ଆଫଗାନିସ୍ତାନ ବିରୋଧରେ ଭୁବନେଶ୍ୱର କୁମାର ୫ ୱିକେଟ୍ ନେଇ ଚହଲକୁ ପକାଇଲେ ପଛରେ,ଭାରତ ପାଇଁ ବନିଲେ ଏକ ନମ୍ବର ବୋଲର

ଭାରତ ଆଫଗାନିସ୍ତାନକୁ ଏସିଆ କପର ଶେଷ ମ୍ୟାଚରେ ୧୦୧ ରନରେ ହରାଇଲା|ଏଥିରେ କୋହଲି ତୁଫାନ ଶତକ ଲଗାଇଲେ|ଏହାପରେ ଭୁବନେଶ୍ୱର କୁମାର ୫ ୱିକେଟ୍ ନେବା ପରେ ଆଫଗାନିସ୍ତାନ ଧରାଶାୟୀ ହେଲା|ଭୁବନେଶ୍ୱର କୁମାର ଆଫଗାନିସ୍ତାନ ବିରୁଦ୍ଧରେ ଖତରନାକ ବୋଲିଙ୍ଗ କରିଥିଲେ|ଏହାସହ ସେ ଚହଲର ରେକର୍ଡ ଭାଙ୍ଗି ଦେଇଥିଲେ ଓ ଟି-୨୦ କ୍ରିକେଟରେ ଭାରତ ପାଇଁ ଏକ ନମ୍ବର ବୋଲର ବନିଗଲେ|

ଭାରତ ଆଫଗାନିସ୍ତାନ ବିଷୟରେ ବିରାଟ କୋହଲିଙ୍କ ଶତକ ବଳରେ ୨୧୩ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ|ଏହାପରେ ଭୁବନେଶ୍ୱର ବୋଲିଙ୍ଗ ସମ୍ଭାଳିଥିଲେ|ତାଙ୍କ ବଲକୁ ଖେଳିବା ସହଜ ନଥିଲା|ସେ ପୂର୍ବ ମ୍ୟାଚ ତୁଳନାରେ ପରିବର୍ତ୍ତିତ ଦେଖାଯାଉଥିଲେ|ସେ ଆଫଗାନିସ୍ତାନ ବିପକ୍ଷରେ ୪ ଓଭରରେ ୪ ରନ ଦେଇ ୫ ୱିକେଟ୍ ହାସଲ କରିଥିଲେ|

ଆଫଗାନିସ୍ତାନ ମ୍ୟାଚ ପୂର୍ବରୁ ଭାରତ ପକ୍ଷରୁ ଟି-୨୦ ରେ ସର୍ବାଧିକ ୱିକେଟ ନେବା ରେକର୍ଡ ଚହଲଙ୍କ ନାଁରେ ଥିଲା କିନ୍ତୁ ଭୁବନେଶ୍ଵର ଏହି ୫ ୱିକେଟ୍ ନେଵା ପରେ ଭାରତ ପକ୍ଷରୁ ଟି-୨୦ ରେ ସର୍ବାଧିକ ୱିକେଟ ନେବାର ରେକର୍ଡ ବନାଇଛନ୍ତି|ସେ ୭୭ ମ୍ୟାଚରୁ ୮୪ ଟି ୱକେଟ୍ ନେଇଛନ୍ତି|ଚହଲ ୬୬ ମ୍ୟାଚରୁ ୮୩ ୱିକେଟ୍ ନେଇଛନ୍ତି|

ଭୁବନେଶ୍ୱର ଭାରତ ପାଇଁ ୨୧ ଟେଷ୍ଟ ମ୍ୟାଚରୁ ୬୩ ୱିକେଟ୍ ,୧୨ ଏକଦିବସୀୟ ମ୍ୟାଚରେ ୧୪୧ ଓ ୭୭ ମ୍ୟାଚରୁ ୮୪ ୱିକେଟ୍ ହାସଲ କରିଛନ୍ତି|ସେ ଭାରତକୁ ବହୁ କଠିନ ସ୍ଥିତିରେ ଜିତେଇଛନ୍ତି|

ପାକିସ୍ଥାନ ଓ ଶ୍ରୀଲଙ୍କା ବିପକ୍ଷରେ ହାରି ଭାରତ ଏସିଆ କପରୁ ବାହାରି ଯାଇଛି|କିନ୍ତୁ ଆଫଗାନିସ୍ତାନ ବିପକ୍ଷରେ ଦଳ ପରିବର୍ତ୍ତନ ହୋଇଥିବା ଦେଖାଯାଉଛି|ବିରାଟ କୋହଲି ୧୨୨ ରନର ବଡ ପାଳି ଖେଳିଥିଲେ|କୋହଲିଙ୍କ ଏହା ଟି-୨୦ ରେ ପ୍ରଥମ ଶତକ ଅଟେ|ଏହାପରେ ଦୀପକ ଚହର,ଅର୍ଶଦୀପ ସିଂ,ଓ ଭୁବନେଶ୍ୱରରେ କୁମାର ର ବଲ ଆଗରେ ଆଫଗାନ ଦଳ ତିଷ୍ଠି ପାରିଲାନି ଓ ଭାରତୀୟ ଦଳ ୧୦୧ ରନରେ ବିଜୟୀ ହୋଇଥିଲେ|

odia sambada
Comments (0)
Add Comment