ବିରାଟ କୋହଲିଙ୍କ ଶତକର ଅପେକ୍ଷା ଶେଷରେ ପୂରଣ ହୋଇଗଲା। କୋହଲି ଏସିଆ କପ ୨୦୨୨ ର ମୁକାବିଲାରେ ଆଫଗାନିସ୍ତାନ ବିପକ୍ଷରେ ନଟଆଉଟ ୧୨୨ ରନର ଇନିଙ୍ଗ୍ସ ଖେଳିଛନ୍ତି। କୋହଲି ୮୩ଟି ଇନିଙ୍ଗ୍ସ ଓ ୧୦୨୦ ଦିନ ପରେ ଶତକ କରିଲେ। କିଙ୍ଗ କୋହଲି ଶେଷ ଆନ୍ତର୍ଜାତୀୟ ଶତକ ୨୩ ନଭେମ୍ବର ୨୦୧୯ ରେ ବାଂଲାଦେଶ ବିପକ୍ଷରେ କୋଲକାତାରେ କରିଥିଲେ।
କୋହଲିଙ୍କ ଶତକ କରିବା ଅନ୍ଦାଜ ବହୁତ ଶାନଦାର ଥିଲା। ସେ ଫରୀଦ ମଲିକଙ୍କ ବଲକୁ ଡିପ-ମିଡୱିକେଟରେ ଛକା ମାରି ନିଜର ଶତକ ପୂରଣ କରିଲେ। କୋହଲି ନିଜର ଶତକୀୟ ଇନିଙ୍ଗ୍ସରେ ୧୧ଟି ଚୌକା ଓ ୬ଟି ଛକା ପିଟିଥିଲେ। ଖାସ କଥା ହେଉଛିକି କୋହଲିଙ୍କ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରର ଏହା ପ୍ରଥମ ଶତକ ଥିଲା।
କୋହଲି ଏହି ଶତକ ନିଜର ସ୍ତ୍ରୀ ଅନୁଷ୍କା ଶର୍ମା ଓ ଝିଅ ଭମିକାଙ୍କୁ ସମର୍ପିତ କରିଲେ। କୋହଲି କହିଲେ, ଗତ ଦେଢ ବର୍ଷ ମୋତେ ବହୁତ କିଛି ଶିଖାଇଛି। ମୁଁ ଆଉ ଏକ ମାସ ପରେ ୩୪ ବର୍ଷ ହୋଇଜୀବୀ। ସେ…ରାଗଭରା ସେଲିବ୍ରେସନର ଦିନ ବହୁତ ଦିନ ପରେ ହୋଇଛି। ବାସ୍ତବରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହା ଶେଷ ଫର୍ମାଟ ଅଟେ ଯେଉଁଟା ମୁଁ କେବେ ଭାବିନଥିଲି। ଏହା ବହୁତ କିଛି ଜିନିଷର ସଞ୍ଚୟ ଥିଲା। ଦଳ ବହୁତ ଖୋଲା ହୃଦୟ ସହିତ ସାହାଯ୍ୟ କରିଛି। ମୋତେ ଜଣାଅଛିକି ବାହାରେ ବହୁତ କିଛି ହେଉଥିଲା ଓ ମୁଁ ନିଜର ରିଙ୍ଗକୁ କିସ କରିଲି।
