘ୍ନ ଥିଲେ ମଧ୍ୟ ସେ ନିଜ ଲକ୍ଷ୍ୟ ଛାଡି ନଥିଲେ । ସେ ସମସ୍ତ ବାଧାବିଘ୍ନକୁ ସାମ୍ନା କରିଥିଲେ ।
“ବାପା ପାଠପଢ଼ା ଛାଡ଼ିବାକୁ କହିଥିଲେ” :-
ଅଂସାର ଅହମ୍ମଦ ଶେଖ ମିଡ଼ିଆ ସହ ବାର୍ତ୍ତାଳାପ ସମୟରେ କହିଥିଲେ ଯେ “ବାପା ମୋର ପାଠପଢ଼ା ଛଡ଼ାଇବାକୁ ସ୍କୁଲରେ ପହଞ୍ଚିଥିଲେ, କିନ୍ତୁ ମୋର ଶିକ୍ଷକ ତାଙ୍କୁ ବୁଝାଇ କହିଥିଲେ ଯେ ମୁଁ ବହୁତ୍ ଭଲ ପାଠ ପଢୁଛି । ଏହାପରେ ଯେକୌଣସି ପ୍ରକାରେ ଦଶମ ଯାଏଁ ପଢିଲି ।” ଏହା ପରେ, ଯେତେବେଳେ ସେ ଦ୍ୱାଦଶରେ 91% ମାର୍କ ହାସଲ କଲେ, ତାଙ୍କ ପରିବାର ସଦସ୍ୟମାନେ ତାଙ୍କ ଅଧ୍ୟୟନକୁ ଆଉ ବନ୍ଦ କରିନଥିଲେ ।
ତାଙ୍କ ସଫଳତା ବିଷୟରେ ଏକ ସାକ୍ଷାତକାରରେ ଅଂସାର ଅହମ୍ମଦ ଶେଖ କହିଥିଲେ ଯେ କଠିନ ପରିଶ୍ରମର ବିକଳ୍ପ ନାହିଁ । ମୋର ସଂଘର୍ଷ ସମୟରେ ମୋର ବନ୍ଧୁମାନେ ମୋତେ ମାନସିକ ଏବଂ ଆର୍ଥିକ ଦୃଷ୍ଟିରୁ ବହୁତ ସାହାଯ୍ୟ କରିଥିଲେ ଏବଂ ମୋର କୋଚିଂ ଏକାଡେମୀ ମୋର ଆର୍ଥିକ ଅବସ୍ଥା ଖରାପ ହେତୁ ଫିସର ଏକ ଅଂଶ ଛାଡି ଦେଇଥିଲା ।
ଅଂସାର କହିଛନ୍ତି ଯେ ” ଅନେକ ଲୋକ ବାହାନା କରନ୍ତି ଯେ ସେମାନେ ଗରୀବ ଅଟନ୍ତି । କିନ୍ତୁ ମନେରଖନ୍ତୁ ଦାରିଦ୍ରତା ଏବଂ ସଫଳତା ଦୁଇଟି ଭିନ୍ନ ଜିନିଷ ଏବଂ ସେଗୁଡିକର କୌଣସି ସମ୍ପର୍କ ନାହିଁ । ଆପଣଙ୍କୁ ନିଜ ଲକ୍ଷ୍ୟ ପ୍ରତି ପରିଶ୍ରମୀ ଏବଂ ସଂକଳ୍ପବଦ୍ଧ ହେବା ଉଚିତ୍ । ତୁମର ପୃଷ୍ଠଭୂମି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ । କେବଳ ଗୋଟିଏ ଜିନିଷ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ତାହା ହେଉଛି ଆପଣ ।”