ଟେଲିକମ କମ୍ପାନୀ ଗୁଡ଼ିକ ନିଜ ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ଲାନ ଅଫର କରିଥାନ୍ତି । ଆଉ ସବୁଠାରୁ ଆଗରେ ରହିଥାଏ ଜିଓ ନେଟୱାର୍କ । ଦେଶର ସର୍ବ ବୃହତ୍ତମ ଟେଲିକମ କମ୍ପାନୀ ଜିଓ ସର୍ବଦା ତାର ଗ୍ରାହକ ନାନଙ୍କ ପାଇଁ ଆକର୍ଷଣୀୟ ଅଫର୍ ନେଇ ଆସିଥାଏ । ଆଉ ଏବେ ସେମିତି ଏକ ଧୂଆଁଧାର ଅଫର ଆଣିଛି ଜିଓ । ସେଇଟା ହେଉଛି ନିଜ ଗ୍ରାହକମାନଙ୍କୁ ଲକ୍ଷପତି କରିବା ପାଇଁ ଜବରଦସ୍ତ ଅଫର ପୁଣି ଆଣିଦେଇଛି ରିଲାଏନ୍ସ ଜିଓ ।୬ ସେପ୍ଟେମ୍ବରରୁ ୧୧ ସେପ୍ଟେମ୍ବର ମଧ୍ୟରେ ନିଜ ପ୍ଲାନ ସହ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ପ୍ରତିଦିନ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦେଉଛି କମ୍ପାନୀ ।
କଣ ଏହି ଅଫର୍ ଶୁଣି ଆପଣ ମାନଙ୍କୁ ବିଶ୍ୱାସ ହେଉ ନାହିଁ କି । ହେଲେ ପ୍ରିପେଡ ନମ୍ୱର୍ ରିଚାର୍ଜ ଉପରେ ଜିଓ ଆଣିଛି ଏହି ଲିମିଟେଡ୍ ଟାଇମ୍ ପିରିୟଡ୍ ଅଫର୍ । ଜିଓର ୬ ବର୍ଷ ପୂରଣ ହେବାକୁ ସେଲିବ୍ରେଟ କରିବା ପାଇଁ କମ୍ପାନୀ ଏହି ଅଫର ଆଣି ଦେଇଛି । ଅଫର ଅବଧି ମଧ୍ୟରେ ୨୯୯ ଟଙ୍କା ବା ଏଥିରୁ ଅଧିକ ପ୍ରିପେଡ ପ୍ଲାନ୍ ସହ ରିଚାର୍ଜ କରିଥିବା ଗ୍ରାହକଙ୍କୁ ପୁରସ୍କାର ଜିତିବାକୁ ଯୋଗ୍ୟ ହେବେ ।
ତେବେ ବନ୍ଧୁଗଣ ଏହି ଅଫର କେବଳ ତାମିଲନାଡୁ ସର୍କଲର ଗ୍ରାହକମାନଙ୍କ ପାଇଁ ଲାଗୁ ହେବ ନାହିଁ । ଅନୁମାନ କରାଯାଉଛି କି, ତାମିଲନାଡୁ ୟୁଜର୍ସଙ୍କ ବ୍ୟତୀତ ସମଗ୍ର ଭାରତରେ ଜିଓ ବ୍ୟବହାରକାରୀମାନେ ଏହି ଅଫରର ଲାଭ ଉଠାଇବାକୁ ଓ କିଛି ଜିତିବାକୁ ଯୋଗ୍ୟ ହୋଇପାରିବେ । ଅଫରର ଟର୍ମ ଓ କଣ୍ଡିସନକୁ ଜିଓ ଦ୍ୱାରା ନିଜ ଟ୍ୱିଟର ପୋଷ୍ଟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇ ନାହିଁ । ୫ ସେପ୍ଟେମ୍ବର ୨୦୨୨ ରେ ଜିଓ ବ୍ୟବସାୟରେ ଛଅ ବର୍ଷ ପୂରଣ କରିଛି ।
ସୂଚନା ଅନୁସାରେ ଜିଓ ୫ ସେପ୍ଟେମ୍ବର ୨୦୧୬ ରେ ନିଜର ୪ଜି ନେଟୱାର୍କ ସେବା ଘୋଷଣା କରିଥିଲା । ଆଉ ଏବେ ଦୁର୍ଗା ପୂଜା ଅବସରରେ ୫ଜି ସେବା ଜିଓ ଆରମ୍ଭ କରିବ ନେଇ ଘୋଷଣା ମଧ୍ୟ କରି ସାରିଛି । ତେବେ ରିଲାଏନ୍ସ ଜିଓର ଏହି ଅଫର ସେପ୍ଟେମ୍ବର ୬ରୁ ଆରମ୍ଭ ହୋଇ ଯାଇଛି, ଯାହାକି ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଫର୍ ଲାଇଭ୍ ହୋଇ ସାରିଥିବା ବେଳେ ରିଚାର୍ଜ କରୁଥିବା ଗ୍ରାହକମାନେ ଟେଲକୋରୁ କିଛି ପୁରସ୍କାର ଜିତିବାକୁ ନିଶ୍ଚିତ ସକ୍ଷମ ହେବେ ।