ବିରାଟ କୋହଲି କହିଲେକି, ‘ଆପଣ ମୋତେ ଏଠାରେ ଠିଆ ହେବାର ଦେଖୁଛନ୍ତି କାରଣ ମୋ ପାଇଁ ଜିନିଷ ରଖିଥିବା ବ୍ୟକ୍ତି ହେଉଛନ୍ତି ଅନୁଷ୍କା। ଏହି ଶତକ ତାଙ୍କ ପାଇଁ ଏବଂ ଆମର ସାନ ଝିଅ ଭମିକା ପାଇଁ ମଧ୍ୟ। ଯେତେବେଳେ ଆପଣଙ୍କ ପାଖରେ କେହି ଅଛନ୍ତି ଯିଏ ଜିନିଷ ବୁଝୁଛନ୍ତି ଏବଂ କଥାବାର୍ତ୍ତା କରୁଛନ୍ତି, ତାହା ଭଲ ଅଟେ। ଅନୁଷ୍କା ଏହା କରୁଛନ୍ତି। ଯେତେବେଳେ ମୁଁ ଫେରି ଆସିଥିଲି ମୁଁ ନିରାଶ ନଥିଲି। ଛଅ ସପ୍ତାହର ଛୁଟି ପରେ, ମୁଁ ସତେଜ ହେଲି। ମୁଁ ଅନୁଭବ କଲିକି ମୁଁ କେତେ କ୍ଳାନ୍ତ ଅଟେ। ପ୍ରତିଯୋଗିତା ଏହାକୁ ଅନୁମତି ଦିଏ ନାହିଁ, କିନ୍ତୁ ଏହି ବ୍ରେକ ମୋତେ ପୁନର୍ବାର ଖେଳକୁ ଉପଭୋଗ କରିବାକୁ ଅନୁମତି ଦେଲା।
୭୦ତମ ଶତକରୁ ୭୧ତମ ଶତକ ମଧ୍ୟରେ ବିରାଟ କୋହଲିଙ୍କ ତିନୋଟି ଫର୍ମାଟକୁ ମିଶାଇ ସମୁଦାୟ ୭୨ଟି ମ୍ୟାଚ ଖେଳିଛନ୍ତି। ଶତକୀୟ ଇନିଂସକୁ ଯୋଡିଦେଲେ କୋହଲି ଏହି ସମୟରେ ୮୪ଟି ଇନିଙ୍ଗ୍ସରେ ୨୮୩୦ ରନ କରିଛନ୍ତି, ତାଙ୍କର ଓଉସତ ୩୭.୭୩ ଅଟେ। ବିରାଟ କୋହଲି ଏହି ସମୟରେ ୨୬ଟି ଅର୍ଦ୍ଧଶତକ ଓ ବର୍ତ୍ତମାନ ଏହା ତାଙ୍କର ପ୍ରଥମ ଶତକ ଅଟେ। ଏହି ଖରାପ ସମୟ ମଧ୍ୟରେ ବିରାଟ କୋହଲି ୯ଥର ଶୁନରେ ଆଉଟ ହୋଇଛନ୍ତି।
ବିରାଟ କୋହଲି ବର୍ତ୍ତମାନ ଭାରତ ପାଇଁ ଟି-୨୦ ଆନ୍ତର୍ଜାତୀୟରେ ବେଷ୍ଟ ସ୍କୋର କରିଥିବା ଖେଳାଳି ହୋଇଗଲେ। ଏହି ମାମଲାରେ ସେ ରୋହିତ ଶର୍ମାଙ୍କୁ ପଛରେ ପକାଇଦେଲେ। ରୋହିତ ୨୦୧୭ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଇନ୍ଦୋରରେ ୧୧୮ରନର ଇନିଙ୍ଗ୍ସ ଖେଳିଥିଲେ।
ଭାରତ ପାଇଁ ସର୍ବୋଚ୍ଚ ଟି-୨୦ ସ୍କୋର:-
୧୨୨* ବିରାଟ କୋହଲି ବନାମ ଆଫଗାନିସ୍ତାନ, ୨୦୨୨
୧୧୮ ରୋହିତ ଶର୍ମା ବନାମ ଶ୍ରୀଲଙ୍କା, ଇନ୍ଦୋର, ୨୦୧୭
୧୧୭ ସୂର୍ଯ୍ୟକୁମାର ଯାଦବ ବନାମ ଇଂଲଣ୍ଡ, ନଟିଂହମ, ୨୦୨୨
୧୧୧* ରୋହିତ ଶର୍ମା ବନାମ ୱେଷ୍ଟଇଣ୍ଡିଜ, ଲକ୍ଷ୍ନୌ, ୨୦୧୮
୧୧୦* କେଏଲ ରାହୁଲ ବନାମ ୱେଷ୍ଟଇଣ୍ଡିଜ, ଲୋଡରାହିଲ, ୨୦୧୬