LIC Saral Pension Yojana: LIC ତରଫରୁ ଅନେକ ପ୍ରକାରର ପଲିସି ଚଲାଯାଇଥାଏ । ଯଦି ଆପଣ ମଧ୍ୟ ଜୀବନସାରା ରୋଜଗାର କରିବାପାଇଁ ପ୍ଲାନ୍ କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏଲଆଇସିର ଏପରି ଏକ ପ୍ଲାନ୍ ବିଷୟରେ କହିବୁ, ଯେଉଁଥିରେ ଆପଣଙ୍କୁ ପ୍ରତିମାସରେ ପଇସା ମିଳିବ । ଏହି ପଲିସିର ନାମ ସରଳ ପେନସନ ଯୋଜନା ଅଟେ, ଯେଉଁଥିରେ ଆପଣଙ୍କୁ 40 ବର୍ଷ ବୟସରୁ ମଧ୍ୟ ପେନସନ ମିଳିପାରିବ । ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।
କେବଳ ଥରେ ଦେବାକୁ ପଡ଼ିବ ପ୍ରିମିୟମ :-
ଏହା ଏକ ପ୍ରକାରର ସିଙ୍ଗଲ୍ ପ୍ରିମିୟମ୍ ପେନ୍ସନ୍ ପ୍ଲାନ୍ ଅଟେ, ଯେଉଁଥିରେ ଆପଣଙ୍କୁ କେବଳ ଥରେ ପ୍ରିମିୟମ୍ ଦେବାକୁ ପଡିବ ଏବଂ ଆପଣ ଜୀବନସାରା ରୋଜଗାର କରିପାରିବେ । ଯଦି ପଲିସିଧାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ତାଙ୍କ ନୋମିନୀଙ୍କୁ ସିଙ୍ଗଲ ପ୍ରିମିୟମ ପରିମାଣ ଫେରସ୍ତ କରାଯାଏ । ସରଳ ପେନ୍ସନ୍ ଯୋଜନା ହେଉଛି ଏକ ତୁରନ୍ତ ବାର୍ଷିକ ଯୋଜନା, ଅର୍ଥାତ୍ ଆପଣ ପଲିସି ନେବା ମାତ୍ରେ ଆପଣ ପେନ୍ସନ୍ ପାଇବା ଆରମ୍ଭ କରନ୍ତି । ଏହି ପଲିସିକୁ ନେବାପରେ ଯେତେ ପେନ୍ସନ୍ ଆରମ୍ଭ ହୁଏ, ସେତିକି ପେନସନ ସାରା ଜୀବନ ମିଳିଥାଏ ।
କିପରି ନେଇପାରିବେ ଏହି ସ୍କିମ୍ ?
ସିଙ୍ଗଲ ଲାଇଫ – ଏଥିରେ ପଲିସି କୌଣସି ଜଣେ ବ୍ୟକ୍ତିଙ୍କ ନାମରେ ରହିବ, ଯେପର୍ଯ୍ୟନ୍ତ ବ୍ୟକ୍ତି ଜୀବିତ ଥିବେ ତାଙ୍କୁ ପେନସନ ମିଳିବ । କିନ୍ତୁ ତାଙ୍କ ମୃତ୍ୟୁ ପରେ ବେସ୍ ପ୍ରିମିୟମର ରାଶି ତାଙ୍କ ନୋମିନୀଙ୍କୁ ଫେରାଇ ଦିଆଯିବ ।
ଜଏଣ୍ଟ ଲାଇଫ – ଏଥିରେ ଉଭୟ ଜୀବନସାଥି କଭରେଜ ହୋଇଥାଏ । ଯେପର୍ଯ୍ୟନ୍ତ ପ୍ରାଇମେରୀ ପେନସନ ଧାରୀ ଜୀବିତ ଥିବେ, ତାଙ୍କୁ ପେନସନ ମିଳିବ । ତାଙ୍କ ମୃତ୍ୟୁ ପରେ ତାଙ୍କ ଜୀବନସାଥିକୁ ଜୀବନସାରା ପେନସନ ମିଳିବ । ତାଙ୍କ ମୃତ୍ୟୁ ପରେ ବେସ ପ୍ରିମିୟମ ରାଶି ତାଙ୍କ ନୋମିନୀଙ୍କୁ ଦିଆଯିବ ।
କଣ ରହିଛି ପ୍ଲାନର ବିଶେଷତା :-
– ଏହି ଯୋଜନାର ଲାଭ ଉଠାଇବା ପାଇଁ ସର୍ବନିମ୍ନ ବୟସ 40 ବର୍ଷ ଏବଂ ସର୍ବାଧିକ 80 ବର୍ଷ ଅଟେ ।
– ଏହା ଗୋଟିଏ ହୋଲ ଲାଇଫ ପଲିସି ଅଟେ, ତେଣୁ ଏଥିରେ ଜୀବନସାରା ପେନସନ ମିଳେ ।
– ସରଳ ପେନସନ ପଲିସିକୁ ଆରମ୍ଭ ହେବା ତାରିଖ ଠାରୁ ଛଅ ମାସ ପରେ ଯେକୌଣସି ଦିନ ସରେଣ୍ଡର କରାଯାଇପାରେ ।
– ଆପଣ ପ୍ରତିମାସରେ ପେନସନ ନେଇପାରିବେ ।
– ଏହାବ୍ୟତୀତ ତିନି ମାସିଆ, ଛଅ ମାସିଆ ଏବଂ ବାର୍ଷିକ ଆଧାରରେ ମଧ୍ୟ ପେନସନ ନେଇପାରିବେ ।
କିପରି ମିଳିବ 50000 ଟଙ୍କା :-
ଆପଣଙ୍କୁ କହିରଖୁଛୁ ଯେ ଯଦି ଆପଣ ପ୍ରତିମାସରେ ପଇସା ଚାହୁଁଛନ୍ତି, ତେବେ ଆପଣଙ୍କୁ ଅତି କମରେ 1000 ଟଙ୍କା ପେନସନ ନେବାକୁ ପଡିବ । ଏଥିରେ ଆପଣଙ୍କୁ ମିନିମମ 12000 ଟଙ୍କା ପେନସନ ବାଛିବାକୁ ପଡ଼ିବ । ସେହିପରି ସର୍ବାଧିକ ପାଇଁ କୌଣସି ସୀମା ନାହିଁ । ଯଦି ଆପଣଙ୍କ ବୟସ 40 ବର୍ଷ ଅଟେ ଏବଂ ଆପଣ 10 ଲକ୍ଷ ଟଙ୍କାର ସିଙ୍ଗଲ ପ୍ରିମିୟମ ଜମା କରିଛନ୍ତି, ତେବେ ଆପଣଙ୍କୁ ବାର୍ଷିକ 50250 ଟଙ୍କା ମିଳିବା ଆରମ୍ଭ ହୋଇଯିବ, ଯାହାକି ଜୀବନସାରା ମିଳିବ ।