ଥରେ ନୁହେଁ ଦୁଇ ଦୁଇ ଥର ନକଲି ଡକ୍ୟୁମେଣ୍ଟ ଦାଖଲ କରିଥିଲେ ବର୍ଷା,ଜଜ୍‌ଙ୍କୁ ଦେଥିଲେ ମିଛ ତଥ୍ୟ

ହାଇକୋର୍ଟରେ ନକଲି କାଗଜପତ୍ର ଦେଇଥିଲେ ବର୍ଷା। ଥରେ ନୁହେଁ ଦୁଇ ଦୁଇଥର ନକଲି କାଗଜପତ୍ର ଦେଇଥିଲେ। ଜଜଙ୍କୁ ମିଛ ତଥ୍ୟ ମଧ୍ୟ ଦେଇଥିଲେ। କେବଳ ଓ କେବଳ ଅନୁଭବ ମହାନ୍ତିଙ୍କୁ ହଇରାଣ କରିବା ପାଇଁ। ବର୍ଷା ଚାହୁଁନଥିଲେ ଅନୁଭବ ମହାନ୍ତି କେବେ ଖୁସିରେ ରୁହନ୍ତୁ। ଯେତେବେଳେ ସବୁ ଧରାପଡିଲା ସେତେବେଳେ ବର୍ଷା ପିଟିସନଙ୍କୁ ପ୍ରତ୍ୟାହାର କରିନେଲେ।

ହାଇକୋର୍ଟକୁ ମିଛ ତଥ୍ୟ ଦେଇଥିବାରୁ ଜେଲ ଯାଇପାରନ୍ତି ବର୍ଷା ପ୍ରିୟଦର୍ଶନୀ। ଏମିତି କିଛି ସାଂଘାତିକ ତଥ୍ୟ ଦେଇଛନ୍ତି ଅନୁଭବଙ୍କ ଓକିଲ। ବୁଧୁବାର ଦିନ ବର୍ଷା ପ୍ରିୟଦର୍ଶନୀ ହାଇକୋର୍ଟରେ ଏହି ମାମଲାକୁ ପ୍ରତ୍ୟାହାର କରିନେଇଛନ୍ତି। ଅନୁଭବଙ୍କୁ ଜେରା କରିବା ସମୟରେ ବର୍ଷାଙ୍କ ଓକିଲ ସମୟ ଗଡାଉଥିଲେ। ବର୍ଷାଙ୍କ ଇସାରାରେ ଏମିତି ସବୁ ଘଟୁଥିଲା। ଅନୁଭବଙ୍କୁ ହଇରାଣ କରିବା ପାଇଁ ବର୍ଷା ଏମିତି ସବୁ କରୁଥିଲେ। ଏ ବିଷୟରେ ଅନୁଭବ ମହାନ୍ତିଙ୍କ ଓକିଲ ଫ୍ୟାମେଲି କୋର୍ଟକୁ କହିଥିଲେ। ଫ୍ୟାମେଲି କୋର୍ଟ ମଧ୍ୟ ଜାଣିସାରିଥିଲେକି ବର୍ଷା ମଧ୍ୟ ଏହି ମାମଲାକୁ ଅଧିକ ଟାଣିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଫ୍ୟାମେଲି କୋର୍ଟ ଏହି ଜେରାକୁ ବନ୍ଦ କରିଦେଇଥିଲେ।

ଯେତେବେଳେ ହାଇକୋର୍ଟର ଜଜ ଏହି ବିଷୟରେ ଜାଣିବାକୁ ପାଇଲେ ସେତେବେଳେ ସେ ଏହି କଥାକୁ ଗୁରୁତ୍ଵର ସହିତ ନେଲେ। ସୁପ୍ରିମ କୋର୍ଟ ଅନୁସାରେ କୌଣସି ମାମଲାରେ ନକଲି କାଗଜପତ୍ର ଦେଇଥିଲେ ଏହି ମାମଲାକୁ ଜଟିଳ ସାଂଘାତିକ ଅପରାଧ ବୋଲି ମନାଯାଏ। ବର୍ଷାଙ୍କ ଓକିଲଙ୍କୁ ଯେତେବେଳେ ଏହି ବିଷୟରେ ଜଣାପଡିଲାକି ବର୍ଷା ନକଲି କାଗଜପତ୍ର ଦେଇଛନ୍ତି। ସେତେବେଳେ ସେ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି।

odia sambada
Comments (0)
Add Comment