ସାମ୍ନାକୁ ଆସିଲା ଆଉ ଏକ ଚାପୁଡ଼ା ମାରିବା କାଣ୍ଡ, ଗାର୍ଡଙ୍କୁ ଚାପୁଡ଼ା ମାରିଲେ ମହିଳା,ଦେଖନ୍ତୁ ଭିଡ଼ିଓ …….

Viral Video: ନୋଏଡାରେ ଆଉ ଗୋଟିଏ ଚାପୁଡ଼ା ମାରିବା କାଣ୍ଡ ସାମ୍ନାକୁ ଆସିଛି । ଏଥିରେ ମହିଳାଜଣକ ସୋସାଇଟି ଗେଟରେ ନିୟୋଜିତ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ମାରିଲେ । ଏହି ପୁରା ଘଟଣାଟି ସେଠାରେ ଲାଗିଥିବା CCTV ରେ କଏଦ ହୋଇଗଲା । ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଗାର୍ଡ ସହ ହୋଇଯାଇଥିଲା ଯୁକ୍ତିତର୍କ :-

ସୂଚନା ଅନୁଯାୟୀ, ଏହି ମାମଲା ନୋଏଡାର Cleo County ସୋସାଇଟିର ଅଟେ । କୁହାଯାଉଛି ଯେ ଗେଟରେ ନିୟୋଜିତ ଗାର୍ଡ ସହିତ ମହିଳାଙ୍କର କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଗଲା । ଏହାପରେ ମହିଳାଙ୍କୁ ରାଗ ଲାଗିଲା ଏବଂ ସେ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଚାପୁଡ଼ା ଉପରେ ଚାପୁଡ଼ା ମାରିଲେ । ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ଗାର୍ଡ ଗେଟକୁ ଖୋଲିବାକୁ ଟିକେ ଡେରି କରିଦେଇଥିଲା । ଏହି କଥାରେ ମହିଳା ଏତେ ରାଗି ଯାଇଥିଲେ ।

ଦେଖନ୍ତୁ ଭିଡିଓ :-

ବୃତ୍ତିରେ ପ୍ରଫେସର ଅଟନ୍ତି ମହିଳା :-

କୁହାଯାଉଛି ଯେ ମହିଳା ବୃତ୍ତିରେ ଜଣେ ପ୍ରଫେସର ଅଟନ୍ତି ଏବଂ ଗୋଟିଏ କଲେଜରେ ପାଠ ପଢାନ୍ତି । ଭିଡ଼ିଓରେ ସୋସାଇଟିର ଅନ୍ୟ ଗାର୍ଡ ମାନେ ମଧ୍ୟ ଦେଖୁଛନ୍ତି । କିନ୍ତୁ ଏହାପରେ ମଧ୍ୟ ମହିଳା ଅଟକି ନଥିଲେ । ସେ ସମସ୍ତଙ୍କ ସାମ୍ନାରେ ଜୋରରେ ଗାଳି ଗୁଲଜ କରି ଗାର୍ଡଙ୍କୁ ମାଡ ମାରିଲେ । ଭିଡିଓ ଭାଇରାଲ ହେବାପରେ ଲୋକମାନେ ମହିଳାଙ୍କ ବିରୋଧରେ ଆକ୍ସନ ନିଆଯାଉ ବୋଲି ଦାବି କରିଛନ୍ତି ।

ନିକଟରେ ସାମ୍ନାକୁ ଆସିଥିଲା ଏପରି ମାମଲା :-

ଏହାପୂର୍ବରୁ ନିକଟରେ ନୋଏଡାର ଏକ ସୋସାଇଟିରେ ରହୁଥିବା ମହିଳା ଗାର୍ଡଙ୍କୁ ଚାପୁଡା ମାରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଭିଡିଓ ଭାଇରାଲ ହେବାପରେ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା ।

odia sambada
Comments (0)
Add Comment